ଲେଖା: ଡ. ଜୟଶ୍ରୀ ନନ୍ଦ

~ ତୁଳସୀ ଚଉଁରା ~
ଶ୍ରୀତୁଳସୀ ପ୍ରତିଘରେ ପୂଜା ପାଆନ୍ତି। ସୁଖ ଶାନ୍ତି ପ୍ରଦାୟିନୀ । ଓଡିଆ ଘରରେ ପ୍ରତିଦିନ ପ୍ରଥମ ପୂଜା ଆରମ୍ଭ ମାଆ ବୃନ୍ଦାବତୀଙ୍କ ପାଖରେ ହୁଏ । ଶ୍ରୀଜଗନ୍ନାଥଙ୍କର ଅତିପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ/ଶ୍ରୀହରି/ଶ୍ରୀବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କୁ ଅନେକ ନାମରେ ପୂଜା କରାଯାଏ । ହରିପ୍ରିୟା, ବିଷ୍ଣୁ ବଲ୍ଲଭା, ବୈଷ୍ଣବୀ ଇତ୍ୟାଦି । ମାଆ ବୃନ୍ଦାବତୀ ବା ତୁଳସୀ ମାତାଙ୍କୁ ଶ୍ରୀତୁଳସୀ ବା ଶ୍ରୀବୃନ୍ଦାବତୀ ନାମରେ ପୂଜା କରାଯାଏ । ଶ୍ରୀ ଅର୍ଥ ସୁଖ ସୌଭାଗ୍ୟ ବା ଐଶ୍ବର୍ଯ୍ୟ । ତୁଳସୀଙ୍କୁ ସୌଭାଗ୍ୟର ପ୍ରତୀକ ରୂପେ ପୂଜା କରାଯାଏ ।
(ତୁଳସୀ ପ୍ରାର୍ଥନା)
ତୁଳସୀ ବୃକ୍ଷ ମୂଳରେ ଗଙ୍ଗା, ଡେମ୍ଫ, ଡାଳ ଓ ପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ଏ ଲୋକୋକ୍ତି ରହିଛି । କୁମାର ପୂର୍ଣ୍ଣିମା ବା ଶରତ ପୂର୍ଣ୍ଣିମାର ମାସେ ଆଗରୁ ପ୍ରତିଦିନ ସଂଧ୍ୟାରେ କୁମାରୀ ଝିଅମାନେ ଦଳଗତ ଭାବରେ ତୁଳସୀ ଚଉଁରା ମୂଳେ ଜହ୍ନିଓଷା କରନ୍ତି । କୁମାର ପୂର୍ଣ୍ଣିମାରେ ତୁଳସୀ ଚଉଁରା ମୂଳେ ଚାନ୍ଦପୂଜା ହୁଏ କୁମାରୀମାନେ ଭୋଗରାଗ ଆଦି ଏହି ମାଆ ବୃନ୍ଦାବତୀଙ୍କ ପାଖରେ ପୂଜାକରି ମାସ ଯାକର ଜହ୍ନିଓଷା ଶେଷ କରନ୍ତି ।
(କୁମାର ପୂର୍ଣ୍ଣିମା, ଚାନ୍ଦପୂଜା, ବୃନ୍ଦାବତୀଙ୍କ ପାଖରେ ଭୋଗଲାଗି)
ଅନ୍ୟମାସ ଅପେକ୍ଷା #କାର୍ତ୍ତିକ ମାସରେ ମାଆ ତୁଳସୀଙ୍କର ପୂଜା ସମସ୍ତେ କରନ୍ତି । କାର୍ତ୍ତିକ ମାସର ପ୍ରବୋଧିନୀ ଏକାଦଶୀକାର୍ତ୍ତିକ ପୂର୍ଣ୍ଣିମା ଭିତରେ ତୁଳସୀ ବିବାହ ଅନୁଷ୍ଠିତ ହୁଏ । ଏହିଦିନ ଭଗବାନ ବିଷ୍ଣୁଙ୍କ ସହ ବୃନ୍ଦାବତୀଙ୍କର ବିବାହ ସମ୍ପର୍ଣ୍ଣ ହୁଏ । ମାଆ ବୃନ୍ଦାବତୀଙ୍କୁ ବଧୂରୂପରେ ସଜାହୁଏ।
© Dr. Jayashree Nanda
Image: Bandhan Dalai
Tulsi Tulasi Chaunra Brundabati
Spread the love
admin

View Comments

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago