ଲେଖା: ଶିଶିର ସାହୁ ମନୋଜ

କଏବାର ଏକ ଲୁପ୍ତପ୍ରାୟ ଓଡ଼ିଆ ଶବ୍ଦ ଯାହାର ବହୁଳ ଵ୍ଯଵହାର ପ୍ରାଚୀନ ପଦ୍ଯଗୁଡି଼କରେ ହେଉଥିଲା ।

ସ୍ତୁତିପାଠ, ଜୟଜୟକାର, ଯଶୋଗାନ ଅର୍ଥରେ ଏଇ ଶବ୍ଦର ଵ୍ଯଵହାର ସାରଳା ମହାଭାରତରେ ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ । ଯଥା:
“ଯାତ୍ରାଵେଳେ କଏବାର କରନ୍ତିଟି ନାରୀ”
(ସାରଳା ମହାଭାରତ, ବିରାଟ ପର୍ଵ)

ପୁଣି ସ୍ତୁତିପାଠକ ଵା ଭାଟମାନଙ୍କୁ ମଧ୍ୟ କଏବାର କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।

ବୋଧହୁଏ ଏ ଶବ୍ଦଟି “କହେ ବାର ବାର”ର ସଂକ୍ଷିପ୍ତିକରଣ ରୂପ ହୋଇଥିଵ । କାରଣ କାହାର ଜୟଜୟକାର କଲାଵେଳେ ଲୋକେ ବାରମ୍ବାର ତାହା କହିଥାନ୍ତି ।

(କହେ ବାର ବାର > କଏବାର ବାର > କଏବାର)

ତେଵେ ହିନ୍ଦିଭାଷାରେ ମଧ୍ୟ कई बार, कई तरह, कई आदमी, कई दफा  ଆଦି କହିଲା ଵେଳେ ଗୋଟିଏ कई ଶବ୍ଦ ଅନେକ ଅର୍ଥରେ ପ୍ରୟୋଗ ହୋଇଥାଏ ।

ତାହେଲେ କ’ଣ ଓଡ଼ିଆ ଶବ୍ଦ କଏବାରଟା ହିନ୍ଦିଭାଷାରୁ ଆସି ଚଳୁଅଛି ?

ନା !

କାରଣ ‛କଈ’ ଶବ୍ଦ ମୂଳତଃ ଏକ ପ୍ରାକୃତ ଶବ୍ଦ ଯାହାର ସଂସ୍କୃତ ସମଦ୍ଧୃତ ରୂପ ହେଉଛି ‛କତି’ ! ପୁଣି ଓଡ଼ିଆ ଭାଷାର ‛କେତେ’ ସର୍ଵନାମ ମଧ୍ୟ ଏହି କତି ଶବ୍ଦ ସହ ସମଦ୍ଧୃତ । କେତେ ଶବ୍ଦଟି ମଧ୍ୟ ଅନେକ ପରିମାଣ ଅର୍ଥରେ ଵ୍ଯଵହାର ହୁଏ । ଯଥା: କେତେ ବଡ଼ ହେଇଗଲୁଣି ତୁ ଆଉ କ’ଣ ଚିହ୍ନିବୁ ନା ମାନିବୁ ଆମକୁ !

ତେଣୁ ସମ୍ଭଵତଃ ମୂଳ ପ୍ରାକୃତ କଈ ଶବ୍ଦ ଓଡ଼ିଶାରେ କଏ ହୋଇଥିଲା ଓ କଏବାର ରୂପେ ଚଳୁଥିଲା । ଅଵଶ୍ଯ ଆମ ଜଗତସିଂହପୁର ଜିଲ୍ଲାରେ ଏ ଶବ୍ଦ “କେତେଥର” ଅର୍ଥରେ ଵ୍ଯଵହୃତ ହୋଇଥାଏ । ଏଠାରେ ମଧ୍ୟ କଏ ଶବ୍ଦଟି କେତେ ଶବ୍ଦରୁ ଆସିଥାଇପାରେ ଏଵଂ କେତେ ଶବ୍ଦରେ ‛କେ’ରୁ ଏକାର ଲୁପ୍ତ ହୋଇ, ‛ତେ’ରୁ ‛ତ’ ଵର୍ଣ୍ଣ ଲୁପ୍ତ ହୋଇ ତାହା କଏ ହୋଇଥାଇପାରେ । ଯେହେତୁ ଉଭୟ ଶବ୍ଦରେ କେତେ ଶବ୍ଦର ଭୂମିକା ଦୃଶ୍ୟହୁଏ ତେଣୁ ହୁଏତ ଓଡ଼ିଆ ଭାଷାର ଏ ଶବ୍ଦରେ ଥିଵା କଏ, କେତେ ଶବ୍ଦର ପରିଵୃତ୍ତରୁ ସୃଷ୍ଟ ହୋଇଥିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗେ ।

© ଶବ୍ଦଭେଦ

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago