ଉପସ୍ଥାପନା: ଶିଶିର ସାହୁ ମନୋଜ

ଗୋଣ୍ଡି ପୁନେମ ଦର୍ଶନ ଅନୁସାରେ ଗୋଣ୍ଡି ଭାଷାର କିପରି ଉତ୍ପତ୍ତି ହୋଇଛି ତାହାର ପରିଚୟ ମିଳିଥାଏ । ଏଥିରେ ଉଲ୍ଲେଖ ରହିଛି ଯେ ଶମ୍ଭୁଶେକଙ୍କର ଡମ୍ଵରୁରୁ ଗୋଣ୍ଡି ଭାଷା ଉତ୍ପନ୍ନ ହୋଇଛି ।

ଏହି  ଶମ୍ଭୁଶେକ ବହୁତ ସମ୍ଭଵ ଶିଵଶଙ୍କର ଭଗବାନଙ୍କ ଵ୍ଯତୀତ ଆଉ କେହି ନୁହନ୍ତି । କୁହାଯାଏ ଗଣ୍ଡ ଆଦି ଧର୍ମଗୁରୁ ପାରିକୁପାର ଲିଙ୍ଗୋ ସେହି ଶମ୍ଭୁଶେକ ଦେଵତାଙ୍କର ସେହି ଡମ୍ବରୁ ଧ୍ଵନିକୁ ଶୁଣି ଗୋଣ୍ଡି ଭାଷାକୁ ରଚନା କରିଥିଲେ ।

ଡମ୍ବରୁ ଶବ୍ଦକୁ ଶୁଣି ସେହି ସ୍ଵରରେ ସେ ଵର୍ଣ୍ଣ, ଶବ୍ଦ ଏଵଂ ଵାକ୍ଯ ତିଆରି କରୁ କରୁ ଗୋଣ୍ଡି ବୋଲି ଏକ ନୂଆ ଭାଷା ସୃଷ୍ଟି କରି ଦେଇଥିଲେ । ଏହାକୁ ହିଁ ଗୋଏନ୍ଦାଡ଼ୀ ଵାଣୀ ଵା ଗଣ୍ଡଵାଣୀ କୁହାଯାଏ । ଗୋଣ୍ଡି ଭାଷାରେ ଡମ୍ବରକୁ ଗୋଏନ୍ଦାଡ଼ୀ କୁହାଯାଏ ।

ଅଵଶ୍ୟ ଏହି ଲୋକକଥା କେଵଳ ଏକ ଲୋକଵିଶ୍ଵାସ ନା ଏହ ପଛରେ କୌଣସି ଐତିହାସିକ କଥା ରହିଛି ତାହା ନିଶ୍ଚୟ ଗଵେଷଣା ସାପେକ୍ଷ । ତେଵେ ଗୋଣ୍ଡ, ଗୋଣ୍ଡି, ଗଣ୍ଡ, କୋଣ୍ଡା, କୋଟିଆ, କନ୍ଧକୋୟା ଇତ୍ୟାଦି ଏ ସମସ୍ତ ଶବ୍ଦର ମୂଳ ହେଉଛି ଏକ ଦ୍ରାଵିଡ ଶବ୍ଦ କୁ ଵା କୋ ଏଵଂ ଏହାର ଅର୍ଥ ପର୍ଵତ ଅଟେ । ସେଇଭଳି ଦ୍ରାଵିଡ ଜନଜାତି ଗୁଡ଼ିକର ଗୋଣ୍ଡ, କୋଣ୍ଡା ଓ କନ୍ଧ ଇତ୍ୟାଦି ନାମକରଣର ଅର୍ଥ  ମଧ୍ୟ ସ୍ପଷ୍ଟ ହେଉଛି  ଯେ ସେମାନେ ପର୍ଵତଵାସୀ ଅଟନ୍ତି । ତେଵେ ସମୟ ସହ ଗୋଟିଏ ପଟେ ଦକ୍ଷିଣ ଭାରତର ଦ୍ରାଵିଡ ଲୋକେ ସମତଳରେ ଵସତିସ୍ଥାପନ କରିଵା ଶିଖିଗଲାଵେଳେ ଉତ୍ତର ଭାରତର ଗୋଣ୍ଡ ଜାତି ମଧ୍ୟ କେତେକ ଅଞ୍ଚଳରେ ଶାସନ କରିଵା ଆରମ୍ଭ କରିଦେଇଥିଲେ । ଓଡ଼ିଶାରେ ମଧ୍ୟ ଅନୁଗୋଳ ଠାରୁ କନ୍ଧମାଳ ଓ ନଵରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳରେ ଅନେକ ଵର୍ଷ ଯାଏଁ ଏହି ଯୁଦ୍ଧପ୍ରିୟ ଜାତିର ପ୍ରତ୍ଯକ୍ଷ କ୍ଷମତା ରହିଥିଵା ଜଣାଯାଏ । 

କୁ ଓ କୋ ଶବ୍ଦ ସହିତ ସମଦ୍ଧୃତ ଓ ସମସାଦୃଶ୍ଯ ଥିଵା ପର୍ଵତ ଅର୍ଥଜ ଅନେକ ଶବ୍ଦ ଦ୍ରାଵିଡ ଭାଷା ପରିଵାରର ଵିଭିନ୍ନ ଭାଷାରେ ମିଳିଯାଏ ଏଇ ଯେମିତି କୁଈ ଭାଷାରେ ପାହାଡ଼କୁ “କୁପ୍’ଡା଼” କୁହାଯାଏ ଠିକ୍ ସେଇଭଳି ତାମିଳରେ  #குட்டரி (kuṭṭari) ବୋଲି ଏକ ଶବ୍ଦ ରହିଛି ଯାହାର ଅର୍ଥ ପାହାଡ଼ ଵା ପର୍ଵତ ଅଟେ ।

© ଶବ୍ଦଭେଦ

Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago