All Rights ReservedView Non-AMP Version
  • Homepage
  • କୋଥଳି
  • ହଜିଲା ଦିନର କଥା
ହଜିଲା ଦିନର କଥା

ଆମ ଗ୍ରାମୀଣ ସଂସ୍କୃତି

ଲେଖା: ଅକ୍ଷୟ ଓଝା

ସେ ସମୟର କଥା । ଘରେ ପୁଅ କିମ୍ବା ଝିଅ ଟିଏ ହେଲେ ଛ’ ଦିନରେ ଷଷ୍ଠୀ ଦେବୀ ପୂଜା ଓ ଏକୋଇଶି ଦିନରେ ସତ୍ୟନାରାୟଣ ପୁଜା କରି ନବାଗତ ସନ୍ତାନର ଜନ୍ମ ମହୋତ୍ସବ ପାଳନ କରାଯାଉ ଥିଲା । ମାମୁଁଘରୁ ଭିନ୍ନ ଭିନ୍ନ ପ୍ରକାର ପୁଜା ଉପକରଣ, ନୂଆ କପଡ଼ା, ଭାର ଥୋର ମିଠାଇ ନୂଆ ଅଳଙ୍କାର ଆସୁଥିଲା । ଅଞ୍ଚଳର ବିଶିଷ୍ଟ ପାଲାଗାୟକମାନଙ୍କୁ ଆଗୁଆ ନିମନ୍ତ୍ରଣ କରିବାକୁ ପଡୁଥିଲା ।

ଘରେ ନୂଆ ଏକ ଉଦ୍ଦିପନା ଖେଳି ଯାଉଥିଲା । ବନ୍ଧୁବାନ୍ଧବ ସମୟରେ ପହଞ୍ଚି ଯାଉଥିଲେ । ସାହି ଭାଇ ସମସ୍ତେ ଉତ୍ସାହିତ ହେଇ ପଡ଼ୁଥିଲେ । ଘରେ ଘରେ ଆନନ୍ଦ । କେଇ ଦିନ ଆଗରୁ ଆର ସାହି ବଡ଼ବୋଉ ଆସି ମୁଢ଼ି ଭାଜି ମୁଆଁ କରୁଥିଲା ତ ପିଠାପଣା ପାଇଁ ବଡ଼ଭାଉଜ ସୁଷମା ବୋଉ ଢିଙ୍କିରେ ଚାଉଳଚୁନା, ବିରିବଟା କେତେ କଣ କାମରେ ସମସ୍ତେ ଲାଗି ପଡନ୍ତି ସାହିଟା ଯାକ । ସତରେ ଯେମିତି ଗାଁରେ କୃଷ୍ଣ ଜନ୍ମ ହେଇଛନ୍ତି ।
    
ଆନନ୍ଦ ମୁଖର ହେଇଯାଏ ଗାଁ ଗୋଟାକ । ଏହି ଥିଲା ଗ୍ରାମ୍ୟ ଜୀବନରେ ଉତ୍ସବ ସେତେବେଳେ । ଗ୍ରାମ୍ୟ ଜୀବନର ଅସଲ ରଙ୍ଗ । ପ୍ରତ୍ୟେକ ଗ୍ରାମ ବାସି ଆସି ନବସନ୍ତାନକୁ ଆଶୀର୍ବାଦ କରୁଥିଲେ । 

ସଂଜ ବୁଡୁଵୁଡୁ ପାଲାମଞ୍ଚ ସଜ ହେଇଯାଏ । ପ୍ରଖ୍ୟାତ ଗାୟକ ଆସୁଛନ୍ତି ଚହଳ ପଡି ଯାଏ ଆଖପାଖ ଅଞ୍ଚଳରେ । ଭାରି ପାଣ୍ଡିତ୍ୟ ଗାୟକ ମହାଶୟଙ୍କର । ଚାମର ଥରେ ବୁଲେଇ ଆଣିଲେ ଦର୍ଶକ ବିଭୋର ହୋଇ ପଡୁଥିଲେ । ଦୂରଦୂରାନ୍ତରୁ ଦର୍ଶକ ଆସି ରୁଣ୍ଡ ହେଇ ପଡୁଥିଲେ । ବେଳେ ବେଳେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବର୍ଣ୍ଣନା କେତେବେେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରାଧାଙ୍କର କୃଷ୍ଣଙ୍କ ପ୍ରତି  ଭାବରେ ବର୍ଣ୍ଣନାରେ ଦର୍ଶକ ବିଭୋର ହୋଇ ପଡୁଥିଲେ । ଗାୟକ ମାନଙ୍କର ନାଁ ଥିଲା । ପାଲା ଗାୟନ ମାଧ୍ୟମରେ ଭାଷା ଚତୁରୀ ସହିତ ସାମାଜିକ ସଂସ୍କାରରେ ମଣିଷ ବହୁତ କିଛି ଶିଖି ପାରୁଥିଲା । ନାରୀମାନଙ୍କ ପରିବାର ପ୍ରତି କର୍ତ୍ତବ୍ୟ । ବଡ଼ଛୋଟ ପ୍ରତି ଦାୟିତ୍ୱ । ବଡଙ୍କୁ ସମ୍ମାନ ପୁରୁଷ ମାନଙ୍କର ସାମାଜିକ ଦାୟିତ୍ୱ କର୍ତ୍ତବ୍ୟ ଭାଷା ସାହିତ୍ୟ ସଂସ୍କୃତି ସଂସ୍କାର ଧର୍ମ ଧାରଣ ଗୋପୂଜନ ସବୁ ପ୍ରକାର ଶିକ୍ଷଣୀୟ ଥିଲା ପାଲା ଗାୟକୀରେ ! ଯାହା ଆଜି ସମାଜରୁ ଧୀରେ ଧୀରେ ଅପସରି ଯାଉଛି ! ଅଧିକ ପଢୁଆମାନେ ପାଶ୍ଚାତ୍ୟ ଚକ୍ରାନ୍ତରେ ପଡି ନିଜ ଧର୍ମ ଆଉ ପରମ୍ପରାକୁ ଅନ୍ଧବିଶ୍ୱାସ କହିବା ଆରମ୍ଭ କରିଦେଲେଣି !ସେ ଯାହା ହେଉ କେତେବେଳେ ବିଜୁଳି ଆଲୁଅ ତ କେତେ ବେଳେ ପମ୍ପ ଦିଆ ଲାଇଟ୍ ଆଲୁଅରେ ମଞ୍ଚ ଚମକୁ ଥିଲା । ମଞ୍ଚ କୋଣରେ ସତ୍ୟନରାୟଣଙ୍କ ମୂର୍ତ୍ତିଟିଏ ରଖା ଯାଉଥିଲା । ପଣ୍ଡିତେ ପୁଜା ପାଠ ଆରମ୍ଭ କରି ହେଉଥିଲେ । ନାନାଦି ପ୍ରଜାର ଭୋଗ, ଫୁଲଫଳରେ ଭରି ଯାଉ ଥିଲା ପୁଜାସ୍ଥଳ କମ୍ପି ଉଠୁଥିଲା । ସବୁ ଆସି ଦକ୍ଷିଣା ପକେଇ ଆଶୀର୍ବାଦ ନେଉଥିଲେ ପଣ୍ଡିତଙ୍କ ଠାରୁ । ଆଉ ନବଜାତ ଶିଶୁଟିକୁ ଆଶୀର୍ବାଦ ଦେଉଥିଲେ ପୁରା ଗାଁ ଗୋଟିକ । ହେଉ ଥିଲା ଜନ୍ମଦିନ ପାଳନ । ଇୟେ ଥିଲା ଆମ ଗ୍ରାମୀଣ ସଂସ୍କୃତି ।

କିନ୍ତୁ ଆଜି ଆମେ କେକ୍ କାଟି ମହମବତି ଜଳେଇ ପୁଣି ଲିଭେଇ ଜନ୍ମଦିନ ପାଳନ କରି ଚାଲିଛେ । ଏହା କେଉଁ ହିନ୍ଦୁ ଧର୍ମରେ ଅଛି ? ଜନ୍ମଗ୍ରହଣ କରିବାର ବର୍ଷକ ପରେ ଆମେ ଖ୍ରୀଷ୍ଟିଆନ ଧର୍ମରେ ପରିଚାଳିତ ହୁଅନ୍ତି । କେକ୍ କାଟି ଜନ୍ମଦିନ ପାଳନ କରିଥାନ୍ତି । ମଲେ (RIP) ରେଷ୍ଟ ଇନ୍ ପିସ ଲେଖନ୍ତି। ଓମ୍ ଶାନ୍ତି ହେବା କଥା ଯାହା ଆମେ ଜାଣନ୍ତି ନାହିଁ କାରଣ ଏହା ଆଧୁନିକ ବିଦ୍ୟା ପ୍ରଣାଳୀ ରେ ନାହିଁ ଆଉ ଆମେ ଇଂରାଜୀ ପଢୁଆ। ପିଲାଙ୍କ ଶିକ୍ଷା ପାଇଁ ଖ୍ରୀଷ୍ଟିଆନ ସ୍କୁଲ ବାଛୁଛନ୍ତି। କେମିତି ହେବ ହିନ୍ଦୁ ଧର୍ମର ପ୍ରସାର ? ବରଂ ବିଦେଶୀ ମାନେ ହିନ୍ଦୁ ସନାତନ ଧର୍ମ ପରମ୍ପରାରେ ବିଶ୍ୱାସ କଲେଣି । କିନ୍ତୁ ଆମେ ବିମୁଖ । ସର୍ବପ୍ରଥମେ ହିନ୍ଦୁ ଧର୍ମର ମୌଳିକତାକୁ ଭୁଲି ବସିଲେଣି । ପ୍ରଥମେ ତ ଶୁଦ୍ଧ ହିନ୍ଦୁ ହୁଅନ୍ତୁ ନ ହେଲେ କେମିତି ହେବ ଧର୍ମର ପ୍ରଚାର ?

ଆମ ଗ୍ରାମୀଣ ସଂସ୍କୃତି ଅନୁଯାୟୀ ଭାଗବତ ଟୁଙ୍ଗି ବିଲୁପ୍ତ ହେଇ ଗଲାଣି । ପାଲା ଦାସକାଠିଆକୁ କେହି ପସନ୍ଦ କରୁ ନାହାନ୍ତି । ମନ୍ଦିରରେ ପୂଜା, ତୁଳସୀ ଚଉଁରାରେ ସନ୍ଧ୍ୟା ଆଳତୀ ସଞ୍ଜବେଳେ ପିଲାମାନଙ୍କ ସନ୍ଧ୍ୟାପ୍ରାର୍ଥନା କମି ଆସିଲାଣି । ଗୋବର ପାଣିର ପବିତ୍ରତା ଇଶ୍ୱରପ୍ରାର୍ଥନା ଆଧୁନିକତାର ଶିକାର ହେଇଗଲାଣି ।ଆମ ଗ୍ରାମୀଣ ସଂସ୍କୃତି ଓ ଆମ ପରମ୍ପରା ଯାହା ଆମ ମାଟି ସହିତ ଜଡିତ ଏହି ଗ୍ରାମ୍ୟ ସମାଜରୁ ଦୂରେଇବା ଆରମ୍ଭ ହେଇଗଲାଣି । ରାଜନୈତିକ ପଶା ଖେଳରେ ଗାଆଁରେ ଆଉ ଆତ୍ମୀୟତା ନାହିଁ । କାହାରି ସହିତ କାହାରି ପଡୁନି । ତେଣୁ କରି ଗାଁରେ ପାଳନ ହେଇଥିବା ସାମୁହିକ ଗ୍ରାମ୍ୟ ଉତ୍ସବ ଆଉ ଭଲରେ ପାଳନ ହେଇ ପାରୁନି । ହୋଲି ଦିବାଲୀ, ସପ୍ତାପାଠ ପୂଜା, ହରିବଂଶ ପୁରାଣ ପାଠ, ମେଳା ମହୋତ୍ସବ କମି ଆସିଲାଣି ।

ବଡ଼ଛୋଟ ସମ୍ମାନ ନାହିଁ । ମଦମାଂସର ଆଡ୍ଡା, ଛକରେ ନିଶା ଦ୍ରବ୍ୟ ସେବନ, ଗାଳିଗୁଲଜ, ଅଶ୍ଳିଳ ସିନେମା ଗୀତରେ ଜର୍ଜରିତ ଆଜି ଗାଁ । ଏ ସବୁ ଭିତରେ ହଜିଯାଇଛି ଆମ ଗ୍ରାମୀଣ ସଂସ୍କୃତି ।ଦିନକୁ ଦିନ ସନାତନ ପରମ୍ପରାରେ ହିନ୍ଦୁଧର୍ମର ପୂଜାପାଠ ଇଶ୍ୱର ବିଶ୍ୱାସ ଯେମିତି ଅଧର୍ମ ଭଳି ଲାଗିଲାଣି ତେଣୁ ଠିକ୍ ଭାବରେ କୁହା ଯାଇଥାଏ ଧର୍ମ ଏକା ସିନା ମହତ ପଣିଆ । ଆଉ ସବୁ କଥା ଅଢେଇ ଦିନିଆଁ । ହେଇପାରେ ଅଜ୍ଞତା ତଥା ନିଜ ଧର୍ମ ପ୍ରତି ସଜାଗତାର ଅଭାବ ରହିଛି। ଜଗନ୍ନାଥ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ପଦ୍ଧତିରେ ନାହାନ୍ତି । ଆମେ ଟେଲିଭିଜନରୁ ଦେଖି ଗୀତ ଶୁଣି ଜଗନ୍ନାଥକୁ ଜାଣିଛନ୍ତି ଅଳ୍ପେ ବହୁତରେ ଯାହା ଆମ ସନାତନ ଧର୍ମ ରେ ସମାଜ ପ୍ରଭାବିତ ହୁଅନ୍ତା । ତଥାପି ଉତ୍କଳୀୟ ଶିକ୍ଷା ପଦ୍ଧତିରେ ଧାର୍ମିକ ଶିକ୍ଷା ରୁହନ୍ତା ଏହା ଆମ ସମାଜକୁ ପ୍ରଭାବିତ ନିଶ୍ଚିତ ଭାବରେ ପ୍ରଭାବିତ କରନ୍ତା ।

© ଅକ୍ଷୟ ଓଝା, ରାଇଁଲୋ, ନୂଆପଡ଼ା, ଆଳି, କେନ୍ଦ୍ରାପଡ଼ା

 

Spread the love
admin

Next ଛାମୁ »
Previous « ପଞ୍ଚ ମହାଭୂତ
Leave a Comment
Share
Published by
admin
Tags: ଆମ ଗ୍ରାମୀଣ ସଂସ୍କୃତି
5 years ago

    Related Post

  • ତଅପୋଇ
  • ହାଣ୍ଡିଧୁଡୁ଼କା
  • ଚିଠିପତ୍ର

Recent Posts

  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago
  • ଆମ ଖାଦ୍ୟ

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago
  • ଅନ୍ୟାନ୍ୟ

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago
  • ମହାମନିଷୀଗଣ

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago
  • ମହାମନିଷୀଗଣ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago
All Rights ReservedView Non-AMP Version
  • L