ଲେଖା: ଶିଶିର ସାହୁ ମନୋଜ

ଯେଉଁମାନେ ଉପରୋଧ ନ ରଖି ଯାହା ଇଚ୍ଛା ତାହା କହିଦିଅନ୍ତି ତାଙ୍କୁ ହରମୁହାଁ କୁହାଯାଏ । ଏ ଶବ୍ଦ ଆଗେ ଗଡ଼ଜାତରେ ଚଳୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଏ ଶବ୍ଦରେ ଥିଵା  “ହର” ଶବ୍ଦଟି ଏକ ଆରବୀ ଶବ୍ଦ ଯାହା ମୁହଁ ଶବ୍ଦ ସହିତ ଯୁକ୍ତ ହୋଇ ହରମୁହାଁ ଶବ୍ଦ ଗଠିତ ହୋଇଛି । ଆରବୀ ହର ଶବ୍ଦ ଯୁକ୍ତ ହୋଇ ଅନେକ ଶବ୍ଦ ଗଡ଼ଜାତରେ ଵ୍ଯଵହୃତ ହୁଏ । ଯେମିତିକି ହର୍’ରଙ୍ଗିଆ, ହରେକ୍’ମାଲ୍ ଇତ୍ୟାଦି ଇତ୍ୟାଦି ।

ଓଡ଼ିଆ ଲୋକ ଏହି ଅର୍ଥରେ ଵ୍ଯଵହୃତ ଇଂରାଜୀ ଶବ୍ଦ straight forward ଵିଷୟରେ ନିଶ୍ଚୟ ଜାଣିଥିଵେ କିନ୍ତୁ ଆପଣା ଭାଷାରେ ମଧ୍ୟ ଏହି ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ବୋଲି ସେମାନେ କେଵେ ବି ଅନୁସନ୍ଧାନ କରନ୍ତି ନାହିଁ ।

ତେଵେ ହରମୁହାଁ ଶବ୍ଦର ଅନ୍ୟ ଓଡ଼ିଆ ପ୍ରତିଶବ୍ଦ ମଧ୍ୟ ରହିଛି, ଯଥା:
# କଟକଟିଆ
# କୁତୁଣ୍ଡା
# ମୁହଁ ବିଗାଡି଼ଆ ।

ହରମୁହାଁ ଲୋକେ ସାଧାରଣତଃ ନିର୍ଭୀକ ନିର୍ଲଜ୍ଜ ହୋଇ ସ୍ପଷ୍ଟ କଟୁ ସତ୍ଯ କହିଦେଇଥାନ୍ତି ।
# ସ୍ପଷ୍ଟଵାଦୀ
# କୁଵକ୍ତା
# ଦୁର୍ମୁଖ
# ଵାଗ୍ ଦୁଷ୍ଟ
# କଟୁଭାଷୀ
ଆଦି ଶବ୍ଦକୁ ଏଥିର ସଂସ୍କୃତ ପ୍ରତିଶବ୍ଦ କୁହାଯାଇପାରେ ।

ତେଵେ ହରମୁହାଁ ଲୋକଙ୍କ ସେଭଳି ଵାକ୍ଯ ଵ୍ଯଵହାରକୁ ଠୋପଟକା କଥା କୁହାଯାଏ । ହିନ୍ଦୀ ଭାଷାରେ ଏଭଳି କଥାଭାଷାକୁ ମୁଁଫଟ୍ କୁହାଯାଏ ଯାହାର ଓଡ଼ିଆ ସମଦ୍ଧୃତ ରୂପ ହେଉଛି ମୁହୁଁଫୋଡା଼ କଥା ।

କେହି କେହି କଟୁ ସତ୍ଯକୁ ଏତେ ଵ୍ଯଵସ୍ଥାପିତ କରି କହିଥାନ୍ତି ଯେ ଵିରୋଧୀ ପକ୍ଷର ଲୋକେ ଚୁପ୍ ହୋଇଯାଆନ୍ତି ସେଭଳି ଵାକ୍ଯ ଵ୍ଯଵହାରକୁ ଶାଣଦିଆ କଥା କୁହାଯାଏ । ସେହିପରି ସଂସ୍କୃତରେ ଏମନ୍ତ କଠୋର ଵ୍ଯଵହାରକୁ ପାରୁଷ୍ଯ କୁହାଯାଇଥାଏ ।

ଓଡ଼ିଆ ଭାଷାରେ ହାଣିଵା କ୍ରିୟା ଶବ୍ଦ ମଧ୍ୟ ଏହି ଅର୍ଥରେ ପ୍ରୟୋଗ ହୋଇଥାଏ । କାହାକୁ ନିଷ୍ଠୁର କଥା କହିବା ଵା କାହା ଉପରେ ଵାକ୍ଯବାଣ ପ୍ରୟୋଗ କରିବା ଅର୍ଥରେ ମଧ୍ଯ ହାଣିଵା କ୍ରିୟାର ଵ୍ଯଵହାର ରହିଛି । ଯଥା: “ତାକୁ ମୁଁ ମୁହେଁ ମୁହେଁ ହାଣିଦେଲି !”

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago