ଲେଖା: ତେଜସ୍ବ ତ୍ରିପାଠୀ
~ ଓଡ଼ିଆ ଲିପି ~
ଭାଷା ଓ ଲିପି ପରସ୍ପରର ପରିପୂରକ l ମାନବ ସଭ୍ୟତାର ଇତିହାସ ରେ ଲିପି ବା ଅକ୍ଷର ଏକ ମହତ୍ୱ ପୂର୍ଣ୍ଣ ଅବଦାନ l ମନୁଷ୍ୟର ମୁଖ ନିସୃତ ବାଣୀକୁ ଚିର କାଳ ଧରି ଅକ୍ଷୟ ରଖିବା ପାଇଁ ଲିପିର ସୃଷ୍ଟି l ମନୁଷ୍ୟ ସଭ୍ୟତାର ବିବର୍ତ୍ତନ ଭିତରେ ଚିତ୍ରଲିପି କ୍ରମେ ଭାବିଲିପିକୁ ଉର୍ନ୍ନତ ହେଲା l
ପ୍ରାଚୀନ କାଳରୁ ଉତ୍କୀର୍ଣ୍ଣ ଲିପିର ଗନ୍ତାଘର ଭାବରେ ଓଡିଶା ଅପେକ୍ଷାକୃତ ବିଭବଶାଳୀ ଅଟେ l ଏହାର ପଥୁରିଆ ପାହାଡ, ଗୁମ୍ଫା, ଓ କଠିନ ପଥର ନିର୍ମିତ ମନ୍ଦିର ଗାତ୍ର ଶିଳାଲେଖ ପାଇଁ ଅନୁକୂଳ l ଏହାର ଭାଷା ପ୍ରାକୃତ ଓ ଲିପି ପ୍ରାରମ୍ଭକାଳିନ ଆକୃତିର ବ୍ରାହ୍ମୀଲିପି l
ଓଡ଼ିଆ ଲିପିର କ୍ରମ ପରିବର୍ତ୍ତନ ପଛରେ ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ବିକାଶର ଧାରା ରହିଛି l ଅନ୍ୟାନ୍ୟ ଭାଷାରେ ବ୍ୟବହୃତ ଲିପିର ପ୍ରଭାବ ମଧ୍ୟ ଓଡ଼ିଆ ଲିପିକୁ ପ୍ରଭାବିତ କରିଛି l
ପ୍ରାଚୀନ ବ୍ରାହ୍ମୀଲିପି (ଖ୍ରୀ.ପୂ: ୫ ଖ୍ରୀ.ପୂ: ୨ୟ ଶତକ)
ପରବର୍ତ୍ତୀ ବ୍ରାହ୍ମୀଲିପି (ଖ୍ରୀ.ପୂ. ୧ – ଖ୍ରୀ ଚତୁର୍ଥ ଶତକ)
ଗୁପ୍ତଲିପି (ଖ୍ରୀ ୪ର୍ଥ ଶତାବ୍ଦୀ- ଖ୍ରୀ. ୭ମ ଶତାବ୍ଦୀ)
ମଧ୍ୟଯୁଗର କଳିଙ୍ଗ ଲିପି (ଖ୍ରୀ. ୮ଶ- ଖ୍ରୀ. ୧୧)
ପ୍ରତ୍ନ ଓଡ଼ିଆ ଲିପି (ଖ୍ରୀ. ୧୧- ଖ୍ରୀ. ୧୫ ଶତାବ୍ଦୀ)
ଉପର୍ଯ୍ୟୁକ୍ତ ସ୍ତର ଦେଇ ଓଡ଼ିଆ ଲିପିର କ୍ରମବିକାଶ ହୋଇଛି l ଭାଷା ଗବେଷକଙ୍କ ମତରେ ବ୍ରାହ୍ମୀ ଲିପି ହିଁ ସର୍ବ ପୁରାତନ ଲିପି ଯେଉଁଥିରୁ ଅନ୍ୟ ସମସ୍ତ ଭାରତୀୟ ଭାଷାଙ୍କ ଲିପି ଜନ୍ମ ନେଇଛି l ଏଠାରେ କୁହାଯାଇପାରେ ଦକ୍ଷିଣ ଭାରତର କଳିଙ୍ଗ ଲିପି ଓ ଗୁପ୍ତ ଲିପିର ପ୍ରଭାବରେଓଡ଼ିଆ ଲିପି ପ୍ରଭାବିତ ହୋଇଛି l ଓଡ଼ିଆ ଲିପିର ବିବର୍ତ୍ତନରେ ପ୍ରତ୍ନ-ବଙ୍ଗଳା ବା ପ୍ରତ୍ନ ଓଡ଼ିଆ, ନାଗରୀ (ପଶ୍ଚିମୀ ଏବଂ ଉତ୍ତରୀଲିପି ) ଓ ଦକ୍ଷିଣର କଳିଙ୍ଗ ଲିପି ଏହି ତିନିଟି ଦିଗର ପ୍ରଭାବ ଅନୁମାନ କରାଯାଏ l
ଓଡ଼ିଆ ଲିପିର ପ୍ରାଚୀନତମ ସ୍ବରୂପ ଖ୍ରୀ. ୧୧ଶ ଶତକରେ ମିଳିଥିଲା ଗଞ୍ଜାମ ଜିଲାର ଇଚ୍ଛାପୁର ତାଲୁକସ୍ଥ ପୋଟାଙ୍ଗ ଗ୍ରାମରେ ଥିବା ପୋତ୍ତେଶ୍ବର ଦେଉଳରେ ତୃତୀୟ ବୀର ଭାନୁଦେବଙ୍କର ୨୯ ଅଙ୍ଗ (ଖ୍ରୀ. ୧୩୩୭୬)ର ଅଭିଲେଖର ଲଇପି ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ଓଡ଼ିଆ ଅଭିଲେଖ ମଧ୍ୟରେ ପ୍ରାଚୀନତମ l କିନ୍ତୁ ଖ୍ରୀ :୧0୫୧ ରେ ଶ୍ରୀକାକୁଲମ ଜିଲ୍ଲାର ଭରଜାମ ଶିଳାଲେଖ ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ଶିଳାଲେଖ l ଏହା ଚୋଡ଼ଗଙ୍ଗ ଦେବଙ୍କ ପିତା ଅନନ୍ତ ବର୍ମା ଦେବଙ୍କ ରାଜତ୍ୱ କାଳର କୀର୍ତ୍ତି l
ଓଡ଼ିଆ ବର୍ଣ୍ଣମାଳା ସମ୍ପର୍କରେ ବିଭିନ୍ନ ଭାଷାବିଦ୍‌ ବିଭିନ୍ନ ମତ ଦେଇଥାନ୍ତି l ଜନ ବୀମ୍ସଙ୍କ ମତରେ ଅନ୍ୟାନ୍ୟ ଭାରତୀୟ ଭାଷାର ଲିପି ଅପେକ୍ଷା ଓଡ଼ିଆ ଅକ୍ଷର ଲିପିବଦ୍ଧ କରିବା କଠିନ ଓ କୁଟିଳ l ଅଧିକାଂଶ ଅକ୍ଷର ମଧ୍ୟରେ ଏତେ ସାମାଞ୍ଜସ୍ୟ ରହିଛି ଯେ, ସେଗୁଡ଼ିକ ମଧ୍ୟରେ ପ୍ରଭେଦ କରିବା କଷ୍ଟକର l ଓଡ଼ିଆ ଅକ୍ଷର ଗୋଲାକାର ହେବାର କାରଣ ସମ୍ପର୍କରେ ସେ ସ୍ପଷ୍ଟ କରିଛନ୍ତି ଯେ ଉପକୂଳ ଅଞ୍ଚଳରେ ତାଳପତ୍ର ଅଧିକ ମିଳୁଥିବାରୁ ସେତେବେଳେ ସନନ୍ଦ ଓ ଅନ୍ୟାନ୍ୟ ଲେଖା ତାଳପତ୍ରରେ ଲେଖାଯାଉଥିଲା ତାଳପତ୍ରର ସମାନ୍ତରାଳ ତନ୍ତୁଗୁଡ଼ିକ ଉପରେ ତ୍ରିକୋଣାକାର ବା ଦେବନାଗରୀ ଅକ୍ଷର ଲେଖିବା କଷ୍ଟସାଧ୍ୟ ହେତୁ ଓଡ଼ିଆ ଅକ୍ଷରର ଉପରିଭାଗ ଗୋଲାକାର ହୋଇଛି l
ଓଡ଼ିଆ ବର୍ଣ୍ଣମାଳା ସମ୍ପର୍କରେ ସାର ଏଚ. ମାକ୍‌ଫରସନଙ୍କ ମତ ହେଲା- ଯେଉଁ ଅଶୋକାନୁଶାସନରେ ଯେଉଁ ବ୍ରାହ୍ମୀଲିପି ପରିଲକ୍ଷିତ ହୋଇଥାଏ, ତହିଁରୁ କାଳକ୍ରମେ ବଙ୍ଗଳା, ମରହଟ୍ଟୀ, ଓଡ଼ିଆ ଲିପି ପ୍ରଭୃତି ଉଦ୍ଭବ ହୋଇଥିଲା ଗୁପ୍ତକାଳୀନ ଅଭିଲେଖଗୁଡ଼ିକରେ ପରିଦୃଷ୍ଟ କୁଟିଳାକ୍ଷର (ଖ୍ରୀ. ୮୦୦- ୧୨୦୦) ପର୍ଯ୍ୟନ୍ତ ଭାରତରେ ପ୍ରଚଳିତ ଥିଲା ପରେ ଭାରତର କେନ୍ଦ୍ର ଶାସନରୁ ପ୍ରାଦେଶିକ ଶାସନ ବିଚ୍ଛିନ୍ନ ହେଲା ଫଳତଃ ଏହି କାରଣରୁ ବିଭିନ୍ନ ପ୍ରଦେଶର ଭାଷାଗତ ପରିବର୍ତ୍ତନ ହୋଇଥିଲା ଓଡ଼ିଆରେ ମଧ୍ୟ ସେହି ସମୟରୁ କୁଟିଳାକ୍ଷର ସୃଷ୍ଟି ହୋଇଥିଲା ଓଡ଼ିଆ ଲିପି ଗୋଲାକାର ହେବା ପଛରେ ତାଳପତ୍ର ଓ ଲୌହ ଲେଖନୀର ବ୍ୟବହାର ରହିଛି l
ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେବାର ଗୌରବରେ ଉତ୍କଳୀୟଗଣ ଗୌରବାନ୍ବିତ l କିନ୍ତୁ ଓଡ଼ିଆ ଭାଷାରେ ବ୍ୟବହୃତ ଲିପିର ଉଦ୍ଭବ ଓ କ୍ରମ ବିକାଶ ଉପରେ ଆଲୋକପାତ କଲେ ଯେତିକି ଯେତିକି କୌତୁହଳ ଲାଗେ ସେତିକି ବିସ୍ମୟବୋଧ ମଧ୍ୟ ହୁଏ l କାରଣ କହିବାକୁ ଗଲେ ଭାଷା ଓ ସାହିତ୍ୟର ଏନ୍ତୁଡ଼ିଶାଳ ତହିଁରେ ବ୍ୟବହୃତ ଲିପି l
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago