ଲେଖା: ଶିଶିର ସାହୁ ମନୋଜ
ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ଆମେ ‘ମଣିମା’ ଓ ‘ଛାମୁ’ କହିଥାନ୍ତି । କଳିଙ୍ଗରେ ଆଗେ ରାଜାଙ୍କୁ ମଧ୍ୟ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରାଯାଉଥିଲା । ଯଥାର୍ଥରେ ଶ୍ରୀଜଗନ୍ନାଥ ସବୁ ସନାତନୀ କ୍ଷେତ୍ର ମଧ୍ୟରେ ରାଜା ଅଟନ୍ତି କାରଣ ତାଙ୍କର ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି ରାଜୋଚିତ ହୋଇଥାଏ । ସେ ଜଣେ ରାଜାଙ୍କ ପରି ଷାଠିଏ ପଉଠି ଭୋଗ ଗ୍ରହଣ କରନ୍ତି ଓ ତାଙ୍କ ଭୋଗ ଵିଶ୍ଵଯାକର ଜୀଵ ଜାତି ଭେଦ ପାତରଅନ୍ତର ଭୁଲି ଗ୍ରହଣ କରନ୍ତି ।
ଓଡ଼ିଆ ଭାଷାରେ ଵ୍ଯଵହୃତ ଏହି ଛାମୁ ଶବ୍ଦଟି ଶାସ୍ତ୍ରୀୟ ସମ୍ମୁଖ ଓ ଦେଶଜ ସମୁଖ ତଥା ସାମନା ସହିତ ସମଦ୍ଧୃତ ।
ଦେଶଜ ଛାମୁ ଶବ୍ଦଟି ଏକ ଵିଶେଷ୍ଯ ଭାଵେ ନିମ୍ନଲିଖିତ ଅର୍ଥରେ ଵ୍ଯଵହୃତ ହୋଇଥାଏ ।
୧. ସମ୍ମୁଖ
ଏହି ଅର୍ଥକୁ ଆଧାର କରି ଅନେକ ଵିଶେଷଣ ଶବ୍ଦ ସୃଷ୍ଟି ହୋଇଛି ଯଥା:
ଛାମୁଦାନ୍ତ—ସମ୍ମୁଖସ୍ଥ ଦନ୍ତ
ଛାମୁଖୁଣ୍ଟିଆ ଇତ୍ୟାଦି—ଯେଉଁ ସେଵକ ରାଜା ଵା ଦେଵତାଙ୍କ ସମ୍ମୁଖରେ ସେଵାକରେ
ଛୁନ୍ଦାର୍— ଶବ୍ଦଟି ଛାମୁ ସହିତ ଦ୍ବାର ଶବ୍ଦ ମିଶି ପୁଣି ତାହା ଅପଭ୍ରଂଶ ହୋଇ ଏ ଶବ୍ଦ ସୃଷ୍ଟି ହୋଇଅଛି । ଏହାର ସମଦ୍ଧୃତ ପ୍ରତିଶବ୍ଦ ଛାମୁଦୁଆର ଓ ଛୋଁଦାର ଇତ୍ୟାଦି ।
୨. ନୈକଟ୍ଯ
ଏହି ଅର୍ଥକୁ ଆଧାର କରି ‘ରାଜାଙ୍କ ଛାମୁ’
ପଦ ଵ୍ଯଵହୃତ ହେଉଥିଲା । (ଉଦାହରଣ: ରଜାଙ୍କ ଛାମୁରେ ମୁଁ ଗୁହାରି କରିବି)
୩. (ତୃତୀୟ ପୁରୁଷ) ରାଜା ବା ସମ୍ମାନାର୍ହ ଵ୍ଯକ୍ତିଙ୍କ ସମୀପ, ସାନ୍ନିଧ୍ଯ; ହଜୁର (ଉଦାହରଣ: ମୁଁ ଆଜି ରଜାଙ୍କ ଛାମୁକୁ ଯାଇଥିଲି)
୪. ଦେବତାଙ୍କ ସାନ୍ନିଧ୍ଯ ଵା ସାମ୍ମୁଖ୍ଯ
(ଉଦାହରଣ: କୋଠ ଭୋଗ ଦେଵତାଙ୍କ ଛାମୁରେ ବଢ଼ା ହୁଏ।)
ଭାରତରେ ଅନେକ ତୀର୍ଥ, ପୀଠ ଦେଵାଦେଵୀ ଅଛନ୍ତି କିନ୍ତୁ ତନ୍ମଧ୍ୟରେ ଶ୍ରୀଜଗନ୍ନାଥ ହିଁ କେଵଳ ରାଜା ଅଟନ୍ତି । କଳିଙ୍ଗରେ ଅନେକ ଶାସକ ଵିଭିନ୍ନ ସମୟରେ ଶାସନ କରିସାରିଛନ୍ତି କିନ୍ତୁ ଏ ଦେଶର ପ୍ରକୃତ ଶାସକ ଓ ପ୍ରଥମ ଖଣ୍ଡାୟତ ଶ୍ରୀଜଗନ୍ନାଥ ଅଟନ୍ତି । କେଵଳ ଭାରତ କାହିଁକି ସାରା ଵିଶ୍ଵରେ ସେ ଏକମାତ୍ର ଦେଵତା ଯାହାଙ୍କର ଆଚାର ଵିଚାର ସବୁ ରାଜାଙ୍କ ଭଳି ହୋଇଥାଏ । ଛାମୁ ଶବ୍ଦଟି ସେହି ରାଜୋଚ୍ଚିତ ରୀତିନୀତିର ଅନ୍ଯତମ ଉପାଦାନ ଏଵଂ ଆମ ମହାନ ସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ ।
© ଶିଶିର ସାହୁ ମନୋଜ
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…
'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…
ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…
~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…
~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…