ଲେଖା: ଅମ୍ବିକା ପଟ୍ଟନାୟକ

~ ଆମ ଓଡ଼ିଆ ଖାଦ୍ୟ: ପାଟିସୁଆଦିଆ ‘କଡ଼କଡ଼ା’
ନା . . ଏ ଚିତ୍ର ମସଲା ମୁଢ଼ି଼ର ଚିତ୍ର ନୁହେଁ l
ଧାନ ଆମ ଓଡ଼ିଶାର ମୁଖ୍ୟ ଖାଦ୍ୟ ଶସ୍ୟ l ଧାନରୁ ପ୍ରସ୍ତୁତ ଚାଉଳ, ଖୁଦ ତ ଭାତ, ଖେଚୁଡ଼ି ପଲାଉ, କ୍ଷୀରି,ଖୁଦ ଜାଉ, ଖୁଦ କାଞ୍ଜି, ଚିତଉ ପିଠା, ବିରି ମିଶେଇ ଏଣ୍ଡୁରୀ ପିଠା, ଚକୁଳି ରୂପେ ଆମେ ବ୍ୟବହାର କରୁ l ଚୁଡ଼ା, ମୁଢ଼ି଼, ଲିଆ, ଦୋଭଜା (ହୁଡୁମ ), ଲିଆମୁଆଁ, ମୁଢ଼ି଼ମୁଆଁ, ଚୁଡ଼ାମୁଆଁ ମଧ୍ୟ ବେଶ ଆମର ଜଳଖିଆ ବା ପାଟିସୁଆଦ ପାଇଁ ବ୍ୟବହାର ହୁଏ l ବାଲେଶ୍ଵରିଆ ମୟୁରଭଂଜିଆ ଭାଇମାନେ ତ ଭାତ ବିନା ରହିଯିବେ ମାତ୍ର ମୁଢ଼ି଼ ବିନା ତାଙ୍କ ସଂସାର ଅଚଳ l ମୟୁରଭଞ୍ଜ ମୁଢ଼ି଼ ମାଂସ ଲାଳ ଉଦ୍ରେକକାରୀ l ତେବେ ଉତ୍ତର ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ଧାନରୁ ଏକ ପାଟି ଟକଳିଆ ଖାଦ୍ୟ ପ୍ରସ୍ତୁତ କରନ୍ତି l ତାର ନାଁ “କଡ଼କଡ଼ା” l
ମୁଖ୍ୟତଃ ମୁଢ଼ି଼ ଚାଉଳକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ କିଛି ସମୟ ଭିଜେଇ ରଖାଯାଏ l ତାପରେ ଶୁଖେଇ ଥରେ ମୁଢ଼ି଼ ପରି ଭଜା ଯାଏ l ତାପରେ ବୁଟ, ବାଦାମ ଓ ଛୋଟ ଛୋଟ କଟା ନଡ଼ିଆ ଅଲଗା ଅଲଗା ଭଲ କରି ଭାଜି ରଖାଯାଏ l ଏଥର କଡ଼େଇରେ ଅଳ୍ପ ତେଲ ଦେଇ ମେରସିଙ୍ଗା ପତ୍ର, ରସୁଣ, ଭାଜି ତା ଉପରେ ପୂର୍ବରୁ ଭଜା ହୋଇଥିବା ଚାଉଳ, ବୁଟ, ବାଦାମ, ନଡ଼ିଆ ପାତି ସହ ଅଳ୍ପ ଚିନି ଦେଇ ସାମାନ୍ୟ ହଳଦୀଗୁଣ୍ଡ ମସଲା ଗୁଣ୍ଡ ଦେଇ ପୁଣି ଭଜା ହୁଏ l ପ୍ରସ୍ତୁତ ମୁଖରୋଚକ ଖାଦ୍ୟ “କଡ଼କଡ଼ା (Kadakada)” l
Spread the love
admin

Share
Published by
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago