All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ନୟନ

ଲେଖା: ଶିଶିର ସାହୁ ମନୋଜ

“ନେ + ଅନ = ନୟନ”, ଏହି ନୟନ ଶବ୍ଦ ଏହିପରି ଦ୍ଵନ୍ଦ୍ଵ ସମାସ ଦ୍ଵାରା ଠିକ୍ “ଜାୟା+ପତି = ଦମ୍ପତି” ଭଳି ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ତେଵେ କଳ୍ପଦ୍ରୁମ, ଵାଚସ୍ପତ୍ଯ ଓ ଶବ୍ଦସାଗର ଆଦି ଅଧିକାଂଶ ସଂସ୍କୃତ ଶବ୍ଦକୋଷରେ ନୟନ ଶବ୍ଦର ନିରୁକ୍ତି ‛ନୀ ଧାତୁ+କରଣେ ଲ୍ଯୁଟ୍’ ଉଲ୍ଲେଖ ରହିଛି ।

ଭାରତର ଅଧିକାଂଶ ଭାଷାରେ ‛ନେ’ ଶବ୍ଦର ଏମିତି କୌଣସି ଅର୍ଥ ନାହିଁ ଯେଉଁ ଅର୍ଥ ଆଧାରରେ ‛ନେ’ ଶବ୍ଦ ସହ ଅନ ପ୍ରତ୍ଯୟ ଯୁକ୍ତ ହୋଇ ଚକ୍ଷୁର ଅର୍ଥପ୍ରକାଶ ହେତୁ ନୟନ ଶବ୍ଦକୁ ସମାସ କରାଯାଇ ନିଷ୍ପନ ହୋଇପାରେ ।

ସଂସ୍କୃତରେ ୧ ସଂଖ୍ୟାର ଏକ ଶାସ୍ତ୍ରୀୟ ନାମ ‛ନେ’ ବୋଲି ଅମରକୋଷରେ କୁହାଯାଇଛି । ତେଵେ ନେପାଳ ଓ ଭାରତର ଏକ ତିଵେତ୍ତୀୟ ଭାଷା  ନେଓ୍ଵାରୀରେ ଦୁଇ ଅର୍ଥରେ  ‛ନେ’ ଶବ୍ଦର ଵ୍ଯଵହାର ହୋଇଥାଏ ।

ହିନ୍ଦୀରେ ‘ନେ’ ପ୍ରତ୍ଯୟ ରହିଛି ଯାହା ଆମର ‛ଟା’ ପ୍ରତ୍ଯୟ ଭଳି ପ୍ରୟୋଗ ହୁଏ । ଯଥା “ରାମ୍ ନେ ରାଵଣ କୋ ମାରା”, ଆମେ କିନ୍ତୁ ଏ ସ୍ଥାନରେ କୌଣସି ପ୍ରତ୍ଯୟ ଵ୍ୟଵହାର ନକରି ମଧ୍ୟ କହିଥାଉ “ଶ୍ରୀରାମ (ହିଁ, ସେ,ଏ,ସେହି) ରାଵଣକୁ ମାରିଥିଲେ” !

ଓଡ଼ିଆ ଭାଷାରେ ନେଵା ଶବ୍ଦର ଅନାଦାର୍ଥକ ଵ୍ୟଵହାର ନେ ଶବ୍ଦ ରହିଛି ପୁଣି ପଶ୍ଚିମ ଓଡ଼ିଶାର କଥିତ ଶୈଳୀରେ At; in ଅର୍ଥରେ ‛ନେ’ ଅଵ୍ଯୟର ଵ୍ଯଵହାର ହୋଇଥାଏ । ଯଥା: ହାତନେ=ହାତରେ, ଏହି ସ୍ଥାନରେ ମାନକ ଓଡ଼ିଆଭାଷାରେ ‛ରେ’ ଅଵ୍ଯୟର ପ୍ରୟୋଗ ହୋଇଥାଏ  ।

ତେଵେ ନୟନ ଶବ୍ଦରେ ସମାସ ହୋଇଥିଵ ବୋଲି ଲୋକଙ୍କ ମନରେ ଭ୍ରମ ଉତ୍ପନ୍ନ ହେଵାର କାରଣ ହେଉଛି ଚକ୍ଷୁ ଅର୍ଥରେ ଵ୍ୟଵହାର କରାଯାଉଥିଵା ଅନ୍ୟ ଏକ ଶବ୍ଦ ନେତ୍ର ।

ନେତ୍ର ଶବ୍ଦ ମଧ୍ୟ ‛ନୀ ଧାତୁ’ରେ କରଣାର୍ଥେ ‛ତ୍ର’ ପ୍ରତ୍ଯୟ ଯୁକ୍ତ ହୋଇ ନିଷ୍ପନ୍ନ କରାଯାଇଛି । ତେଵେ ଏଠାରେ ‛ନେ’ ଶବ୍ଦ ସହ ‛ତ୍ର’ ଯୁକ୍ତ ହୋଇଥିଵା ସ୍ଥୂଳ ଦୃଶ୍ୟ ହେଉଥିଵା ହେତୁ କିଛି ଲୋକ ସେହି ନେ ଶବ୍ଦକୁ ଚକ୍ଷୁ ଅର୍ଥଜ ବୋଲି ଧରିନେଲେ ଏଵଂ ତାହା ସହ ଅନ ପ୍ରତ୍ୟୟକୁ ଯୋଡି଼ ଦ୍ଵନ୍ଦ୍ଵ ସମାସ ଦ୍ଵାରା ନିଷ୍ପନ୍ନ କରିଵାକୁ ଚେଷ୍ଟା କଲେ ।

ସେ ଯାହା ବି ହେଉ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଦି ସମସ୍ତ ଶବ୍ଦକୋଷରେ ନୟନ ଶବ୍ଦ ସମାସ ଦ୍ଵାରା ସୃଷ୍ଟ ନୁହେଁ ଵରଂ ଧାତୁ ନିରୁକ୍ତି ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ ହୋଇଥିଵା ମତଵ୍ଯକ୍ତ କରାଯାଇଛି ।

‘ନୀ’ ଧାତୁର ଵିଭିନ୍ନ ଅର୍ଥରେ ଵ୍ଯଵହାର ରହିଛି, ଯଥା:
◆ନେଵା
◆ପାଇଵା
◆ଚାଳିତ ହେଵା; ସଞ୍ଚାଳନ କରିଵା
◆ନେତୃତ୍ୱ କରିଵା
◆ପହଞ୍ଚାଇଵା
◆ମାର୍ଗଦର୍ଶନ କରିଵା
◆ପ୍ରତ୍ଯକ୍ଷ କରିଵା
◆ଶାସନ କରିଵା
◆ସମୟ ଅତିଵାହିତ କରିଵା
◆ଅନ୍ଵେଷଣ କରିଵା
◆ଖୋଜାଖୋଜି କରିଵା
◆ଵିଵାହ କରିଵା
◆କୃତାର୍ଥ କରିଵା; ଆନନ୍ଦ ଦେଵା ଇତ୍ୟାଦି ଇତ୍ୟାଦି . .

ଏଠାରେ ନୀ ଧାତୁର ମାର୍ଗଦର୍ଶନ କରିଵା, ଖୋଜାଖୋଜି କରିଵା, ଆନନ୍ଦ ଦେଵା, ପ୍ରତ୍ଯକ୍ଷ କରିଵା, ପାଇଵା ଆଦି ଅଧିକାଂଶ ଅର୍ଥରେ ନୟନ ଶବ୍ଦକୁ ଚକ୍ଷୁ ଭାଵେ ନିଷ୍ପନ କରାଯାଇପାରେ । ଆଖି  ଦ୍ଵାରା ଆମେ ଅଧିକ ଆନନ୍ଦ ଅନୁଭଵ କରିପାରନ୍ତି, ଯେକୌଣସି ପଦାର୍ଥ ଉଣ୍ଡିକି ପାଇପାରନ୍ତି, ଆଖି ନଥିଲେ କୌଣସି ଖୋଜାଖୋଜି ଅନ୍ଵେଷଣ କଷ୍ଟକର । ଆଖି ହିଁ ଆମର ସର୍ଵୋଚ୍ଚ ବନ୍ଧୁ ଯେ ଆମକୁ ମାର୍ଗଦର୍ଶନ ଦିଏ ସାରା ଜଗତକୁ ପ୍ରତ୍ଯକ୍ଷ କରାଏ ।

ନୟନ ଶବ୍ଦର  ଚକ୍ଷୁ ଵା ଆଖି ଅର୍ଥରେ ଵ୍ଯଵହାର ଲୋକପ୍ରିୟ ତେଵେ ଏ ଶବ୍ଦର ଅନ୍ୟ କେତେକ ଅର୍ଥ ହେଲା:
■ପ୍ରମାଣ; ପ୍ରାପ୍ତି କରାଇବା
■ପଥ ପ୍ରଦର୍ଶକ
■କାଳଯାପନ
■ରାଜ୍ଯାଦିର ଶାସନ

©ଶିଶିର ସାହୁ ମନୋଜ

Spread the love
admin

Next ଶାସ୍ତ୍ରୀୟ ଓଡ଼ିଆ ଭାଷା »
Previous « ଓଡ଼ିଆ ଭାଷା
Leave a Comment
Share
Published by
admin
Tags: ନୟନ
6 years ago

    Related Post

  • ଓଡ଼ିଆ ସାହିତ୍ୟର ଇତିହାସ
  • ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ
  • ଅରଣା ମଇଁଷି ରହିଛି ଅନାଇ

Recent Posts

  • ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago
  • ଇତିହାସ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago
  • ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago
  • ଇତିହାସ

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago
All Rights ReservedView Non-AMP Version
  • L