Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~
୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ !
ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ! ଏହାର ସପ୍ତମ ପର୍ବ ଭାବେ ଉତ୍କଳୀୟ ଭାଷାସାହିତ୍ୟର ସୃଜନ ଓ ପ୍ରଚାରପ୍ରସାର ପ୍ରତି ଅନୁରାଗ, ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗର ପ୍ରୟୋଗରେ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଥିବା ମହାନ ସାଧକ ବୈଷ୍ଣବ ଚରଣ ମହାନ୍ତି ମହୋଦୟଙ୍କୁ ତାଙ୍କ ରାଜଧାନୀସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଯୁକ୍ତ ବୈଷ୍ଣବ ଚରଣ ମହାନ୍ତିଙ୍କ ପରି ଜଣେ ସମର୍ପିତ ଗବେଷକ ତଥା ସାହିତ୍ୟସାଧକଙ୍କୁ ତାଙ୍କ ସାଧନାର ସଫଳ କାମନା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରି ଅନ୍ତରଙ୍ଗ କଳିଙ୍ଗ ନିଜକୁ ଗୌରବମଣ୍ଡିତ କରିପାରିଛି ନିଶ୍ଚୟ । ନିଜ ଉତ୍କର୍ଷତାର ଅଭିପ୍ରେରଣା ସ୍ଵରୂପ ଶ୍ରୀଯୁକ୍ତ ମହାନ୍ତିଙ୍କ ନିଷ୍ଠା ଓ ସାଧନା ଉଜ୍ଜୀବିତ ହେଉ, ଉତ୍କଳୀୟ ଭାଷାସଂସ୍କୃତି ଭଣ୍ଡାରକୁ ସେ ଏମିତି ରୁଦ୍ଧିମନ୍ତ କରୁଥାନ୍ତୁ ।
ଆମ ସମୟର ସାହିତ୍ୟିକ Ambika Patnaik, ବିଶିଷ୍ଟ ଚିତ୍ରନିର୍ମାତା Sheikh Gulzar Husain, ତରୁଣ ଐତିହ୍ୟ ତଥା ସଂସ୍କୃତି ପ୍ରେମୀ Asim Amitav Satapathy ଏବଂ ମଧୁପ୍ରେମୀ ଜ୍ଞାନ ରଞ୍ଜନ ନନ୍ଦ ପ୍ରମୁଖ ଶ୍ରୀଯୁକ୍ତ ମହାନ୍ତିଙ୍କୁ ବାସଭବନରେ ଏକ ଭାବପୂର୍ଣ୍ଣ ପରିବେଶରେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
ସାଧକ ମହୋଦୟଙ୍କ ସାଧନା ସଫଳ ହେଉ, ଜୟଯାତ୍ରା ଅବ୍ୟାହତ ରହୁ, ଚଲାପଥ କୁସୁମିତ ହେଉ, ନୂତନ ଉପଲବ୍ଧିରେ ସେ ଗୌରବାନ୍ଵିତ ହୁଅନ୍ତୁ, #ଉତ୍କଳ_ଜନନୀ ତଥା #ଉତ୍କଳସୂର୍ଯ୍ୟ #ମଧୁବାବୁଙ୍କ ଚରଣ ପଙ୍କଜରେ କୃତଜ୍ଞ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ପରିବାରର ବିନୀତ ପ୍ରାର୍ଥନା ।
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago