ଲେଖା: ଶିଶିର ସାହୁ ମନୋଜ

ଆମସ୍ ସଟନ୍ ୧୮୩୧ ମସିହାରେ ପ୍ରଥମେ ଓଡ଼ିଆ ଵ୍ଯାକରଣ ସମ୍ବନ୍ଧୀୟ ପୁସ୍ତକ ‘Introductory Grammar of Oriya Language’ ଲେଖିଥିଲେ !

ଏଥିରେ ସେ ଆମ ଓଡ଼ିଆ ଭାଷା ଏବଂ ବଙ୍ଗାଳି ଭାଷା ମଧ୍ଯରେ ପ୍ରଭେଦ ଦର୍ଶେଇଵାକୁ ଯାଇ କହିଛନ୍ତି: “ବଙ୍ଗାଳୀ ପାଟି ଲଗେଇ ସ୍ତ୍ରୀ ଲୋକଙ୍କ ପରି ଶବ୍ଦ ଉଚ୍ଚାରଣ କଲାଵେଳେ ଓଡ଼ିଆଏ ପ୍ରତି ଶବ୍ଦକୁ ଇଂଲଣ୍ଡର ମଫସଲିଆଙ୍କ ପରି ଚୋବେଇ ଚୋବେଇ କହନ୍ତି ! ଏଥିରେ ଓଡ଼ିଆ ଭାଷାର ଲାଳିତ୍ଯ ବଢ଼େନି ସତ କିନ୍ତୁ ଉଭୟ ମଧ୍ଯରେ ପାର୍ଥକ୍ଯ ଏତେ ବଢ଼ିଯାଏ ଯେ, କୌଣସି ବଙ୍ଗାଳୀ ପକ୍ଷରେ ଓଡ଼ିଆ କହିଵା କଷ୍ଟକର ହୋଇପଡ଼େ !”

ସଟନ୍’ଙ୍କ ମତରେ ଓଡ଼ିଆ ଓ ବଙ୍ଗାଳୀ ଉଚ୍ଚାରଣ ଦୃଷ୍ଟିରୁ ଠିକ୍ ଇଂରେଜ ଓ ଫ୍ରେଞ୍ଚ ପରି ପାର୍ଥକ୍ଯଯୁକ୍ତ ଅଟନ୍ତି !

ଆଜି ଆମେ ଜାଣିଛେ ଯେ କଳିଙ୍ଗ ଲିପି ତଥା ଆମ ଓଡ଼ିଆ ଭାଷା ହେଉଛି ଉତ୍ତର ଓ ପୂର୍ଵଭାରତର ଆଦି ଲିପି ଓ ଶାସ୍ତ୍ରୀୟ ଭାଷା !

ଆମ ଓଡ଼ିଆ ଭାଷାର ଲାଳିତ୍ଯ ଏହାର  ‘ଳ’ ଓ ‘ଣ’ ବହୁଳ ଶବ୍ଦରୁ ସ୍ପଷ୍ଟ ପ୍ରମାଣିତ ହୋଇଥାଏ !

ବାକି ଉତ୍ତରଭାରତୀୟ  ତଥା ପୂର୍ବଭାରତୀୟ ବାଳପଣ ସୁଲଭ ଗୁଣ ପ୍ରଦର୍ଶନପୂର୍ବକ ‘ଳ’ ଓ ‘ଣ’  ର ଉଚ୍ଚାରଣ କରିପାରନ୍ତିନି !

ପୁଣି ପ୍ରାଚୀନ କଳିଙ୍ଗ ଗଞ୍ଜାମର କଥିତ ଓଡ଼ିଆ – ଗଞ୍ଜାମିଆ (ଗଞ୍ଜାମି + ଓଡ଼ିଆ; ଓଡ଼ିଆ ହେତୁ ଆ) ଶୈଳୀରେ ଉଚ୍ଚାରଣ ଆହୁରି ବୀରୋଚିତ ଅଟେ !

ତେବେ ସଟନ୍ ତାଙ୍କ ଵ୍ଯାକରଣ ପୁସ୍ତକରେ ଆମ ଓଡ଼ିଆ ଭାଷା ଵିଷୟରେ ଅନେକ ଭ୍ରାନ୍ତ ଧାରଣାମାନ ଉଲ୍ଲେଖ କରିଅଛନ୍ତି ଯେମିତି କି ଓଡ଼ିଆ ଭାଷାରେ ବନାନ ଅଶୁଦ୍ଧି ବହୁତ ! ଆଜି ଆମେ ଜାଣୁ ଯେ ଆମ ଓଡ଼ିଆ ଭାଷା ହେଉଛି ଭାରତର ସଂସ୍କୃତ ପରେ ସର୍ଵାଧିକ ଶୁଦ୍ଧ ଭାରୋପୀୟ ଶବ୍ଦଯୁକ୍ତ ଭାରତୀୟ ଭାଷା !

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago