Physical Address
Sai Samarpanam, Satya Vihar, Bhubaneswar
ଲେଖା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ କବି ଶରଣ ଦାସ ବେଶୀ ପରିଚିତ ନୁହନ୍ତି । ସେ ସପ୍ତଦଶ ଶତାବ୍ଦୀର କବି, ବୈଷ୍ଣବ ମତବାଦୀ । ଜଗନ୍ନାଥଙ୍କ ଚାଚେରୀ ଲୀଳା ଦେଖିବାକୁ ଯାଇଥିଲେ ଶ୍ରୀକ୍ଷେତ୍ର । ଯାହା ଦେଖିଥିଲେ ତାହାର ଅବିକଳ ବର୍ଣ୍ଣନା କରିଛନ୍ତି ତାଙ୍କର ରଚିତ ଏକ ମାତ୍ର ଗ୍ରନ୍ଥ ‘ଚାଚେରୀ ଲୀଳା’ରେ ।…
ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…
ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…
ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ ନିର୍ମିତ ହୋଇଥିଲା l ପ୍ରାୟତଃ ଏହି ମନ୍ଦିରଗୁଡ଼ିକ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସେଥି ମଧ୍ୟରୁ ଅନେକ ଆଜି ଭାଙ୍ଗି ରୁଜି ଯାଇଥିଲେ ବି ଆଉ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଇଂରାଜୀ ଭାଷାରେ ମରାଠୀଙ୍କୁ ମରାଠୀ କୁହାଗଲା, ପଞ୍ଜାବୀଙ୍କୁ ପଞ୍ଜାଵୀ, ଦକ୍ଷିଣର କନ୍ନଡ ତାମିଲ ଓ ତେଲୁଗୁ ଆଦି ଭାଷାଗୁଡି଼କର ନାମ ମଧ୍ୟ ଇଂରାଜୀ ଆଦି ୟୁରୋପୀୟ ଭାଷାଗୁଡି଼କରେ ମୂଳ ନାମ ଅନୁସାରେ ରହିଲା କିନ୍ତୁ ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି…
ଲେଖା: ଶ୍ରୀକାନ୍ତ ସିଂହ ଗୋଟେ ପାଖରେ କଣ୍ଟିଲୋର ନୀଳମାଧବ ଓ ଅନ୍ୟ ପାଖରେ ରତ୍ନଗିରି ପାଦଦେଶରେ ଥିବା ଭଟ୍ଟାରିକା ଦେଵୀପୀଠ ଆଉ ମଝିରେ ମହାନଦୀର ସୁ-ବିସ୍ତାର ବକ୍ଷ l ମହାନଦୀର ଉତ୍ପତ୍ତି ସ୍ଥଳରୁ ସାଗର ବିଲୟ ପର୍ଯ୍ୟନ୍ତ ସୁଦୀର୍ଘ ଯାତ୍ରା ପଥରେ ଏହି ବଡମ୍ବାଠାରେ ହିଁ ନଦୀର ଶଯ୍ୟା ବୋଧହୁଏ ସବୁଠୁ ଅଧିକ ଚଉଡ଼ା ଓ…
ରଚନା: ଇଂ ବିଜୟ କେତନ ସାହୁ ମଗଧେ, ମୈଥିଳେ, ଅଙ୍ଗେ, ବଙ୍ଗେ, ପୁଣି ଦେଖିଛି କେତେ ସୁନ୍ଦରୀ, ଏ ଯୋଷା‐ଚରଣ ଘସା ପଥରକୁ ନୋହିବେ ଟି କେହି ସରି ।। ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ, ଏ ଯେ ମନ୍ଦାକିନୀ ଧାରା । ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ,…
ଲେଖା: ରବୀନ୍ଦ୍ର କୁମାର ରଣା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀ ଗାଁରେ ଅବସ୍ଥିତ କାଙ୍କଣ ଶିଖରୀ କ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର । ଖୋର୍ଦ୍ଧାରୁ ବ୍ରହ୍ମପୁର ଯାଇଥିବା ମୁଖ୍ୟ ଜାତୀୟ ରାଜପଥର ନାଚୁଣୀ ବଜାରରୁ ମାତ୍ର ୧୧ କି.ମି. ଦୂରରେ ଚିଲିକା କୂଳରେ ଅବସ୍ଥିତ ନଈରୀ ଏକ ଐତିହାସିକ ଗ୍ରାମ ।…
ଲେଖା: ରବୀନ୍ଦ୍ର କୁମାର ରଣା ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନ ଠାରୁ ମାତ୍ର ୩ କି.ମି. ଦୂର ଡ଼ିଆ ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ କପିଳେଶ୍ଵର ମହାଦେବ ମନ୍ଦିର । ଗାଁ ଠାରୁ ଟିକେ ଦୂରରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ । ମନ୍ଦିର ପରିବେଶ ଯେତିକି ସୁନ୍ଦର ଏହାର…
ଲେଖା: ରବୀନ୍ଦ୍ର କୁମାର ରଣା ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା…