ଲେଖା: ଅମ୍ବିକା ପଟ୍ଟନାୟକ

~ ଆମ ଓଡ଼ିଆ ଖାଦ୍ୟ: ପାଟିସୁଆଦିଆ ‘କଡ଼କଡ଼ା’
ନା . . ଏ ଚିତ୍ର ମସଲା ମୁଢ଼ି଼ର ଚିତ୍ର ନୁହେଁ l
ଧାନ ଆମ ଓଡ଼ିଶାର ମୁଖ୍ୟ ଖାଦ୍ୟ ଶସ୍ୟ l ଧାନରୁ ପ୍ରସ୍ତୁତ ଚାଉଳ, ଖୁଦ ତ ଭାତ, ଖେଚୁଡ଼ି ପଲାଉ, କ୍ଷୀରି,ଖୁଦ ଜାଉ, ଖୁଦ କାଞ୍ଜି, ଚିତଉ ପିଠା, ବିରି ମିଶେଇ ଏଣ୍ଡୁରୀ ପିଠା, ଚକୁଳି ରୂପେ ଆମେ ବ୍ୟବହାର କରୁ l ଚୁଡ଼ା, ମୁଢ଼ି଼, ଲିଆ, ଦୋଭଜା (ହୁଡୁମ ), ଲିଆମୁଆଁ, ମୁଢ଼ି଼ମୁଆଁ, ଚୁଡ଼ାମୁଆଁ ମଧ୍ୟ ବେଶ ଆମର ଜଳଖିଆ ବା ପାଟିସୁଆଦ ପାଇଁ ବ୍ୟବହାର ହୁଏ l ବାଲେଶ୍ଵରିଆ ମୟୁରଭଂଜିଆ ଭାଇମାନେ ତ ଭାତ ବିନା ରହିଯିବେ ମାତ୍ର ମୁଢ଼ି଼ ବିନା ତାଙ୍କ ସଂସାର ଅଚଳ l ମୟୁରଭଞ୍ଜ ମୁଢ଼ି଼ ମାଂସ ଲାଳ ଉଦ୍ରେକକାରୀ l ତେବେ ଉତ୍ତର ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ଧାନରୁ ଏକ ପାଟି ଟକଳିଆ ଖାଦ୍ୟ ପ୍ରସ୍ତୁତ କରନ୍ତି l ତାର ନାଁ “କଡ଼କଡ଼ା” l
ମୁଖ୍ୟତଃ ମୁଢ଼ି଼ ଚାଉଳକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ କିଛି ସମୟ ଭିଜେଇ ରଖାଯାଏ l ତାପରେ ଶୁଖେଇ ଥରେ ମୁଢ଼ି଼ ପରି ଭଜା ଯାଏ l ତାପରେ ବୁଟ, ବାଦାମ ଓ ଛୋଟ ଛୋଟ କଟା ନଡ଼ିଆ ଅଲଗା ଅଲଗା ଭଲ କରି ଭାଜି ରଖାଯାଏ l ଏଥର କଡ଼େଇରେ ଅଳ୍ପ ତେଲ ଦେଇ ମେରସିଙ୍ଗା ପତ୍ର, ରସୁଣ, ଭାଜି ତା ଉପରେ ପୂର୍ବରୁ ଭଜା ହୋଇଥିବା ଚାଉଳ, ବୁଟ, ବାଦାମ, ନଡ଼ିଆ ପାତି ସହ ଅଳ୍ପ ଚିନି ଦେଇ ସାମାନ୍ୟ ହଳଦୀଗୁଣ୍ଡ ମସଲା ଗୁଣ୍ଡ ଦେଇ ପୁଣି ଭଜା ହୁଏ l ପ୍ରସ୍ତୁତ ମୁଖରୋଚକ ଖାଦ୍ୟ “କଡ଼କଡ଼ା (Kadakada)” l
Spread the love
admin

Recent Posts

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~ ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ…

2 days ago

ଓଡ଼ିଆ ଅସ୍ମିତାର ମହାପର୍ବ

~ ଓଡ଼ିଆ ଅସ୍ମିତାର ମହାପର୍ବ ~ ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ ।…

2 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପଞ୍ଚମ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…

2 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ-୨) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…

3 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…

3 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ତୃତୀୟ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…

3 days ago