Physical Address
Sai Samarpanam, Satya Vihar, Bhubaneswar

ଲେଖା: ମିହିର ପଟ୍ଟନାୟକ ଓଡ଼ିଆ ଘରେ ଅନେକ ପର୍ବରେ ଶୀଳ ଶୀଳପୁଆ ପୂଜା ହେବାର ପରମ୍ପରା ରହିଛି। ବିଶେଷ କରି ଷଠିଓଷା ଓ ବୁଧେଇଓଷା ପାଳନ ବେଳେ ଏହି ଦୁଇ ପାରମ୍ପରିକ ଶୀଳ ଶୀଳପୁଆ ପୂଜା ହୋଇଥାଏ। ଏପରିକି ଶ୍ରୀମନ୍ଦିରରେ ଶ୍ରୀ ଜୀଉମାନଙ୍କ ଜନ୍ମ ଉତ୍ସବ ବେଳେ ଷଷ୍ଠୀମାର୍କଣ୍ଡପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ। କେବେ ଭାବିଛନ୍ତି…

ଲେଖା: ଦେଵ ତ୍ରିପାଠୀ ସବୁଜ ଅରଣ୍ୟାନି ପରିବେଷ୍ଟିତ, ଚିର ପ୍ରବାହମାନ ମହାନଦୀର ତଟଦେଶରେ ଅବସ୍ଥିତ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଏକ ପ୍ରାଚୀନ ପର୍ଯ୍ୟଟନପୀଠ ଭାବେ ଯେପରି ବହୁଜନ ଜ୍ଞାତ, କଂସାବାସନ ତିଆରି ଓ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ତଥା ଓଡ଼ିଶା ବାହାରେ ଅନୁରୂପ ଭାବେ ପରିଚିତ, ପ୍ରସିଦ୍ଧ । ଦିନ ଥିଲା ଶ୍ରୀମନ୍ଦିରର ନୀଳଚକ୍ର ଠାରୁ…

ଲେଖା: ଦେଵ ତ୍ରିପାଠୀ ଭୁବନେଶ୍ୱରରୁ କଣ୍ଟିଲୋ ଯିବା ରାସ୍ତାରେ ପଡ଼େ ଧଳାପଥର ବୋଲି ଗାଁଟିଏ । ଶାନ୍ତ ସୁଧାର ଗାଁଟି ଦିନେ ଥିଲା ଏକ ଅପୂର୍ବ ସୂକ୍ଷ୍ମକଳାର ଏନ୍ତୁଡ଼ିଶାଳ । ସେ କଳା ଫୁଟିଉଠୁଥିଲା ଘରର ଦୁଆର ଝରକାରେ ଝୁଲୁଥିବା ସୁଦୃଶ୍ୟ ପର୍ଦ୍ଦା କିମ୍ବା ଓଡିଆଙ୍କ ପ୍ରିୟ ପରିଧାନ ଲୁଙ୍ଗିଗାମୁଛାରେ । ତନ୍ତକୁ ଜୀବିକା ଭାବରେ…

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାରେ ଅସରନ୍ତି ପର୍ବପର୍ବାଣୀ, ଦାରିଦ୍ର୍ୟ ସତ୍ତ୍ଵେ ସେସବୁ ପର୍ବପର୍ବାଣୀକୁ ନିଷ୍ଠା ଓ ପବିତ୍ରତା ସହିତ ପାଳିବାରେ କୁଣ୍ଠା କରେନି ଓଡିଆଣୀ । ଅଧିକାଂଶ ପର୍ବପାଳନ ହୁଏ ପରିବାରର ମା’ମାନଙ୍କ ଦ୍ଵାରା । ପର୍ବାଣୀ ଗୁଡିକରେ ପୂଜାଉପଚାର ଯେପରି ଭିନ୍ନ, ସେହି ଅବକାଶରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମଧ୍ୟ ସ୍ବତନ୍ତ୍ର । ଓଡ଼ିଆଙ୍କ ଇଷ୍ଟଦେବ…

ଉପସ୍ଥାପନା: ଦେଵ ତ୍ରିପାଠୀ ପଖାଳ କଂସାଏ । କି ଖରା, କି ବର୍ଷା, କି ଶୀତ — ଗରିବ, ଖଟିଖିଆ, ଚାଷୀ, ମଜୁରିଆର ହାଣ୍ଡିରେ ପଖାଳ ଗଣ୍ଡାଏ ତ ଥିବ ନିଶ୍ଚୟ । ଯେତେ ରାତିରେ ଘରକୁ କୁଣିଆମଇତ୍ର ଆସନ୍ତୁ, ଚିନ୍ତା ନାହିଁ । ମା’ମାନେ ପରଷି ଦେବେ ପଖାଳ କଂସାଏ । ମଲାଚୁଲିର ନିଆଁରେ…

ଲେଖା: ଦେଵ ତ୍ରିପାଠୀ ଛିଣ୍ଡା ଛିଣ୍ଡା ମେଘର ପଲଟଣରେ ଭୋଦୁଅ ଆକାଶ ଭରି ରହିଛି I ଏଇ ଝରିବ ଝରିବ ହୋଇ ଭାସିଯାଏ ବଉଦର ବୋଇତ — ଆଉ କେଉଁ ମୁଲକରେ ତା’ର ବରଷଣ ମୂଲଚାଲ କରିବ I ତେବେ ଆମ ମୁଲକରେ ସିଏ ଫୁଟାଇଛି କାଶତଣ୍ଡୀ, ଗାଡ଼ିଆରେ ନୀଳକଇଁ, ଅରଣ୍ୟରେ ଶ୍ୟାମଳ ଢେଉ, ପବନରେ…

ଲେଖା: ଦେଵ ତ୍ରିପାଠୀ ~ ଦିବ୍ୟନୀତି ୧ ~ ~ ମଙ୍ଗଳ ଆରତୀ ~ ସେବକମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଦିଅଁ ଶୟନ କରିଥିବା ଖଟଶେଯ ଇତ୍ୟାଦିକୁ ‘ଖଟଶେଯ ମେକାପ’ ସେବକ ଶେଯଘରକୁ ନେଇଯା’ନ୍ତି । ଦିଅଁମାନଙ୍କର ଶଯ୍ୟାତ୍ୟାଗ ପରେ ହୁଏ ମଙ୍ଗଳ ଆଳତି । ମଙ୍ଗଳ ଆଳତିରେ ତିନୋଟି ରୂପାଥାଳିରେ କର୍ପୁର,…

ଲେଖା: ମିହିର ପଟ୍ଟନାୟକ କାର୍ତ୍ତିକ ପଞ୍ଚୁକର ୨ୟ ଦିନକୁ କୁହାଯାଏ ଗରୁଡ଼ ଉତ୍ଥାପନ ଦ୍ୱାଦଶୀ। ପୂର୍ବଦିନ ଭଗବାନ ବିଷ୍ଣୁ ନିଦରୁ ଉଠିଲା ପରି ପରଦିନ ଗରୁଡ଼ ଉତ୍ଥାପନ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ୪ମାସ ଧରି ଶୋଇଥିବା ଗରୁଡ ମଧ୍ୟ ନିଦ୍ରାରୁ ଉଠିଥାନ୍ତି। ବୁଝିପାରୁଛନ୍ତି ତ ! ଯେମିତି ଦିଅଁ, ସେମିତି ସେବକ। ଏହି ଭାବକୁ ଶ୍ରୀ…

ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର ମହା ପୂର୍ଣ୍ଣିମା। ରାତି ପାହିବାକୁ ତର ସହେନି। ଶିଶିର ସ୍ନାତ ପାହାନ୍ତି ପ୍ରହର ପୂର୍ବରୁ ଓଡିଶାର ଘରେ ଘରେ ଚହଳ। ବୋଇତ ବନ୍ଦାଣର ବେଳା। ଭଳିକି ଭଳି…