ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଆମଭାଷାରେ ଗୋଟିକିଆ ଅକ୍ଷରଯୁକ୍ତ ଶବ୍ଦରେ ମାତ୍ରା ବଦଳିଗଲେ ଅର୍ଥ ମଧ୍ୟ ବଦଳିଯାଏ । ନିମ୍ନରେ ଵର୍ଗ୍ଯ ‛ବ’ ରେ ଏହି ପ୍ରକ୍ରିୟାର ଉଦାହରଣ ପ୍ରଦାନ କରାଗଲା ।

ବ ―
୧. ବଅ ଵା ବସ; ବସ କ୍ରିୟା ଶବ୍ଦର ଏକ ରୂପ
୨. ପାନଗଛର ଚେର (ଉତ୍ତର ଓଡ଼ିଶା)
୩. ବୋହୂ (ଦକ୍ଷିଣ ପଶ୍ଚିମ ଓଡ଼ିଶା)

ବା ―
୧. ବାପା
୨. କିଂଵା, ଅଥଵା ଅର୍ଥରେ ପ୍ରୟୋଗ କରାଯାଉଥିଵା ‛ଵା’ ଅଵ୍ଯୟର ଅଶୁଦ୍ଧ ଲିଖନ
୩. ହେ !, ରେ (Oh !), ବାଃ
୪. (ବାକ୍ଯାନୁପ୍ରାସ) ପୂର୍ଵାଞ୍ଚଳରେ ‘ମ’, ‘ମଁ’ ଓ ‘ପା’ ଭଳି ଦକ୍ଷିଣ ଓଡ଼ିଶାରେ ‛ବା’ ଶବ୍ଦ ଵ୍ଯଵହାର ହୋଇଥାଏ ତେଵେ ଏହା ଦକ୍ଷିଣ ଓଡ଼ିଶାରେ ‛ଵା’ ଉଚ୍ଚାରିତ ହୋଇଥାଏ । ଏହି ଶବ୍ଦ ଭଳି ପଶ୍ଚିମ ଓଡ଼ିଶାରେ ‘ବୋ’ ବୋଲି ଏକ ଵ୍ଯାକ୍ଯାନୁପ୍ରାସ ଶବ୍ଦ ଚଳୁଅଛି ।

ବି —
୧. ଅପି; ସୁଦ୍ଧା; ମଧ୍ୟ
୨. ଅପିଚ; ଆହୁରି ମଧ୍ୟ
୩. ଏଵଂ

ବୀ —
୧. ମାଈଚଢେ଼ଇ

ବୁ —
୧. ମାତୃସ୍ତନ
୨. ଗନ୍ଧ

ବୂ —
୧. ଗନ୍ଧ

ବେ —
୧. ଅବଜ୍ଞା ବା ତୁଚ୍ଛାର୍ଥକ ସମ୍ବୋଧନ (ରେ, ଆରେ, ଇରେ, (ସ୍ତ୍ରୀ) ଲୋ, ଆଲୋ, ଇଲୋ, ବେ, ଆବେ, ଇବେ, ହାଁବେ)
୨. ଉପସର୍ଗ (ବେହିଆ, ବେଦମ)

ବୋ —
୧. ଦୁର୍ଗନ୍ଧ
୨. ମଁ, ମ, ବା (ଵା)
୩. ବିଭିନ୍ନ ଭାବସୂଚକ ଅଵ୍ଯୟ ପଦ; ଗୋ, ବେ, ରେ ପର୍ଯ୍ୟାୟଭୁକ୍ତ ।
ଵାକ୍ଯ ଉଦାହରଣ:
● ହଏ ବୋ ସୁନୁଛୁ କାଏଁ?
● ଦେଖ୍ ତ ବୋ, କେନ୍‌ତା ବଢିଆ ଦିସୁଛେ
● ପାଏନ୍ ଗଡ଼େ ଆନ୍ ନ ବୋ
● ଇନ୍‍ତା ହଏରାନ୍ ନାଇଁ କର୍‍ବୁ ବୋ
● କେନ ଆଡ଼୍‌କେ ଯାଇଥିଲୁ ବୋ ?
● ଇଟା ତ ଗୁଟେ ମ‍ଉକା ବୋ
● ଚାଲ୍ ବୋ ଚାଲ୍ ନାଇଁ ହେଲେ ଗାଡ଼ି ଫେଲ୍ ହେମା

ବଁ ―
୧)କ୍ରୋଧ,ଵିରକ୍ତି

ବଂ ―
୧. ବମ୍ ବମ୍ ଭୋଲା ବାବା ଵାକ୍ଯରେ ଥିଵା ବଂ ଶବ୍ଦ

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago