ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ

ଆମ ଗଜପତି ଠାକୁର ରାଜାଙ୍କର ଦୈନନ୍ଦିନୀ ପାଇଁ ପ୍ରଚଳିତ ଥିଲା ସ୍ଵତନ୍ତ୍ର ଶବ୍ଦ ।

ଆଜିକାଲି ରଜା-ପ୍ରଜାଙ୍କ ମଧ୍ୟରେ ସେମନ୍ତ କିଛି ଭେଦ ରହିଯାଇନାହିଁ କିନ୍ତୁ ଆଗକାଳରେ ଏମନ୍ତ ନଥିଲା । ଆଗେ ସନାତନୀମାନେ ରାଜାଙ୍କୁ ଦେଵତାସମ ମାନ୍ୟ କରୁଥିଲେ ଏଵଂ ଏଥିପାଇଁ ସାଧାରଣଜନଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ ଵ୍ୟଵହାର କରାଯାଉଥିଲା ରାଜାଙ୍କ ପ୍ରତି ସେ ଶବ୍ଦମାନ ଵ୍ୟଵହୃତ ହେଉନଥିଲା । ରାଜାଙ୍କର ଦୈନିକ କ୍ରିୟାକଳାପକୁ ‘ନିତି’ ବୋଲା ଯାଉଥିଲା ।

ରାଜପୁରୁଷଙ୍କର ଭିନ୍ନ ଭିନ୍ନ ନିତିମାନଙ୍କର ମଧ୍ଯ ଵିଶେଷ ଵିଶେଷ ନାମ ରହିଛି। ତାଙ୍କର ଘରଦ୍ବାର, ହାତୀ ଓ ଘୋଡ଼ା ଇତ୍ଯାଦିଙ୍କର ମଧ୍ଯ ସ୍ବତନ୍ତ୍ର ନାମ ଅଛି। ରାଜାଙ୍କୁ ଛାମୁ, ମଣିମା, ଗୋସେଈଁ, ହଜୁର୍ ବୋଲି ସମ୍ବୋଧନ କରାଯାଏ। ଏଠାରେ ଆମ ଗଜପତି ଠାକୁର ରାଜାଙ୍କ ସମ୍ବନ୍ଧେ ବ୍ଯବହୃତ କେତେକ ଶବ୍ଦ ଓ ବାକ୍ଯ ଦିଆଗଲା . .


ରଜାଙ୍କ ନିକଟ—ରଜାଙ୍କ ଛାମୁ
ରଜାଙ୍କ ଘର—ନଅର, ନବର
ରଜାଙ୍କ ଅନ୍ତଃପୁର—ଉଆସ, ନହର, ଅନ୍ତଃପୁର
ରଜାଙ୍କ ଅଗଣା—ପାଟ ଅଗଣା
ରଜାଙ୍କ ଵ୍ୟଵହାର୍ଯ୍ୟ ହାତୀ—ପାଟ ହାତୀ
ରଜାଙ୍କ ଘୋଡ଼ା—ପାଟ ଘୋଡ଼ା
ରଜାଙ୍କ ନିଦ୍ରା—ପହଡ଼
ରଜାଙ୍କ ଚେଇଁ ଶୋଇବା—ଚିଆଁ ପହଡ଼
ପାନ ଖାଇବା—ବିଡ଼ିଆଲାଗି ହେବା
ଦାନ୍ତଘସା—ଦାନ୍ତୁଆଣି;
କାଠଲାଗି ଭୋଜନ—ମୁଣେହି, ଯୋଗଣ, ଠାଆଲାଗି
ଜଳଖିଆ—ଶୀତଳ ମୁଣୋହିଁ
ଦୁଧ ପିଆ—ଓଖର ଯୋଗଣ
ଗାଧୁଆ—ମାଜଣା, ଦେହପାଣି
ବସିବା—ବେହେରଣ
ବସିବା【ମେଲା—ବେହେରଣ ମଣ୍ଡପ
ଔଷଧ ଖାଇବା—ଓଷଦ ଯୋଗଣ
ଜୋତା ପିନ୍ଧିବା—ମହତ୍ରାଣ ଲାଗି
ଅନ୍ଧାରରେ ଵା ରାତ୍ରିରେ, ଛଦ୍ମଵେଶରେ ବୁଲିଯିବା—ଅନ୍ଧାରି ଵିଜେ
ଖିଅର ହେବା—ମୁଖ ଶିଙ୍ଗାର; ପନିଅରି
ଝାଡ଼ା ଫେରିବା—ଶୁଳେଇ ବିଜେ
ଲୁଗା ପିନ୍ଧିବା–ଖଟଣିଲାଗି,ତଡ଼ପଲାଗି
ପୀଡ଼ିତ ହେବା—ଶ୍ରୀଅଙ୍ଗ ଅଳସ ହେବା
ଝାଡ଼ା ଫେରି ଆସି ମାଟିହାତ କରିବା— ଧୂଳିପାଣି ବଢ଼ିବା
ତେଲ ଲଗାଇବା—ଫୁଲୁରି ଲାଗି, ମର୍ଦ୍ଦନ
ଶିକାର କରିବା—ପାରିଧି, ଆଡ଼ିଯିବା,
ଆସିବା, ଉପସ୍ଥିତ ହେବା—ବିଜେ କରିବା, ବିଜେ ହେବା
ଠାକୁର ପୂଜା—ଦେଵାର୍ଚ୍ଚନ
ଵିଵାହ—ମଙ୍ଗଳକୃତ୍ଯ ମହାପ୍ରସାଦ
ନିର୍ବନ୍ଧ—ପାଟମୁଦି,ଟୀକା
ବେଶ ହେବା—ଶିଙ୍ଗାର ବଢ଼ିବା
କୌଣସିସ୍ଥାନରୁ ଫେରି ଆସିବା—ବାହୁଡ଼ା ବିଜେ କରିବା
ରଜା କେଉଁଠାକୁ ଯିବାବେଳେ, ରଜା ଆଗେ ଆଗେ ଜଣେ, ପାଇକ ଡ଼ାକିଡ଼ାକି ବାଟ କଢ଼େଇବା—ପହଣ୍ଡ ମଣେଇବା
ରାଜାଙ୍କ ପିନ୍ଧିବା ଲୁଗା—ଖଟଣୀ, ତଡ଼ପ
ରାଜାଙ୍କ ଧନାଗାର— ଭଣ୍ତାର
ବସ୍ତ୍ରାଗାର—ଗନ୍ତା, ଗନ୍ତାଘର
ରଜାଙ୍କ ପାଖକୁ ଦୋଷୀ ବ୍ଯକ୍ତିକୁ, ଯିବାର ନିଷେଧାଜ୍ଞା—ଛାମୁ ମନା
ରଜାଙ୍କ ଚିଠି—ଚିଟାଉ
ମୁଣ୍ଡ—ଗଭା
ରଜାଙ୍କ ଦେହ—ଶ୍ରୀଅଙ୍ଗ
ରଜାଙ୍କ ହାତ—ଶ୍ରୀହସ୍ତ
ରଜାଙ୍କ ହାତ ବାକ୍ସ—ଶ୍ରୀହସ୍ତ ବାକ୍ସ
ରଜାଙ୍କ ବ୍ଯବହୃତ ଅନ୍ନ—ଓରିଆ
ରଜାଙ୍କ ଲଗାଇବା ତେଲ—ଫୁଲୁରି
ରଜାଙ୍କ ଗୋଡ଼—ପାଆ, ପୟର
ରଜାଙ୍କ ପ୍ରଧାନ ରାଣୀ—ପାଟରାଣୀ, ପାଟ ମହାଦେଈ, ପାଟମଣିମା
ରାଜାଙ୍କ କନ୍ଯାଭାରିଜା—ନୂଆମଣିମା, କନ୍ଯାମଣିମା
ରାଜାଙ୍କ ସାଧାରଣ ସ୍ତ୍ରୀ—ମହାଦେଈ
ରାଜାଙ୍କ ରକ୍ଷିତା ଦାସୀ—ବେହେରାଣୀ
ରାଜାଙ୍କ ଅନୁଗୃହୀତା ଦାସୀ—ଛାମୁଆ, ଝରାରାଜା ଫୁଲଟିଏ ଦେଇ ଗାନ୍ଧର୍ବ, ମତରେ ମନୋନୀତ କରିବା ସ୍ତ୍ରୀ—ଫୁଲବାଈ [ଏହିପରି ମାଳବାଈ, ଚଉକିବାଈ ଆଦି ଶବ୍ଦ ଅଛି]
ରଜାଙ୍କ ବଡ଼ ପୁଅ—ଗମ୍ଭୀରି ସାଆନ୍ତ; ଦେଉ; ପାଟଦେଉ; ଟିକାଏତ
ବଡ଼ପୁଅଙ୍କ ତଳିପୁଅ—ପଟାଏତ
ଅନ୍ଯ ରାଜପୁତ୍ରଗଣ—ରାଉତରା
ରାଜାଙ୍କ ଭାୟା ବା କୁଟୁମ୍ବୀ—ବିରାଦର; ସାଆନ୍ତ; ଭାଇପୁଅ
ରାଜାଙ୍କ ଦାସୀପୁତ୍ର—ଅନ୍ତର
ରଜାଙ୍କ ଝିଅ—ଜେମା, ଜେମାଦେଈ, ଜେମାଦେଈ ମଣିମା
ରଜାଙ୍କ ଗୃହପାଳିତା ଦାସୀ—ଘରଝିଅ
ରଜାଙ୍କ ପାଚିକା ବ୍ରାହ୍ମଣୀ—ନାନୀ
ପାଚକ—ସୁଆର, ମହାସୁଆର
ଆଗନ୍ତୁକମାନଙ୍କ, ଚର୍ଚ୍ଚା ବୁଝିବା ଲୋକ—ଚର୍ଚ୍ଚା ବେହେରା,ଚର୍ଚ୍ଚାଇତ
ରଜାଙ୍କ ପିନ୍ଧାଲୁଗାର ଓ ଅଳଙ୍କାରାଦିର ରକ୍ଷକ—ଚାଙ୍ଗଡ଼ା ମେକାପ
ଭଣ୍ଡାର ଘର ରକ୍ଷକ—ଗନ୍ତାଇତ; ମେକାପ
ରାଣୀଙ୍କ ଭଣ୍ଡାର, ରକ୍ଷିକା ଦାସୀ—ସରାଣୀ, ଗନ୍ତାଣୀ, ଗନ୍ତାଘରିଆଣୀ
ଗୀତ ଗାଇବା ଦାସୀ—ଗାଆଣୀ
ବାଦ୍ଯ ବଜାଇବା ଦାସୀ—ବାଆଣୀ
ରଜା ଓ ରାଣୀଙ୍କ ସେବାର, ପାଳି ୟାହାର ପଡ଼ିଥାଏ—ପାଳିଆ (ଯଥା, ପାଳିଆ ପାଇକ, ପାଳିଆ ଆପଟ)
ରଜାଙ୍କ ଗଉଡ଼—ଆପଟ
ଅନ୍ତଃପୁରକୁ ଯିବା ଆସିବା କରିବା ପିଲା—ଭିତରିଆ ପିଲା
ମୃତ ରାଜାଙ୍କ ଅନ୍ତ୍ଯେଷ୍ଠି କ୍ରିୟା କରିବା ବ୍ରାହ୍ମଣ— ପୁଅ ବ୍ରାହ୍ମଣ
ରାଜାଙ୍କ ଅଙ୍ଗ ସେଵାକାରୀ ଦାସ—ଛାମୁଆ,
ପାଖଲୋକ–ଧାଈ, ଧାଈବେହେରା, ମୁଦୂସୁଲୀ
ପାକାର୍ଥ ଦ୍ରଵ୍ୟାଦି ପାଚକ ନିକଟକୁ, ଯୋଗାଇବା ବାଚାକର—ଯୋଗଣିଆ
ରଜାଙ୍କ ଖାଦ୍ଯଦ୍ରବ୍ଯକୁ ଦେଖି, ପରୀକ୍ଷା କରିବା ବ୍ଯକ୍ତି—ଦେଖୁଣିଆ
ରାଜାଙ୍କ ଖାଦ୍ଯଦ୍ରବ୍ଯକୁ ପ୍ରଥମେ, ଚାଖି ପରୀକ୍ଷା କରିବା ବ୍ଯକ୍ତି—ଚାଖୁଣିଆ
ଚପରାସୀ—ଖୁଣ୍ଟିଆ, ଛାମୁଖୁଣ୍ଟିଆ, ଭିତର ଖୁଣ୍ଟିଆ
ଆର୍ଦ୍ଦଳୀ—ସଙ୍ଖୁଳିଆ; ପଢ଼ିଆରି
ଯେ ରାଜାଙ୍କୁ ବା ରାଣୀଙ୍କୁ ବେଶ କରେ—ଶିଙ୍ଘାରୀ
ସର୍ଦ୍ଦାର ବେହେରୀ—ଖଟଣି ସେବକ
ମେହେନ୍ତର—ମାହାର
ମୋହରିର—ଛାମୁକରଣ
ବେଶ୍ଯା—ମାହାରୀ
ଅନ୍ତଃପୁରର ହିସାବ ରକ୍ଷକ—ନଅର ବିଷୋଈ
ମନ୍ତ୍ରୀ—ତଢ଼ଉ, ପାତ୍ର, ଖରସୁଧା, ଦେବାନ, ବେବର୍ତ୍ତା
ପିଆଦା—ପାଇକ
ପ୍ରହରୀ—ପାହାରୀ ପାଇକ
ଦେବସେବା କର୍ମଚାରୀ—ପରିଛା, ପରକରଣ, ଦେଉଳ କରଣ, କୋଠକରଣ
ଗ୍ରାମର ରାଜକର୍ମଚାରୀ—ଦଳେଇ, ଦଳବେହେରା, ପ୍ରଧାନ

ଆମ ଗଜପତି ଠାକୁର ରାଜାଙ୍କ ପାଇଁ ଵ୍ୟଵହୃତ ଏ ଶବ୍ଦଗୁଡି଼କ ମଧ୍ୟରେ କେତେକ ଶବ୍ଦ ଶ୍ରୀମନ୍ଦିରେ ଵିଜେ ଶ୍ରୀଜଗନ୍ନାଥଙ୍କର ଦେଵନୀତିର ନାମକରଣାର୍ଥେ ଵ୍ୟଵହୃତ ହୋଇଥାଏ । କାରଣ ଏ  କଳିଙ୍ଗଦେଶର ମାତ୍ର ଜଣେ ହିଁ ଶାସକ କେଉଁ ଆଵାହମାନ କାଳରୁ ଜନତାଙ୍କ ହୃଦୟରେ ବିରାଜମାନ କରିଆସୁଛନ୍ତି ପରମଜୈନ, ପରମବୌଦ୍ଧ, ପରମ ଵୈଷ୍ଣଵ ପରମେଶ୍ଵର ପୁରୁଷୋତ୍ତମ ଶ୍ରୀଜଗନ୍ନାଥ !

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago