ଚନ୍ଦନଯାତ୍ରା

ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ଏହି ଚନ୍ଦନଯାତ୍ରା ମହୋତ୍ସବରେ ଶ୍ରୀମନ୍ଦିରରେ କେତେକ ସ୍ୱତନ୍ତ୍ର ନୀତି ପାଳନ କରାଯାଇଥାଏ !
~ ଚନ୍ଦନଯାତ୍ରା ~
ଉକ୍ତ ଦିନ ଶ୍ରୀଗ୍ରହମାନଙ୍କ ସକାଳଧୂପ ଶେଷ ହେବାପରେ ତିନି ବାଡରେ ମଇଲମ ହୋଇ ମହାସ୍ନାନ କରାଯାଏ ! ଏହାପରେ ପୂର୍ବଦିନ ଠାରୁ ଅଧିବାସିତ ହୋଇଥିବା ଚନ୍ଦନ ପିଙ୍ଗଣ ଓ ପରଖଗୁଡିକ ଘଣ୍ଟ, ଛତି, କାହାଳି ସହ ପୂଜାପଣ୍ତା, ପତିମହାପାତ୍ର, ମୁଦିରସ୍ତ, ତିନିଜଣ ପୁଷ୍ଫାଳକତଳିଛ ପଟୁଆର ହୋଇ ତିନିଥର ବଡଦେଉଳକୁ ପ୍ରଦକ୍ଷିଣ କରାଇ ରତ୍ନସିଂହାସନ ଉପରେ ତିନିବାଡରେ ରଖାଯାଏ ଓ ପରେ ଗର୍ଭଗୃହସ୍ଥ ପୋଖରିଆରେ ପାଣି ପଡି ଧୁଆଯିବା ପରେ ଶୀତଳଭୋଗ ବଢାଯାଇ ପଞ୍ଚୋପଚାର ବିଧିରେ ପୂଜା କରାଯାଏ !
ଭୋଗ ସରିଲେ ସୂନା ଗୋସ୍ୱାମୀଙ୍କ ପ୍ରଦତ୍ତ ପୁଷ୍ଫରେ ନିର୍ମିତ ଅଳକା ଏବଂ ଶ୍ରୀରାମଦାସ ମଠ ଦେଇଥିବା ଚଉସରା ଇତ୍ୟାଦି ମହାପ୍ରଭୁ ମାନଙ୍କୁ ଲାଗି ପୂର୍ବକ ଛଅ ମୂର୍ତ୍ତି ଅଳଙ୍କାରରେ ସଜ୍ଜିତ କରାଯାଇ ବେଶ ବଢେ ଓ ମୁଦିରସ୍ତଙ୍କ ଦ୍ୱାରା ପ୍ରସାଦଲାଗି ହୋଇଥାଏ ! ଏହାପରେ ଶ୍ରୀମନ୍ଦିରସ୍ଥ ଦକ୍ଷିଣ ଘରେ ଚନ୍ଦନ ସର୍ବାଙ୍ଗ ବଢି ଭୋଗ ସରିବା ପରେ ମଦନମୋହନରାମକୃଷ୍ଣ ଚଳନ୍ତି ପ୍ରତିମାନଙ୍କୁ ମହାଜନ ସେବକମାନଙ୍କ ହସ୍ତରେ ରତ୍ନସିଂହାସନକୁ ବିଜେ କରାଯାଏ !
ଏଠାରେ ତିନିଜଣ ପୂଜାପଣ୍ତା ସେବକ ଷୋଡଶ ଉପଚାର ବିଧିରେ ମଧ୍ୟାହ୍ନଧୁପ ପୁଜା ଓ ଭୋଗ ମଣୋହି କରିବା ପରେ ତିନି ବାଡରେ ଯଥାକ୍ରମେ ପଣ୍ତା, ପତିମୁଦିରସ୍ଥ ବନ୍ଦାପନା ନୀତି ଶେଷ କରନ୍ତି ! ତତ୍ପରେ ପଣ୍ତା ଆଜ୍ଞାମାଳ ଦେବା ଉତ୍ତାରେ ଝୁଲଣ ମଣ୍ତପ ତଳେ ଥିବା ସୁସଜ୍ଜିତ ପାଲିଙ୍କିରେ ରାମ, କୃଷ୍ଣ, ଓ ମଣିବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିଜେ ହୋଇଥାନ୍ତି !
ଚନ୍ଦନଯାତ୍ରା

Leave a Comment

Your email address will not be published. Required fields are marked *

Scroll to Top