ଲେଖା: ଦେଵ ତ୍ରିପାଠୀ
“ପାଇଲି ଅସଲ ଚିଜ ହେଉ ତାହା ଛଡ଼ା,
ନିରୋଳ ଓଡ଼ିଆ କଥା ଥିଲା ମୋର ଲୋଡା,
ପଢିଲି ସାହିତ୍ୟ ବସି ପହରେକ ଆଜ,
ଠିକ୍ ଠିକ୍ ଗାଇ ଯାଇଛନ୍ତି ପ୍ରହରାଜ . . “
ଯାହାଙ୍କ ପ୍ରଶଂସାରେ ବ୍ୟାସକବି ଫକୀରମୋହନ ଏପରି ଶତମୁଖ ହୋଇପଡ଼ିଥିଲେ, ସେଇ ମହାନ ସ୍ରଷ୍ଟା କିନ୍ତୁ ଆମ ଭାଷାସାହିତ୍ୟର ଉନ୍ନତି ପାଇଁ କରିଥିଲେ ସର୍ବସ୍ବ ତ୍ୟାଗ, ବାଜି ଲଗାଇଥିଲେ ଜୀବନ ଓ ଜୀବିକାକୁ, ଜଳାଞ୍ଜଳି ଦେଇଥିଲେ ଜୀବନର ୩୦ଟି ବର୍ଷ, ଆମ ସାହିତ୍ୟର ଅନୁପମ କୋଣାର୍କ ଗଢିବା ପାଇଁ ସେ ହରାଇଥିଲେ କଟକର ପ୍ରାସାଦ ପରି ବାସଗୃହ ଆଉ ଅଚଳାଚଳ ସମ୍ପତ୍ତି, ସେ ଥିଲେ ସେଇ କୋଣାର୍କର ଶିବେଇ, ସେ ବି ଥିଲେ ଵିଶୁ ମହାରଣା, ଧରମା ସାଜି ସେଇ ଐତିହାସିକ କୃତିର ମୁଣ୍ଡି ମାରିଥିଲେ, ନିଜ ଜୀବନକୁ ତିଳ ତିଳ କରି ଓଡ଼ିଆ ଜାତିକୁ ଅର୍ପଣ କରିଥିଲେ ସର୍ବଶ୍ରେଷ୍ଠ ଉପାଦାନ ଓଡ଼ିଆ ଶବ୍ଦକୋଷ “ପୂର୍ଣ୍ଣଚନ୍ଦ୍ର ଭାଷାକୋଷ“ ।
ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ଗୋପାଳଚନ୍ଦ୍ର ସୃଷ୍ଟି କରିଥିଲେ ସାମାଜିକ, ରାଜନୀତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତିଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ । ସେ ଫକୀରମୋହନଙ୍କ ପଥକୁ ଅନୁସରଣ କରି ଓଡ଼ିଆ ବ୍ୟଙ୍ଗସାହିତ୍ୟକୁ ପହଞ୍ଚାଇଥିଲେ ଏକ ଉଲ୍ଲେଖନୀୟ ସୋପାନରେ ।
“ଉତ୍କଳ କାହାଣୀ”, “ଭାଗବତ ଟୁଙ୍ଗୀରେ ସନ୍ଧ୍ୟା”, “ବାଇ ମାହାନ୍ତି ପାଞ୍ଜି”, “ଦୁନିଆର ହାଲଚାଲ”, “ନନାଙ୍କ ବସ୍ତାନି”, “ଆମ ଘରର ହାଲଚାଲ”, ମିଆଁ ସାହେବଙ୍କ ଭୋଜନାଳୟ”, “ବାଇନନାଙ୍କ ବୁଜୁଳି” “ସ୍ୱପ୍ନରେ ରାଜଯୋଗ” ପରି ବହୁ କାଳଜୟୀ ବ୍ୟଙ୍ଗରଚନା ଓ ଅଗଣିତ ପ୍ରବନ୍ଧ ତଥା “ଧୋ ରେ ବାୟା ଧୋ”, “ଜେଜେ ବାପାଙ୍କ ଟୁଣିମୁଣି” ପରି ଶିଶୁସାହିତ୍ୟ ସହିତ ୯୪୫୦ ପୃଷ୍ଠା ସମ୍ବଳିତ ତଥା ୧,୮୫,୦୦୦ ଶବ୍ଦର ବିଶଦ ବିବରଣୀ ସଙ୍କଳିତ #ପ୍ରଥମ #ଓଡ଼ିଆ ଭାଷାକୋଷ (୭ ଖଣ୍ଡ) ରଚନା କରି ସେ ଓଡ଼ିଆ ଜାତିକୁ କରିଛନ୍ତି ମହିମାମଣ୍ଡିତ ।
ଯେତେ ଜ୍ଞାନୀ, ପଣ୍ଡିତ ହେଲେ ମଧ୍ୟ ସେସବୁ ଓଡ଼ିଆ ଶବ୍ଦ ବିଷୟରେ ଜ୍ଞାତ ଥିବେ ଏହା ସମ୍ଭବ ନୁହେଁ । ତେବେ ଆମ ଭାଷାର ସମସ୍ତ ବ୍ୟବହୃତ ଶବ୍ଦର ନିର୍ଭୁଲ ବନାନ ପାଇଁ ଆମ ନିକଟରେ ଉଜ୍ଜ୍ୱଳ ଦର୍ପଣ ପରି ରହିଛି ଅନବଦ୍ୟ ସୃଷ୍ଟି #ପୂର୍ଣ୍ଣଚନ୍ଦ୍ର #ଭାଷାକୋଷ । ଏଇ ଭାଷାକୋଷର ପ୍ରକାଶନ ପାଇଁ କେତେ କଷ୍ଟ ସହିନାହାଁନ୍ତି ଗୋପାଳଚନ୍ଦ୍ର ପ୍ରହରାଜ । କେତେ ଓକିଲ, ମହନ୍ତ, ସାହୁକାର, ଜମିଦାର, ରାଜାମହାରାଜାଙ୍କ ନିକଟରେ ହାତପତାଇ ନାହାଁନ୍ତି ସେ । ଖଡ଼ିଆଳର ଓଡ଼ିଆପ୍ରାଣ ମହାରାଜା ଆର୍ତ୍ତତ୍ରାଣ ଦେବ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମୁଦ୍ରଣ ଓ ପ୍ରକାଶନ ବାବଦ ସମସ୍ତ ଅର୍ଥରାଶି ପ୍ରଦାନ କରିଥିଲେ, ମାତ୍ର କୌଣସି କାରଣରୁ ଗୋପାଳଚନ୍ଦ୍ର ପ୍ରହରାଜ ଉକ୍ତ ଅର୍ଥର ସଦୁପଯୋଗ କରି ପରି ନ ଥିଲେ ।
ଶେଷରେ ତତ୍କାଳୀନ ମୟୁରଭଞ୍ଜ ରାଜାଙ୍କ ସର୍ତ୍ତକୁ ଗ୍ରହଣ କରି ତାଙ୍କ ବଡ଼ଭାଇ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ନାମରେ ହିଁ ପ୍ରକାଶ କରାଇଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ କୃତିକୁ, ତାଙ୍କ ମାନସପୁତ୍ରକୁ – ଏଇ ଭାଷାକୋଷକୁ ! ତେବେ କନିକା ଗଡ଼ଜାତର ସଂସ୍କୃତିପ୍ରେମୀ ମହାରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ୧ମ ଓ ୭ମ ଭାଗର ପ୍ରକାଶନର ଖର୍ଚ୍ଚ ବହନ କରିଥିଲେ I
ପ୍ରକୃତରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ Lexicon। ପ୍ରତ୍ୟେକ ଶବ୍ଦର ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅର୍ଥ ଏଥିରେ ଦର୍ଶାଯାଇଛି। ଆଉ କେଉଁ ଭାରତୀୟ ଭାଷାରେ ଏପରି ଏକ ଶବ୍ଦକୋଷ ଉଦାହରଣ ଥିବା ଜଣାନାହିଁ। ଗୋପାଳଚନ୍ଦ୍ର ପ୍ରହରାଜ ମହୋଦୟ ଏହାକୁ ସଙ୍କଳିତ କରି ଓଡ଼ିଆ ଭାଷାସାହିତ୍ୟକୁ ଏକ ପୂର୍ଣ୍ଣ ଚନ୍ଦ୍ର ପ୍ରଦାନ କରିଛନ୍ତି। ତେବେ ଏହାର ପୁନଃ ପ୍ରକାଶନ ବିଭିନ୍ନ ଆଇନ ଗତ କାରଣରୁ ଅଟକି ରହିଥିଲା ଏବେ ସଙ୍କଳନ ମିଳୁଛି କି ନାହିଁ ଜଣାନାହିଁ।
୧୯୪୫ ମସିହା ମଇ ୧୬ ତାରିଖରେ କଟକସ୍ଥିତ ବାସଭବନରେ ସେଇ ଭାଷାପ୍ରାଣ ମହାନରଥୀ ଗୋପାଳଚନ୍ଦ୍ର ପ୍ରହରାଜ ଦେହତ୍ୟାଗ କରିଥିଲେ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago