ପର୍ଯ୍ୟଟନ କ୍ଷେତ୍ର

ଗନ୍ଧରାଡ଼ିର ଚାରିଶମ୍ଭୁ ମନ୍ଦିର (Charishambhu Temple)

ଲେଖା: ରବୀନ୍ଦ୍ର କୁମାର ରଣା

ଗନ୍ଧରାଡି଼ର ଚାରିଶମ୍ଭୁ ମନ୍ଦିର, ବୌଦ୍ଧ ଜିଲ୍ଲାର ଏକ ସୁନ୍ଦର ଦର୍ଶନୀୟ ସ୍ଥାନ । ଅଷ୍ଟମ ଶତାବ୍ଦୀରେ ଖିଞ୍ଜାଳି ମଣ୍ଡଳର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କୀର୍ତ୍ତିର ନିଦର୍ଶନ ହେଉଛି ଚରିଶମ୍ଭୁ ପୀଠ ।


ଗୋଟିଏ ଚଟାଣ ଉପରେ ଉଭୟ ଶୈବ ଓ ବୈଷ୍ଣବ ପରମ୍ପରାର ଏକ ସୁନ୍ଦର ପ୍ରତିଫଳନ ହେଉଛି ଚାରିଶମ୍ଭୁ ପୀଠର ନୀଳମାଧବ ମନ୍ଦିର ଓ ସିଦ୍ଧେଶ୍ଵର ମନ୍ଦିର ଯାହାକି ଓଡ଼ିଶାର ଖୁବ କମ ମନ୍ଦିରମାନଙ୍କରେ ଦେଖାଯାଏ । ସାଧାରଣତଃ ମୂଳ ବୈଷ୍ଣବ ବା ଶୈବପୀଠ ପାଖରେ ପରବର୍ତ୍ତୀ ସମୟରେ ଅନ୍ୟ ଏକ ଶୈବ ବା ବୈଷ୍ଣବପୀଠ ତିଆରି କରାଯାଇଥିବା ଅନେକ ମନ୍ଦିରରେ ଦେଖାଯାଏ କିନ୍ତୁ ଗୋଟିଏ ଚଟାଣ ଉପରେ ଏକ ସମୟରେ ଦୁଇଟି ଭିନ୍ନ ପରମ୍ପରାର ଦୁଇଟି ମୁଖ୍ୟ ମନ୍ଦିର କ୍ଵଚିତ ଦେଖାଯାଏ ।
ଦୁଇଟି ଯାକ ମନ୍ଦିରକୁ ଯାଆଁଳା ମନ୍ଦିର କହିଲେ ଅତ୍ୟୁକ୍ତି ହେବନାହିଁ କାରଣ ଦୁଇଟି ଯାକ ମନ୍ଦିରର ଆକାର, ଉଚ୍ଚତା ଓ ଗଠନ ଶୈଳୀ ପୁରା ସମାନ । ମଧ୍ୟଯୁଗୀୟ ଓଡ଼ିଶାର କଳା କାରୁକାର୍ଯ୍ୟର ଏକ ସୁନ୍ଦର ଚିତ୍ର ଏହି ମନ୍ଦିରରେ ଦେଖିବାକୁ ମିଳେ । ନୀଳମାଧବ ମନ୍ଦିରର ଚୂଡ଼ାରେ ପଥର ନିର୍ମିତ ଏକ ଚକ୍ର ଶୋଭା ପାଉଥିବା ବେଳେ ସିଦ୍ଧେଶ୍ଵର ମନ୍ଦିର ଚୂଡ଼ାରେ ଏକ ଲିଙ୍ଗ ଶୋଭା ପାଉଛି । ଦୁଇଟି ଯାକ ମନ୍ଦିରର ବିମାନ ରେଖା ଶୈଳୀରେ ନିର୍ମିତ ଓ ମୁଖଶାଳାର ଉପର ଭାଗ ସମତଳ ଛାତ ।


ଉଭୟ ମନ୍ଦିରର ଦ୍ଵାର ବା ପ୍ରବେଶ ପଥରେ ନାଗ-ନାଗୀଙ୍କ ବିଶାଳ ମୂର୍ତ୍ତୀ ଅତ୍ୟନ୍ତ ମନଲୋଭା । ମନ୍ଦିରକୁ ଚାରିଶମ୍ଭୁ କୁହାଯିବାର ଯଥାର୍ଥତା ଏୟା ହେଇପାରେ ଯେ, ସିଦ୍ଧେଶ୍ଵର ମନ୍ଦିରର ପ୍ରବେଶ ପଥର ଉଭୟ ପାର୍ଶ୍ଵରେ ଦୁଇ ଲିଙ୍ଗ ଯୋଗେଶ୍ୱର ଓ କପିଳେଶ୍ୱର ପୂଜା ପାଉଛନ୍ତି ଏବଂ ଏହି ମନ୍ଦିରଠାରୁ ୫୦ଫୁଟ ଦୂରରେ ଅନ୍ୟ ଏକ ଛୋଟ ମନ୍ଦିରରେ ସୋମନାଥ ପୂଜା ପାଉଛନ୍ତି।ଇତିହାସର ତଥ୍ୟ ଅନୁସାରେ  ଅଷ୍ଟମ ଶତାବ୍ଦୀ (୭୬୫-୭୭୫) ବେଳକୁ ଖିଞ୍ଜାଳି ମଣ୍ଡଳର ଭଞ୍ଜବଂଶୀୟ ରାଜା ଶୈଳଭଞ୍ଜ ଦେବଙ୍କ ରାଜଧାନୀ ଥିଲା ଧୃତିପୁର ଯାହାକି ଏବେକାର ବୌଦ୍ଧ ଜିଲ୍ଲାର ଗନ୍ଧରାଡ଼ି ବୋଲି କୁହାଯାଏ ।


ଶୈଳଭଞ୍ଜଙ୍କ ପୁତ୍ର ଶତ୍ରୁଭଞ୍ଜ ଦେବ (୭୭୫-୭୯୮) ଗନ୍ଧାତ ନାମରେ ମଧ୍ୟ ପରିଚିତ ଥିଲେ । କେତେକ ସ୍ଥାନରେ ଗନ୍ଧାତାପତି, ଗନ୍ଧରବାଡ଼ି ଓ ଗନ୍ଧରାଡ଼ି ଆଦି ଶବ୍ଦ ବ୍ୟବହାର କରାଯାଇଛି । ତେବେ ଏହା ସ୍ପଷ୍ଟ ଯେ, ବୌଦ୍ଧ ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ଏବେକାର ଗନ୍ଧରାଡ଼ି ସ୍ଥାନରେ ଭଞ୍ଜବଂଶୀୟ ରାଜାମାନେ ଶାସନ କରୁଥିଲେ । ଶତ୍ରୁଭଞ୍ଜ ଥିଲେ ପରମ ବୈଷ୍ଣବ ଓ ତାଙ୍କ ପୁତ୍ର ରଣଭଞ୍ଜ ଦେବ (୭୯୮-୮୫୮) ଯିଏ କି ୬୦ ବର୍ଷ ଧରି ଭଞ୍ଜ ବଂଶକୁ ଶାସନ କରିଥିଲେ ଓ ଭଞ୍ଜ ବଂଶର ଶ୍ରେଷ୍ଠ ସମ୍ରାଟ ଥିଲେ ସେ ଥିଲେ ଶୈବ । ତେବେ ଏହି ରଣଭଞ୍ଜ ଦେବ ନବମ ଶତାବ୍ଦୀରେ ଗନ୍ଧରାଡ଼ିର ଯୁଗ୍ମ ନୀଳମାଧବ ମନ୍ଦିର ଓ ସିଦ୍ଧେଶ୍ଵର ମନ୍ଦିର ନିର୍ମାଣ କରିଥିଲେ ।

ବହୁତ ସୁନ୍ଦର ଜାଗା ଏଇ ମନ୍ଦିର । ବୌଦ୍ଧ ସହରରୁ ୧୫ କିମି ସୋନପୁର ରାସ୍ତାରେ ଗଲେ ଜହ୍ନପଙ୍କ ଛକ ପଡ଼େ । ସେଇ ଛକରୁ ଡାହାଣକୁ ୩ କିମି ଦୂର ମହାନଦୀ କୂଳରେ ଗନ୍ଧରାଡ଼ି ବା ଜଗତି ଗ୍ରାମରେ ଏହି ସୁନ୍ଦର ମନ୍ଦିର ଅବସ୍ଥିତ । ମନ୍ଦିର ପରିସର ବହୁତ ବଡ଼। ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଥିବା ଏହି ସ୍ଥାନଟି ସୁନ୍ଦର ହେଲେ ବି ଏହାର ରକ୍ଷଣାବେକ୍ଷଣ ପ୍ରତି ଆହୁରି ଅଧିକ ଧ୍ୟାନ ଦିଆଯିବା ଉଚିିତ।
Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago