ଉପସ୍ଥାପନା: ନିରଞ୍ଜନ ସାହୁ
~ ଢିଙ୍କି ~
ଆଗେ ଏମିତି ଗୋଟିଏ ଗାଁ ନଥିବ ଯେଉଁଠି ସାତ ଆଠଟା ଢିଙ୍କି ଦେଖିବାକୁ ମିଳିବ ନାହିଁ ! ତିନି ଚାରି କୁଟୁମ୍ବର ମଝିରେ ମଝିରେ ଗୋଟିଏ ଢିଙ୍କି ଥିବା ଥୟ, ନହେଲେ ଚାଉଳ ଠୁଁ ଆରମ୍ଭ କରି ଚୂନା ପର୍ଯ୍ୟନ୍ତ ପାଇବେ କିମିତି ? ସଂସାର ଚଳିବ କିମିତି? ଓଡ଼ିଆ ଘରର ପରବ ପାଳନ କରିବେ କିମିତି ? ଆମ ଢିଙ୍କିଶାଳର କଥା ହିଁ ଓଡ଼ିଆ ଜନଜୀବନର ଛବି ଗୋଟିଏ ଦୃଷ୍ଟିରୁ !
ଢିଙ୍କି ତ ଏବେ ବିଶ୍ରାମ ନେଉଛନ୍ତି କୌଣସି ବହିର ପୃଷ୍ଠାରେ, ଖାସ୍ ପିଲାମାନଙ୍କୁ ଜଣେଇବା ପାଇଁ ! କାଁ ଭାଁ ଗୋଟେ ଅଧେ ମିଳିଯାଇପାରେ କାହାର ସଙ୍ଗାରେ ରଖାଯାଇଥିବା ଅବସ୍ଥାରେ ! ତେବେ ଓଡ଼ିଆ ଜନଜୀବନର ଓ ସାହିତ୍ୟରେ ଏହି ମହାର୍ଘ ସମ୍ପତ୍ତି ଉପରେ ଦି’ ଧାଡ଼ି:
ଗୋହିରା ମଞ୍ଜକୁ ଶାଳୁଆ ଖୁମ୍ବଲୋ
ସୁଅମ ଗଣ୍ଠିରେ ଗାତ
ସାତ ପୁରୁଷଟା କଉଁ ସଜେ ଗଲା
କୁଟି କାଣ୍ଡି ଖାଉଁ ଭାତ ଲୋ
ଦେ ସମଲାଇ ଲୋ
ସମା କୁଟଇ ଧାନ
ଦି ସଉତୁଣୀ ଢିଙ୍କି ଲାଞ୍ଜିରେ
ଖାଆନ୍ତି ବଙ୍ଗାଳୀ ପାନ ।
ପରୁଡ଼ି ମଶିଣା କୁଙ୍କୁମ ନାଉଛି
ଢିଙ୍କି ଲାଞ୍ଜି ଠେଇ ପାଣି
ଢିଙ୍କି ଭରା ଟାହି ଟାପରା ମାରୁଛି
ଢିଙ୍କି କୁଟୁଛନ୍ତି ରାଣୀ ।
ଦେ ସମଲାଇ ଲୋ,
ସମା କୁଟଇ ଧାନ
ଦି ସଉତୁଣୀ ଢିଙ୍କି ଲାଞ୍ଜରେ
ବୁଲେଇ ବୁଲେଇ ଝାମ ।।
ଢିଙ୍କି କେଉଁ କାଠରେ ତିଆରି ଓ ଶରୀର ଭେଦ ହିଁ ଏହି ଦୁଇ ପଦ ମଧ୍ୟରେ ବର୍ଣ୍ଣିତ !
(ମଧୁବାବୁଙ୍କ ଏନ୍ତୁଡ଼ିଶାଳର ଗୋଟିଏ ପିଣ୍ଡାରେ ୧୭୫ ବର୍ଷାଧିକ ବୟସ୍କ ଢିଙ୍କି ! ଧନ୍ୟ ଧନ୍ୟ ସେ ଢିଙ୍କି !
ଯିଏ କୁଳବୃଦ୍ଧଙ୍କୁ ତା ସମାରେ ପେଶା ହୋଇଥିବା ଚାଉଳ ଖୁଆଇଛି !
ଫଟୋ ସୌଜନ୍ୟ: କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଏନ୍ତୁଡ଼ିଶାଳର ବାମ ପାର୍ଶ୍ୱରେ ଥିବା
ଢିଙ୍କିଶାଳର ଢିଙ୍କି, ଯାହା ତାଙ୍କ ଜନ୍ମ ପୂର୍ବରୁ ବ୍ୟବହୃତ ମଲ୍ଲ ପରିବାର ଦ୍ଵାରା)
ଆମ ଓଡ଼ିଆ ଘରର ଢିଙ୍କି, ଆମ ନିତିଦିନିଆ ଚଳଣିରେ ଢିଙ୍କି ! ହିନ୍ଦୁ ଧର୍ମରେ ଢିଙ୍କି ! ମହର୍ଷି ନାରଦଙ୍କ କଥା ଦେଖୁନାହାନ୍ତି ! ଢିଙ୍କି ନହେଲେ ତାଙ୍କ ଯିବାଆସିବା ଯେ ବନ୍ଦ! ଆମ ଢିଙ୍କିଶାଳର ଢିଙ୍କି କିଛି ସାମାନ୍ୟ ନୁହେଁ ମ ଆଜ୍ଞା ! ସେ ତ ନଥିଲେ ଆମ ରୋଷେଇ ସଙ୍କଟ, ଖାଇବା ବନ୍ଦ ! ଏ ଆଜିର କଥା ନୁହେଁ, ଏଇ କେତେ ବର୍ଷ ହେଲା ସିନା ଆସିଗଲା ଚାଉଳ ହଲର୍ !
ଆମ ଢିଙ୍କି ପାଇଁ ଏକ ସ୍ବତନ୍ତ୍ର ଘର । ସେ ସେଇଠି ଅବସ୍ଥାପିତ । ସେଇଠୁ ଧାନ ପେଶା ହେବା ପରେ ଆମ ରୋଷେଇ, ଆମ ପିଠାପଣା ! ସେଥିପାଇଁ ତ ସେ ଆମ ଜୀବନରେ ଅପରିହାର୍ଯ୍ୟ ! ତେବେ ଓଡ଼ିଆ ଜନଜୀବନର ଅପରିହାର୍ଯ୍ୟ ବସ୍ତୁଟି ଅଲୋଡ଼ା କାହିଁକି ? ଆଜି ମଧ୍ୟ ବଞ୍ଚିଛି, ଆଉ ଅତୀତର ଆମ ଓଡ଼ିଆ ଜାତିର ସ୍ମୃତିରୁ:
ଦୁଲୁଦୁଲୁ ଢିଙ୍କି ଦୁଲକା
ବ୍ରହ୍ମା ନ ପାଇଲେ ତା’ ଭେଦ ଏକା,
ଦେ ସମକେଇ ଲୋ ସମା କୁଟଇ ଧାନ
ଢିଙ୍କି ଦେ ସମକେଇ ଲୋ
ସମା କୁଟଇ ଧାନ
ଦି ସଉତୁଣୀ ଢିଙ୍କି ଲାଞ୍ଜରେ
ଖାଆନ୍ତି ବଙ୍ଗାଳୀ ପାନ ।
ଦେ ସମକେଇ ଲୋ,
ସମା କୁଟଇ ଧାନ
ଦି’ ସଉତୁଣୀ ଢିଙ୍କି ଲାଞ୍ଜରେ
ବୁଲେଇ ବୁଲେଇ ଝାମ।
ଆମ୍ବ ଡାହି ଖଣ୍ଡି ଘୂଣ ଖାଇଲା ଲୋ
କରଞ୍ଜ ସବୁଠୁ ଟାଣ
ଓଡ଼ିଆ ଫାରଶା ସବୁ ମିଶାଇ ଲୋ
ସବୁ ଟାଣିନେଲା ଲୁଣ ଲୋ ।
ଦେ ସମକେଇ ଲୋ
ସମା କୁଟଇ ଧାନ
ଦି’ ସଉତୁଣୀ ଢିଙ୍କି ଲାଞ୍ଜରେ
ଖାଆନ୍ତି ବଙ୍ଗାଳୀ ପାନ।
ଗୋହରା ମଞ୍ଜକୁ ଶାଳୁଆ ଖୁମ୍ବଲୋ
ସୁଆମ ଗଣ୍ଠିରେ ଗାତ
ସାତ ପୁରୁଷଟା କଉଁ ସଜେ ଗଲା
କୁଟି କାଣ୍ଡି ଖାଉଁ ଭାତ ଲୋ ।
ଦେ ସମକେଇ ଲୋ
ସମା କୁଟଇ ଧାନ
ଦି’ ସଉତୁଣୀ ଢିଙ୍କି ଲାଞ୍ଜରେ
ଖାଆନ୍ତି ବଙ୍ଗାଳି ପାନ ।
(ଆମ ଭାରତମଣିଙ୍କ ଘରେ କେତେ ଯତ୍ନରେ ସେହି ମହାନ ଭାରଦଣ୍ଡ ଢିଙ୍କି କେମିତି ଆଜି ପର୍ଯ୍ୟନ୍ତ ବିଶ୍ରାମ ନେଉଛନ୍ତି ଓ
ଗର୍ବର ସହ ଆନନ୍ଦିତ ହେଉଛନ୍ତି ଦାସେ ଆପଣେଙ୍କୁ ନିଜ ସମାରେ ଧାନ କୁଟି ଖୁଆଇଥିବା ହେତୁ !
ଫୋଟୋ: ଭାରତମଣି ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋସ୍ଥିତ ଘର ଢିଙ୍କିଶାଳର ଢିଙ୍କି ଏବଂ
ଐତିହ୍ୟସ୍ଥଳୀ ମାନ୍ୟତା ପାଇଥିବା ସୁଆଣ୍ଡୋ ଷଠିଘରର ରାସ୍ତା ପାର୍ଶ୍ବ ଫଟୋ)
* ଏ ସମସ୍ତ ସଂଗ୍ରହ ଶ୍ରୀ ଚକ୍ରଧର ମହାପାତ୍ର, ଡଃ କୁଞ୍ଜବିହାରୀ ଦାଶଙ୍କ ପୁସ୍ତକର
ଲୋକବାଣୀ ସଂଗ୍ରାହକ — ଚକ୍ରଧର ମହାପାତ୍ର ଓ କନକ ମଞ୍ଜରୀ ଦେବୀ
Dhinki Dhenki
Niranjan Sahu
Spread the love
admin

Share
Published by
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

18 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

20 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago