ଲେଖା: ଅରବିନ୍ଦ ମହାନ୍ତି

ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ। ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି। ତେଣୁ ତାଙ୍କର ମହତ୍ତ୍ୱ ତ୍ରିଦେବଙ୍କ ପରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ।


ମହାମୁନି କଶ୍ୟପଙ୍କ ଔରସରୁ ଏବଂ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟ କୂଳ ନାଗ ସହିତେ ଶେଷଦେବ ଅନନ୍ତ ଜନ୍ମ ଗ୍ରହଣ କରିଥିଲେ। ବ୍ରହ୍ମାଙ୍କୁ ତପସ୍ୟା କରି ସେ ଅଭୟ ଆଶିର୍ବାଦ ପ୍ରାପ୍ତ କରିଥିଲେ ଓ ତାହ ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ପାଇଥିଲେ। ସହସ୍ର ଫଣାରେ ଦେବୀ ପୃଥିବୀଙ୍କୁ ସେ ଧାରଣ କରି ମହାବିପତ୍ତିରୁ ଉଦ୍ଧାର କରିଥିଲେ। ଅନନ୍ତ ହେଉଛନ୍ତି ସ୍ୱୟଂ ନାରାୟଣଙ୍କ ସ୍ୱରୂପ ଏବଂ ପରମବ୍ରହ୍ମ ଓ ପରମ ତତ୍ତ୍ୱର ପରିଚୟ ଅଟନ୍ତି।

ଅନନ୍ତ ବ୍ରତ କଥା ମାତା କୁନ୍ତୀ ନବବିବାହିତା ଦ୍ରୌପଦୀଙ୍କୁ ବୁଝାଇଛନ୍ତି। ଏହି ବ୍ରତ କରି ପୁତ୍ର ପୋୖତ୍ରଙ୍କ ମଙ୍ଗଳ ସହିତେ ପରିବାରର ଉନ୍ନତି ବିଷୟରେ ବର୍ଣ୍ଣନା କରୁଅଛନ୍ତି। କିଛି ଗ୍ରନ୍ଥ ଅନୁସାରେ ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କୁ ଏହି ବ୍ରତ କଥା ବୁଝାଇଛନ୍ତି।ଅନନ୍ତ ବ୍ରତ ପିଢ଼ି ପରେ ପିଢ଼ି ଏହା ବଂଶାନୁକ୍ରମେ ପାଳିତ ହୋଇଥାଏ। ଶାଶୁ କରିଥିଲେ ତା’ ବୋହୂ କରେ, ତା ପରେ ତା’ ବୋହୂ କରିଥାନ୍ତି। କିଛି ସ୍ଥାନରେ ପୁରୁଷ ନାରୀ ଉଭୟେ ଏ ବ୍ରତ କରିଥାନ୍ତି। ଏହିଦିନ ପ୍ରତ୍ୟୁଷରୁ ନଦୀ କିମ୍ବା ତୀର୍ଥ ଜଳେ ସ୍ନାନ କରି ନୂତନବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ। ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । ପୁରୁଣାବ୍ରତକୁ ଫିଟାଇ କଞ୍ଚା କ୍ଷୀରରେ ପକାଇ ବିସର୍ଜନ କରିବା ପରେ ନୂଆ ବ୍ରତକୁ ଧାରଣ କରାଯାଏ । ପୁରୁଷମାନେ ଦକ୍ଷିଣ ହସ୍ତ ବାହୁମୂଳ ଓ ସ୍ତ୍ରୀ ଲୋକମାନେ ବାମହସ୍ତ ବାହୁମୂଳରେ ଏହି ବ୍ରତକୁ ଧାରଣ କରନ୍ତି। ବ୍ରତଧାରୀମାନେ କୁଶାଗ୍ରରେ ଚନ୍ଦନଦ୍ୱାରା ସର୍ପାକୃତି ଅନନ୍ତଙ୍କ ପ୍ରତିମା ନିର୍ମାଣ କରି ଏହା ଧୋଇ ସେହି ଉଦକ ପାନକରନ୍ତି । ଏହି ଅନନ୍ତ ବ୍ରତ ଅତୀବ ପୁଣ୍ୟପ୍ରଦ ଅଟେ । ପାପାଚରଣ ନକରି ଧାର୍ମିକ ଜୀବନଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ

ଯେହେତୁ ଅନନ୍ତ ବ୍ରତର ଇଷ୍ଟ ହେଲେ ଶ୍ରୀ ଅନନ୍ତ ଦେବ ତେଣୁ ଭୁବନେଶ୍ୱରର ଶ୍ରୀ ଅନନ୍ତ ବାସୁଦେବଙ୍କ ଦେଉଳରେ ବ୍ରତ ପାଇଁ ମା’ ମାନଙ୍କ ବହୁ ଭିଡ଼ ଲାଗିଥାଏ। ଶ୍ରୀ ଅନନ୍ତ ବାସୁଦେବଙ୍କ ଦର୍ଶନ, ପୂଜନ ଓ ତାଙ୍କ ବ୍ରତ ଆଚରଣ କରିବା ଦ୍ୱାରା ଅଶେଷ କୃପା ଲାଭ ମିଳିଥାଏ। ଶ୍ରୀକ୍ଷେତ୍ରରେ ବଡ଼ଦେଉଳରେ ଥିବା ଅନନ୍ତ ନାରାୟଣ ଦେଉଳରେ ଏହା ମଧ୍ୟ ପାଳିତ ହୋଇ ଥାଏ।ସେହିଭଳି କଟକ ଜିଲ୍ଲା ପ୍ରସିଦ୍ଧ ନେମାଳ ଗ୍ରାମ ନିକଟବର୍ତ୍ତୀ ଲେଣ୍ଡୁରା ଭଗବାନପୁର ଠାରେ ବିଜେ ଶ୍ରୀ ଅନନ୍ତେଶ୍ବର ମହାଦେବଙ୍କ ପାଖେ ମଧ୍ୟ ଅନନ୍ତ ବ୍ରତ ପାଈଁ ବହୁ ଗହଳି ଲାଗିଥାଏ। ଦିନେ ଏହି ଦେଉଳ ସପ୍ତମ ଶତାବ୍ଦୀର ପାଶୁପତ ସମ୍ପ୍ରଦାୟର ଶୈବ ଉପାସନା କେନ୍ଦ୍ରଥିଲା। ଏହି ସ୍ଥାନେ ଯେ କେହିବି ଗଲେ ଅନନ୍ତେଶ୍ବରଙ୍କ ମହିମା ବିଷୟରେ ନିଶ୍ଚୟ ଅନୁଭବ କରିପାରେ। ସୁଦୃଶ୍ୟ ଶିବଲିଙ୍ଗ ସାଙ୍ଗକୁ ଅନନ୍ତେଶ୍ବରଙ୍କ ଇଚ୍ଛାରେ ଅର୍ଦ୍ଧଭଗ୍ନ ଦେଉଳ ଓ ଏହା ପଛେ ଥିବା ଗାଥା ଶୁଣି ମନେ ଅସୀମ ଭକ୍ତି ଉଦ୍ରେକ ହୋଇଥାଏ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago