ଲେଖା: ପୂର୍ଣ୍ଣେନ୍ଦୁ ମହାପାତ୍ର

~ ଅରୁଣ ସ୍ତମ୍ଭ ~

ପୁରୀସ୍ଥିତ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନପାଇଁ ପ୍ରଥମେ ଦୁଇ ସ୍ତମ୍ଭଙ୍କୁ ଦର୍ଶନ କରିବାକୁ ପଡେ। ପ୍ରଥମ ଅରୁଣ ସ୍ତମ୍ଭ ଓ ଦ୍ୱିତୀୟରେ ଗରୁଡ଼ ସ୍ତମ୍ଭ।

ଶ୍ରୀମନ୍ଦିର ବାହାରେ ସିଂହଦ୍ୱାର ସମ୍ମୁଖରେ (ପୂର୍ବ ଦ୍ୱାରରେ) ଅରୁଣସ୍ତମ୍ଭ ରହିଛନ୍ତି। ମନ୍ଦିର ଭିତରେ ରତ୍ନସିଂହାସନ ସମ୍ମୁଖରେ ଗରୁଡ଼ ସ୍ତମ୍ଭ ରହିଛନ୍ତି।
ଅରୁଣସ୍ତମ୍ଭ, କଳା ମୁଗୁନି ପଥରରେ ନିର୍ମିତ। ଉପରି ଭାଗରେ ଦୁଇସ୍ତର ବିଶିଷ୍ଟ ପଦ୍ମଫୁଲ ଉପରେ ସୂର୍ଯ୍ୟଙ୍କ ସାରଥୀ ଅରୁଣ ହାତଯୋଡ଼ି ପ୍ରାର୍ଥନା ମୁଦ୍ରାରେ ବସିଛନ୍ତି।
ଏହି ସ୍ତମ୍ଭ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ଥିଲା। ତେବେ ଏହା କିପରି ଶ୍ରୀମନ୍ଦିର ସମ୍ମୁଖକୁ ଆସିଲା ସେଥିନେଇ ଭିନ୍ନ ଭିନ୍ନ ମତ ରହିଛି।
ଗୋଟିଏ ମତ ଅନୁସାରେ କୋଣାର୍କ ମନ୍ଦିରର ଅବକ୍ଷୟ ହେବାରୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମରହଟ୍ଟା ରାଜତ୍ୱ ସମୟରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଏହି ସ୍ତମ୍ଭଟିକୁ ନିଖୁଣ ଅବସ୍ଥାରେ କୋଣାର୍କରୁ ଅଣାଇ ପୁରୀ ଶ୍ରୀମନ୍ଦିରଠାରେ ପ୍ରତିଷ୍ଠିତ କରାଇଥିଲେ ।
ଅନ୍ୟ ଐତିହାସିକ ମତାନୁଯାୟୀ ମରହଟ୍ଟା ଶାସକଙ୍କ ଗୁରୁ ବାଲବ୍ରହ୍ମଚାରୀ ଏହାକୁ କୋଣାର୍କକୁ ସ୍ଥାନାନ୍ତରିତ କରି ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନା କରିଥିଲେ । ଆଉ କେତେକଙ୍କ ମତରେ ପ୍ରଥମ ନରସିଂହ ଦେବ ୧୩୦୦ ଖ୍ରୀଷ୍ଟାବ୍ଦରେ ଏହାକୁ ସ୍ଥାପନ କରିଥିଲେ ।
ପୌରାଣିକ ମତ ଅନୁଯାଇ ସୂର୍ଯ୍ୟଙ୍କ ସାରଥୀ ଅରୁଣ ହେଉଛନ୍ତି ଗରୁଡଙ୍କର ବଡଭାଇ ଏଵଂ କଶ୍ୟପ ଓ ବିନତାଙ୍କର ଜ୍ୟେଷ୍ଠ ପୁତ୍ର।
ଅରୁଣ ସ୍ତମ୍ଭ ଅରୁଣ ବା ଜ୍ୟୋତିର ପ୍ରତୀକ ଓ ଶକ୍ତି ପ୍ରଦାୟକ।ଏହାକୁ ସ୍ପର୍ଶ କରିବା ମାତ୍ରେ ଭକ୍ତର କାୟ-ମନ-ବାକ୍ୟରେ ଶକ୍ତି ସଂଚାରିତ ହୋଇଥାଏ।
ଭକ୍ତମାନେ ଜଗନ୍ନାଥଙ୍କ ଦର୍ଶନପୂର୍ବରୁ ପ୍ରଥମେ ଅରୁଣଙ୍କର ଦର୍ଶନ କରିଥାନ୍ତି। ଅରୁଣ ସ୍ତମ୍ଭ ଓ ପତିତପାବନଙ୍କୁ ଦର୍ଶନ କଲେ ଭକ୍ତଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago