ଲେଖା: ଦେଵ ତ୍ରିପାଠୀ
କାଶୀନାଥ ପୂଜାପଣ୍ଡା । ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଏକ ଶ୍ରଦ୍ଧାଶୀଳ ସ୍ମରଣୀୟ ନାମ ।
ବାଳୁତ ବୟସରୁ କାଶୀନାଥ ଥିଲେ ସଙ୍ଗୀତମନସ୍କ । ମାମୁଁ ବଳଭଦ୍ର ହଜୁରୀ, ପୁରୀରେ ପ୍ରତିଷ୍ଠା କରିଥିବା ହଜୁରୀ ଥିଏଟରର ଆଖଡାଶାଳରେ କାଶୀନାଥଙ୍କ ଶୈଶବ ବିତିଥିଲା । ମାମୁଁ ପୁଅ ଭାଇ ରଘୁନାଥଙ୍କ ପ୍ରରୋଚନାରେ କାଶୀନାଥ ନବମ ଶ୍ରେଣୀରୁ ପାଠପଢା ଛାଡି ସଙ୍ଗୀତରେ ମାତି ଥିଲେ । ପିତାଙ୍କର ପୁତ୍ରର ସଙ୍ଗୀତ ଆସକ୍ତି ପ୍ରତି ସହମତି ନଥାଇ ମଧ୍ୟ ମା’ ଓ ଭିଣୋଇଙ୍କ ସମର୍ଥନ ଯୋଗୁଁ ତାଙ୍କୁ ମିଳିଥିଲା ସିଂହାରୀ ଶ୍ୟାମସୁନ୍ଦର କରଙ୍କ ପରି ପ୍ରଥିତଯଶା ସଙ୍ଗୀତ ଗୁରୁଙ୍କ ସାନ୍ନିଧ୍ୟ । ଆଉ ପଛକୁ ଫେରି ଚାହିଁ ନ ଥିଲେ କାଶୀନାଥ । ସଙ୍ଗୀତର ଆବେଗ, ମାୟା ଅବା ମୋହରୁ ମୁକୁଳି ନ ପାରି ସେ ଏକଦା କଲିକତାରେ ଚା’ ଦୋକାନରେ ଗୁଜରାଣ ମେଣ୍ଟାଉଥିଲେ । ତେବେ ଭାଗ୍ୟ ଖୋଲିଯାଇଥିଲା କଲିକତାରୁ ଫେରି କଟକରେ ସଙ୍ଗୀତ ଶିକ୍ଷା କରିବାରେ ।
ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସମେତ ହରିହର ରାଜଗୁରୁଙ୍କ ଠାରୁ ଓଡ଼ିଶୀ ସଙ୍ଗୀତ ଓ ମର୍ଦଳ ବାଦନ ତଥା କାଳିପଦ ମୁଖାର୍ଜୀ, ସୁଧୀର ମିତ୍ରଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ପରେ ସେ ପ୍ରୟାଗ ସଙ୍ଗୀତ ସମିତି, ଆହ୍ଲାବାଦରୁ ସଙ୍ଗୀତ ଶିକ୍ଷାକରି ସଙ୍ଗୀତ ପ୍ରଭାକର ଉପାଧୀ ଲାଭ କରିଥିଲେ । ସେ ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ । ସେ କଟକର ଉତ୍କଳ ସଙ୍ଗୀତ ସମାଜ ପରି ଅନୁଷ୍ଠାନ ସହିତ ଜଡିତ ରହି ସଙ୍ଗୀତକ୍ଷେତ୍ରରେ ନିରବଚ୍ଛିନ୍ନ ଓ ନିଃସ୍ୱାର୍ଥପର ଭାବେ ସାଧନାରତ ରହି ଓଡ଼ିଆ ସଙ୍ଗୀତ ଦୁନିଆରେ ଆଣିଥିଲେ ଅନେକ ବିବର୍ତ୍ତନ । ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେ ଗଢିଥିଲେ କେତେ କେତେ ନୂତନ ସାଧକଙ୍କୁ ।
ସଙ୍ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଗୁରୁ କାଶୀନାଥ ପୂଜାପଣ୍ଡା ମଣ୍ଡିତ ହୋଇଥିଲେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଆଦିଗୁରୁ ପଙ୍କଜଚରଣ ଦାସ ସମ୍ମାନ ପରି ଅସଂଖ୍ୟ ମାନସମ୍ମାନରେ ।
୧୯୨୧ ମସିହା ମାର୍ଚ୍ଚ ୧୫ ତାରିଖରେ ପୁରୀରେ ଭୂମିଷ୍ଠ ହୋଇଥିବା ଏହି ମହାନ ସଙ୍ଗୀତ ଶିଳ୍ପୀ ୨୦୦୯ ମସିହା ମାର୍ଚ୍ଚ ୨୮ ତାରିଖରେ ପରଲୋକ ଗମନ କରିଥିଲେ ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago