ଲେଖା: ଦେଵ ତ୍ରିପାଠୀ
“ପାଇଲି ଅସଲ ଚିଜ ହେଉ ତାହା ଛଡ଼ା,
ନିରୋଳ ଓଡ଼ିଆ କଥା ଥିଲା ମୋର ଲୋଡା,
ପଢିଲି ସାହିତ୍ୟ ବସି ପହରେକ ଆଜ,
ଠିକ୍ ଠିକ୍ ଗାଇ ଯାଇଛନ୍ତି ପ୍ରହରାଜ . . “
ଯାହାଙ୍କ ପ୍ରଶଂସାରେ ବ୍ୟାସକବି ଫକୀରମୋହନ ଏପରି ଶତମୁଖ ହୋଇପଡ଼ିଥିଲେ, ସେଇ ମହାନ ସ୍ରଷ୍ଟା କିନ୍ତୁ ଆମ ଭାଷାସାହିତ୍ୟର ଉନ୍ନତି ପାଇଁ କରିଥିଲେ ସର୍ବସ୍ବ ତ୍ୟାଗ, ବାଜି ଲଗାଇଥିଲେ ଜୀବନ ଓ ଜୀବିକାକୁ, ଜଳାଞ୍ଜଳି ଦେଇଥିଲେ ଜୀବନର ୩୦ଟି ବର୍ଷ, ଆମ ସାହିତ୍ୟର ଅନୁପମ କୋଣାର୍କ ଗଢିବା ପାଇଁ ସେ ହରାଇଥିଲେ କଟକର ପ୍ରାସାଦ ପରି ବାସଗୃହ ଆଉ ଅଚଳାଚଳ ସମ୍ପତ୍ତି, ସେ ଥିଲେ ସେଇ କୋଣାର୍କର ଶିବେଇ, ସେ ବି ଥିଲେ ଵିଶୁ ମହାରଣା, ଧରମା ସାଜି ସେଇ ଐତିହାସିକ କୃତିର ମୁଣ୍ଡି ମାରିଥିଲେ, ନିଜ ଜୀବନକୁ ତିଳ ତିଳ କରି ଓଡ଼ିଆ ଜାତିକୁ ଅର୍ପଣ କରିଥିଲେ ସର୍ବଶ୍ରେଷ୍ଠ ଉପାଦାନ ଓଡ଼ିଆ ଶବ୍ଦକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ଗୋପାଳଚନ୍ଦ୍ର ସୃଷ୍ଟି କରିଥିଲେ ସାମାଜିକ, ରାଜନୀତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତିଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ । ସେ ଫକୀରମୋହନଙ୍କ ପଥକୁ ଅନୁସରଣ କରି ଓଡ଼ିଆ ବ୍ୟଙ୍ଗସାହିତ୍ୟକୁ ପହଞ୍ଚାଇଥିଲେ ଏକ ଉଲ୍ଲେଖନୀୟ ସୋପାନରେ ।
“ଉତ୍କଳ କାହାଣୀ”, “ଭାଗବତ ଟୁଙ୍ଗୀରେ ସନ୍ଧ୍ୟା”, “ବାଇ ମାହାନ୍ତି ପାଞ୍ଜି”, “ଦୁନିଆର ହାଲଚାଲ”, “ନନାଙ୍କ ବସ୍ତାନି”, “ଆମ ଘରର ହାଲଚାଲ”, ମିଆଁ ସାହେବଙ୍କ ଭୋଜନାଳୟ”, “ବାଇନନାଙ୍କ ବୁଜୁଳି” “ସ୍ୱପ୍ନରେ ରାଜଯୋଗ” ପରି ବହୁ କାଳଜୟୀ ବ୍ୟଙ୍ଗରଚନା ଓ ଅଗଣିତ ପ୍ରବନ୍ଧ ତଥା “ଧୋ ରେ ବାୟା ଧୋ”, “ଜେଜେ ବାପାଙ୍କ ଟୁଣିମୁଣି” ପରି ଶିଶୁସାହିତ୍ୟ ସହିତ ୯୪୫୦ ପୃଷ୍ଠା ସମ୍ବଳିତ ତଥା ୧,୮୫,୦୦୦ ଶବ୍ଦର ବିଶଦ ବିବରଣୀ ସଙ୍କଳିତ #ପ୍ରଥମ #ଓଡ଼ିଆ ଭାଷାକୋଷ (୭ ଖଣ୍ଡ) ରଚନା କରି ସେ ଓଡ଼ିଆ ଜାତିକୁ କରିଛନ୍ତି ମହିମାମଣ୍ଡିତ ।
ଯେତେ ଜ୍ଞାନୀ, ପଣ୍ଡିତ ହେଲେ ମଧ୍ୟ ସେସବୁ ଓଡ଼ିଆ ଶବ୍ଦ ବିଷୟରେ ଜ୍ଞାତ ଥିବେ ଏହା ସମ୍ଭବ ନୁହେଁ । ତେବେ ଆମ ଭାଷାର ସମସ୍ତ ବ୍ୟବହୃତ ଶବ୍ଦର ନିର୍ଭୁଲ ବନାନ ପାଇଁ ଆମ ନିକଟରେ ଉଜ୍ଜ୍ୱଳ ଦର୍ପଣ ପରି ରହିଛି ଅନବଦ୍ୟ ସୃଷ୍ଟି #ପୂର୍ଣ୍ଣଚନ୍ଦ୍ର #ଭାଷାକୋଷ । ଏଇ ଭାଷାକୋଷର ପ୍ରକାଶନ ପାଇଁ କେତେ କଷ୍ଟ ସହିନାହାଁନ୍ତି ଗୋପାଳଚନ୍ଦ୍ର ପ୍ରହରାଜ । କେତେ ଓକିଲ, ମହନ୍ତ, ସାହୁକାର, ଜମିଦାର, ରାଜାମହାରାଜାଙ୍କ ନିକଟରେ ହାତପତାଇ ନାହାଁନ୍ତି ସେ । ଖଡ଼ିଆଳର ଓଡ଼ିଆପ୍ରାଣ ମହାରାଜା ଆର୍ତ୍ତତ୍ରାଣ ଦେବ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମୁଦ୍ରଣ ଓ ପ୍ରକାଶନ ବାବଦ ସମସ୍ତ ଅର୍ଥରାଶି ପ୍ରଦାନ କରିଥିଲେ, ମାତ୍ର କୌଣସି କାରଣରୁ ଗୋପାଳଚନ୍ଦ୍ର ପ୍ରହରାଜ ଉକ୍ତ ଅର୍ଥର ସଦୁପଯୋଗ କରି ପରି ନ ଥିଲେ ।
ଶେଷରେ ତତ୍କାଳୀନ ମୟୁରଭଞ୍ଜ ରାଜାଙ୍କ ସର୍ତ୍ତକୁ ଗ୍ରହଣ କରି ତାଙ୍କ ବଡ଼ଭାଇ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ନାମରେ ହିଁ ପ୍ରକାଶ କରାଇଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ କୃତିକୁ, ତାଙ୍କ ମାନସପୁତ୍ରକୁ – ଏଇ ଭାଷାକୋଷକୁ ! ତେବେ କନିକା ଗଡ଼ଜାତର ସଂସ୍କୃତିପ୍ରେମୀ ମହାରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ୧ମ ଓ ୭ମ ଭାଗର ପ୍ରକାଶନର ଖର୍ଚ୍ଚ ବହନ କରିଥିଲେ I
ପ୍ରକୃତରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ Lexicon। ପ୍ରତ୍ୟେକ ଶବ୍ଦର ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅର୍ଥ ଏଥିରେ ଦର୍ଶାଯାଇଛି। ଆଉ କେଉଁ ଭାରତୀୟ ଭାଷାରେ ଏପରି ଏକ ଶବ୍ଦକୋଷ ଉଦାହରଣ ଥିବା ଜଣାନାହିଁ। ଗୋପାଳଚନ୍ଦ୍ର ପ୍ରହରାଜ ମହୋଦୟ ଏହାକୁ ସଙ୍କଳିତ କରି ଓଡ଼ିଆ ଭାଷାସାହିତ୍ୟକୁ ଏକ ପୂର୍ଣ୍ଣ ଚନ୍ଦ୍ର ପ୍ରଦାନ କରିଛନ୍ତି। ତେବେ ଏହାର ପୁନଃ ପ୍ରକାଶନ ବିଭିନ୍ନ ଆଇନ ଗତ କାରଣରୁ ଅଟକି ରହିଥିଲା ଏବେ ସଙ୍କଳନ ମିଳୁଛି କି ନାହିଁ ଜଣାନାହିଁ।
୧୯୪୫ ମସିହା ମଇ ୧୬ ତାରିଖରେ କଟକସ୍ଥିତ ବାସଭବନରେ ସେଇ ଭାଷାପ୍ରାଣ ମହାନରଥୀ ଗୋପାଳଚନ୍ଦ୍ର ପ୍ରହରାଜ ଦେହତ୍ୟାଗ କରିଥିଲେ ।
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

15 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago