ଲେଖା: ଶିଶିର ସାହୁ ମନୋଜ
ସାଂଖ୍ୟଶାସ୍ତ୍ରରେ ପ୍ରକୃତି “ପଞ୍ଚ ମହାଭୂତ”ରୁ ସୃଷ୍ଟି ହୋଇଥିଵା କୁହାଯାଇଛି, ତାହା ହେଲା:-
● ଵାୟୁ
● ଅଗ୍ନି
● ଜଳ
● ପୃଥିଵୀ
● ଅନ୍ତରୀକ୍ଷଏଠାରେ ପ୍ରତ୍ୟେକ ତତ୍ତ୍ଵର ପାଞ୍ଚଟି ସ୍ଵରୂପ ଅଛି;
◆ ୧. ଅନ୍ତରୀକ୍ଷ
କ. କାମ
ଖ. କ୍ରୋଧ
ଗ. ଲୋଭ
ଘ. ମୋହ
ଙ. ଭୟ
(ଏସବୁ ମାନସିକ ଵା ମନରେ ଜାତ ହୁଏ)

◆ ୨. ଵାୟୁ
କ. ଦୌଡି଼ଵା
ଖ. ଡେଇଁଵା
ଗ. ଚାଲିଵା
ଘ. ବହିଵା
ଙ. ବୁଲିଵା
(ଏସବୁ କାର୍ଯ୍ୟ ସମ୍ଫାଦନ ହେତୁ ଵାୟୁ ଅତ୍ୟାଵଶକୀୟ)

◆ ୩. ଅଗ୍ନି
କ. କ୍ଷୁଧା ଵା ଭୋକ
ଖ. ଶୋଷ
ଗ. ନିଦ୍ରା
ଘ. ଆଳସ୍ୟ
ଙ. ମୁଖମଣ୍ଡଳ
(ଏସବୁ କାର୍ଯ୍ୟର କାରଣ ଶରୀରସ୍ଥ ଅଗ୍ନି)

◆ ୪. ଜଳ
କ. ରକ୍ତ
ଖ. ଵିର୍ଯ୍ୟ
ଗ. କଫ
ଘ. ମୁତ୍ର
ଙ. ଘର୍ମକଣା ଵା ଝାଳ
(ଏସବୁରେ ଜଳ  ଥାଏ)

◆ ୫. ପୃଥିବୀ
କ. ହାଡ଼
ଖ. ମାଂସ
ଗ. ତ୍ଵଚା ଵା ଚର୍ମ
ଘ. ନାଡୀ଼
ଙ. ରୋମ ଵା ଲୋମ
(ଜୀଵ ମୃତ୍ୟୁ ପରେ ଏସବୁ ମାଟିରେ ମିଶିଯାଇ ମୃତ୍ତିକା ଉର୍ଵର କରିଥାଏ)

ପ୍ରାଚୀନ ଗ୍ରୀସ୍’ରେ ପ୍ରଚଳିତ ମୂଳତତ୍ତ୍ଵ ଵିଚାରଧାରାରେ ଅନ୍ତରୀକ୍ଷକୁ ଛାଡ଼ି ବାକି ଚାରୋଟି ଯାକ ତତ୍ତ୍ଵ ଅଵିକଳ ଥିଵା ଦେଖିଵାକୁ ମିଳିଯାଏ । ଭାରତୀୟ ପଞ୍ଚ ମହାଭୂତ ଥିଓରୀ ସହ  ପ୍ରାଚୀନ ଜାପାନୀ, ରୋମାନ୍ ଓ ଵୌଦ୍ଧ ପଞ୍ଚତତ୍ତ୍ଵ ଥିଓରୀର ସାଦୃଶ୍ୟତା ରହିଛି ।

ଚୀନର ତାଓ ଧର୍ମରେ Wu Xing ପଞ୍ଚ ମହାତତ୍ତ୍ଵ ର ଵର୍ଣ୍ଣନା ମିଳେ ଯାହା ଭାରତୀୟ ପଞ୍ଚ ମହାତତ୍ତ୍ଵ ଥିଓରୀଠାରୁ ଅପେକ୍ଷାକୃତ ଅଳ୍ପ ଵୈଜ୍ଞାନିକ ଅନୁଭୂତ ହୁଏ । କାରଣ Wu Xingରେ
↓
● ୧. ଜଳ (C-ସ଼ୟ-soui-ଏ ଶବ୍ଦ ଜଳର ନାଦର ଧନ୍ୟାନୁକରଣରୁ ସୃଷ୍ଟି)

● ୨. କାଷ୍ଠ (ମୋ଼-mu-ଏହା କାଠ ଭାଙ୍ଗିବାର ଧ୍ଵନ୍ୟାନୁକରଣରୁ ସୃଷ୍ଟି ହୋଇଥାଇପାରେ ଆମେ ବି ତହିଁର ଏକ ଧ୍ଵନ୍ୟାନୁକରଣ ଶବ୍ଦ ଵ୍ୟଵହାର କରନ୍ତି ମଡ୍ ମଡ୍ ଯାହା କି ଭାଙ୍ଗିବାର ଅର୍ଥ କୁ ପ୍ରକଟ କରେ)

● ୩. ଧାତୁ (C.jin; ଧାତୁର ଘର୍ଷଣ ରୁ ସୃଷ୍ଟି ଝଣଝଣ ଶବ୍ଦ ପରି ଏକ ଧ୍ଵନ୍ୟାନୁକରଣ ଶବ୍ଦ)

● ୪. ପୃଥିବୀ (ଚୀନୀଭାଷାରେ Tu)

● ୫. ଅଗ୍ନି (ଚୀ-Huo-ପଵନ ଦ୍ଵାରା ଅଗ୍ନିକୁ ଫୁଙ୍କିବାର ଉପକ୍ରମରୁ ବୋଧହୁଏ ଏ ଶବ୍ଦର ସୃଷ୍ଟି)


ଭାରତୀୟ ପଞ୍ଚ ମହାଭୂତ ଓ ଚୀନୀ ଫାଇଭ୍ ଏଲିମେଣ୍ଟ ମଧ୍ୟରେ ତିନୋଟି ସମାନ ତତ୍ତ୍ୱ ହେଲା
● ଜଳ
● ପୃଥିବୀ
● ଅଗ୍ନିୟୁରୋପରେ ୧୬ଶହ ଶତାବ୍ଦୀ ବେଳକୁ ରସାୟନଶାସ୍ତ୍ରର ଆଉ ଥରେ ଅଧ୍ଯୟନ ଆରମ୍ଭ ହୋଇଗଲା । ପୈରାସେଲ୍ସ ତିନୋଟି ଵା ଚାରୋଟି ତତ୍ତ୍ୱର ଅଵଧାରଣା ଦେଲେ ଯହିଁ ର ମୂଳାଧାର ଲଵଣ, ଗନ୍ଧକ ଓ ପାରଦ ଵିଵେଚିତ ହେଲା ।

୧୭ଶହ ଶତାବ୍ଦୀ ବେଳକୁ ୟୁରୋପରେ ଏମିତି ଅନେକ ଥିଓରୀ ପ୍ରଚାରିତ ହୋଇଥିଲା ।

୧୬୬୧ ମସିହାରେ ତତ୍ତ୍ୱ ସମ୍ଵନ୍ଧୀୟ ସବୁଠାରୁ ସ୍ପଷ୍ଟ ସଂଜ୍ଞା ପ୍ରଦାନ କରିଥିଲେ ର଼ବୋର୍ଟ ଜାୟଲ କିନ୍ତୁ ଏହାକୁ ସେ ସମୟର ତଥାକଥିତ ଧାର୍ମିକ ନେତା ମାନେ ମାନିନେଵାକୁ ଅରାଜି ହୋଇଯାଇଥିଲେ । ତତ୍ତ୍ୱ ଵିଷୟକ ଜାୟଲଙ୍କ ପରିଭାଷା ଥିଲା, “ତତ୍ତ୍ୱ ତାକୁ ହିଁ କୁହାଯାଇପାରେ ଯେଉଁଥିରୁ ଯାନ୍ତ୍ରିକ ଓ ରସାୟନିକ ଦ୍ଵାରା ଦୁଇଟି ଭିନ୍ନ ପଦାର୍ଥର ସୃଷ୍ଟି ହୋଇନପାରୁଥିବ ।”

ସେତେବେଳେ ଏହା ମାତ୍ର ଏକ ପରିଭାଷା ଥିଲା ଏବଂ ଜାୟଲ ଏହାର କୌଣସି ଵୈଜ୍ଞାନିକ ପ୍ରମାଣ ଦେଇପାରିନଥିଲେ । ଏ ପରିଭାଷାକୁ ସତ୍ୟ ପ୍ରମାଣିତ କରିବାକୁ ପ୍ରାୟ ୧୦୦ ଵର୍ଷରୁ ଅଧିକ ସମୟ ଲାଗିଯାଇଥିଲା ।

୧୭୭୪ରେ ଵୈଜ୍ଞାନିକ ପ୍ରିଷ୍ଟଲୀ ପରିକ୍ଷାଗାରରେ ଅମ୍ଳଜାନ ଗ୍ୟାସ ସୃଷ୍ଟି କରି ଦେଖେଇ ଦେଇଥିଲେ । ଵୈଜ୍ଞାନିକ କୈମ୍ବେଡିଶ୍ ୧୭୮୧ ରେ ଅମ୍ଳଜାନ ଓ ଉଦଜାନ ଵ୍ୟଵହାର କରି ପରୀକ୍ଷାଗାରରେ ଜଳ ସୃଷ୍ଟି କରିଦେଲେ ଫଳରେ ସେହିଦିନ ଠାରୁ ଜଳ ମୌଳିକ ଉପାଦାନର ଶ୍ରେଣୀରୁ ଭିନ୍ନ ହୋଇ ଯୌଗିକ ଉପାଦାନ ଶ୍ରେଣୀରେ ସ୍ଥାନିତ ହୋଇଗଲା ।

୧୭୮୯ରେ ଵୈଜ୍ଞାନିକ ଲାଵ୍ଵାଜ୍ୟେ ଯୌଗିକ ଓ ମୌଳିକ ତତ୍ତ୍ୱ ମଧ୍ୟରେ ଥିଵା ପାର୍ଥକ୍ୟ ଵିଷୟକ ଗଵେଷଣାପତ୍ର ପ୍ରକାଶିତ କଲେ । ସେତେଵେଳେ ମୌଳିକ ତତ୍ତ୍ୱର ସଂଖ୍ୟା ମାତ୍ର ୨୩ ଥିଲା । ୧୯ଶହ ଶତାବ୍ଦୀରେ ସାର୍ ହମ୍ପ୍ରୀ ଡେଵି ଲଵଣର ମୂଳତତ୍ତ୍ଵ ସୋଡିୟମ୍’କୁ ଵି ପୃଥକ କରି କରି ଦେଖେଇଥିଲେ ।

ସେ କ୍ୟାଲସିୟମ ଓ ପୋଟାସିୟମକୁ ଅନ୍ୟ କେତେକ ଯୌଗିକରୁ ଅଲଗା କରିଵାରେ ସଫଳ ହୋଇଥିଲେ । ଵିଂଶ ଶତାବ୍ଦୀରେ ମୋଜଲେ ନାମକ ଜଣେ ଵୈଜ୍ଞାନିକ ପରମାଣୁ ସଂଖ୍ୟାର କଳ୍ପନା ପ୍ରମାଣ ସହ ଉପସ୍ଥାପନ କରିଥିଲେ ଯା ଫଳରେ ସ୍ପଷ୍ଟ ହୋଇଗଲା ଯେ ସବୁଠାରୁ ହାଲୁକା ଉଦଜାନଠାରୁ ଆରମ୍ଭ କରି ସବୁଠାରୁ ଭାରୀ ତତ୍ତ୍ୱ ୟୁରାନିୟମ ଯାଏଁ ପ୍ରକୃତିରେ ପ୍ରାୟ ୧୦୦ରୁ ଅଧିକ ମୌଳିକ ତତ୍ତ୍ଵ ହୋଇପାରେ ।

ପରଵର୍ତ୍ତୀକାଳରେ ଵୈଜ୍ଞାନିକଗଣ ସମସ୍ତ ମୌଳିକ ତତ୍ତ୍ୱର ସୃଷ୍ଟି ସବୁଠାରୁ ହାଲୁକା ତତ୍ତ୍ୱ ଉଦଜାନରୁ ବୋଲି ପ୍ରମାଣ କରିପାରିଥିଲେ । ଏହି ନୂଆ ଅଵଧାରଣା ଅନୁସାରେ ସୃଷ୍ଟିର ଆରମ୍ଭରେ ଉଦଜାନ ଗ୍ୟାସ ହିଁ ପାରମାଣଵିକ ପରିଵର୍ତ୍ତନ ଦ୍ଵାରା ହିଲିୟମ ଓ ଅମ୍ଳଜାନରେ ପରିଵର୍ତ୍ତିତ ହୋଇ ଯାଇଥିଲା । ଆଜି ପରୀକ୍ଷାଗାର ମଧ୍ୟରେ ଵୈଜ୍ଞାନିକ ମାନେ ମୌଳିକ ତତ୍ତ୍ୱର ଵିଭାଜନ ଓ ତହିଁରୁ ନୂତନ ମୌଳିକ ତତ୍ତ୍ୱ ମଧ୍ଯ ସୃଷ୍ଟି କରିପାରିଵାରେ ସକ୍ଷମ ହେଲେଣି ।

ପ୍ରାଚୀନ ଭାରତୀୟ ମାନେ ପଞ୍ଚ ମହାଭୂତ ର ଯେଉଁ ଅଵଧାରଣା ଦେଇଥିଲେ ତାହା ପଦାର୍ଥ ବିଜ୍ଞାନରେ ଵିଶ୍ଵର ପ୍ରାରମ୍ଭିକ ଅଵଧାରଣା ମଧ୍ୟରୁ ଅନ୍ୟତମ କହିଲେ ଅତିଶୟୋକ୍ତି ହେବ ନାହିଁ କିନ୍ତୁ ସମୟ ସହିତ ପଦାର୍ଥ ବିଜ୍ଞାନରେ ଵିଶ୍ଵରେ ଵୈଜ୍ଞାନିକ ଵିଚାରଧାରା ବଦଳିଯାଇଛି ଏବଂ ଆଗକୁ ଏ ଵାଵଦରେ ଆହୁରି ଗଵେଷଣା ହେଵାର ଅଛି ।

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago