Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶ୍ରୀକାନ୍ତ ସିଂହ ~ ସାକ୍ଷୀଗୋପୀନାଥ ~ ପ୍ରେମ, ପ୍ରତିଶ୍ରୁତି, ପ୍ରତାରଣା, ପ୍ରତୀକ୍ଷା ଆଉ ଶେଷରେ ପରିଣୟ – ଏହିସବୁ କଥାକୁ ନେଇ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମହାପ୍ରଭୁଙ୍କ ସମ୍ପର୍କରେ ରହିଛି ସୁନ୍ଦର ଆଉ ରୋଚକ ଏକ ଲୋକକଥା l ପ୍ରେମ ଏକ ନୈସର୍ଗିକ ଅନୁଭବ l ପ୍ରେମ ଯେବେ ହୁଏ ସାତ୍ତ୍ଵିକ, କାମନା-ବାସନା ରହିତ ନିଷ୍କପଟ,…
ଲେଖା: ଶ୍ରୀକାନ୍ତ ସିଂହ ~ ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ~ ଖଣ୍ଡପଡା ସହର କେବଳ ଆଧୁନିକ ନୟାଗଡ଼ ଜିଲ୍ଲା ନୁହେଁ ବରଂ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଛୋଟିଆ ସହର l ବିପୁଳ ପ୍ରାକୃତିକ ସମ୍ପଦ, ବଣଭୂମି, ଅନେକ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜିରେ ଭରା ବ୍ରିଟିଶ ଅମଳର ଅନ୍ୟତମ ଏକ ଗଡ଼ଜାତ ଅଞ୍ଚଳ l…
ଲେଖା: ଜଗନ୍ନାଥ ଦୋରା ~ଐତିହାସିକ ମାରଦା ମନ୍ଦିର (ଶରଣ ଶ୍ରୀକ୍ଷେତ୍ର) ~ ପଥର ଶିଳ୍ପ ଓ କଂସା କାରିଗରୀ ଏବଂ ଇତିହାସ ଓ କିମ୍ବଦନ୍ତୀକୁ ନେଇ ପରିଚିତ ଗାଁଟି ମଥୁରା l ପୋଲସରା ବ୍ଲକ ମଥୁରା ପଞ୍ଚାୟତ ଓଡିଶା ଇତିହାସର ଅନ୍ୟ ଏକ ମୁକସାକ୍ଷୀ l ଓଡ଼ିଶା ଓ ଶ୍ରୀ ଜଗନ୍ନାଥଙ୍କୁ ମୋଗଲ ଆକ୍ରମଣ ଦେଖାଦେବାରୁ,…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କୁଆ ଓ ତତ୍ ସମ୍ବନ୍ଧୀୟ ଅନ୍ୟ ଓଡ଼ିଆ ଶବ୍ଦ ~ କାକ ଵା କାଉର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ କୁଆ । ପୁଣି ଲକ୍ଷଣାର୍ଥ କୁଆ ପରି ଗୋଳମାଳ ଗଣ୍ଡଗୋଳ ହୋହଲ୍ଲା କରିଵା ଵ୍ୟକ୍ତିକୁ ମଧ୍ୟ କୁଆ କୁହାଯାଏ । ଯେଉଁମାନେ ଅଇଁଠା ଓ ଅମେଧ୍ଯ…
ଲେଖା: ତ୍ରିଲୋଚନ ସ୍ୱାଇଁ ~ ଗୋପୀନାଥ ମନ୍ଦିର ~ ପିପିଲି ବଜାର ଠାରୁ ଜଟଣୀ ରାସ୍ତାରେ ମାତ୍ର ସାତ କିଲୋମିଟର ଦୂର ଯିବା ପରେ, ମୁଖ୍ୟ ରାସ୍ତାର ଦକ୍ଷିଣ ଦିଗରେ ପ୍ରାୟ ଦୁଇଶହ ମିଟର ଦୂରରେ ରହିଛି ସୁନ୍ଦର ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥ ମନ୍ଦିର l ଦୟାନଦୀର ପୂର୍ଵ ତଟରେ ଥିବା କାକୁଡ଼ିଆ…
ଲେଖା: ଦେଵ ତ୍ରିପାଠୀ ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ ! କନିକା ମାଟିର ବୀରତ୍ବର…
ଲେଖା: ଦେଵ ତ୍ରିପାଠୀ ~ କଂସାର କୁଣୁଆ ~ ନଵେ ଦଶକର କୌଣସି ଏକ ସନ୍ଧ୍ୟା । ତତ୍କାଳୀନ ବମ୍ବେ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ । ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଉପସ୍ଥାପକଙ୍କ କଣ୍ଠରୁ ନିଃସୃତ ହେଲା ଭାବଗର୍ଭକ କେଇପଦକଥା ! କଣ୍ଠରେ ଅଦ୍ଭୁତ ଉଚ୍ଛ୍ୱାସ ରଖି ସେ ବଖାଣି ଚାଲିଥିଲେ…
ଲେଖା: ଦାମୋଦର ମହାନ୍ତି ~ ଶ୍ରୀକ୍ଷେତ୍ରରେ ଗୋସାଣୀ ଯାତ ~ ଶ୍ରୀକ୍ଷେତ୍ରରେ ପ୍ରଚଳିତ ସମସ୍ତ ପ୍ରଥା ଓ ପରମ୍ପରା ଅନନ୍ୟ ଓ ନିଆରା । ଶାକ୍ତ ପରମ୍ପରା ଅନୁଯାୟୀ ଦୁର୍ଗା ପୂଜା ମଧ୍ୟ ଶ୍ରୀକ୍ଷେତ୍ରରେ ଅତି ପ୍ରାଚୀନ ଏବଂ ଗୌରବୋଜ୍ଜ୍ଵଳ ପରମ୍ପରା ଉପରେ ପର୍ଯ୍ୟବେସିତ । ଦେବୀ ପୂରାଣ ଅନୁଯାୟୀ ଦକ୍ଷ ଯଜ୍ଞ ବେଳେ ଅପମାନିତ…
ଲେଖା: ଶିଶିର ସାହୁ ମନୋଜ ~ ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା ~ ଶ୍ରାଵଣ ଅମାଵାସ୍ୟା ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ “ଦେହରେ ଚନ୍ଦନ ବୋଳି ହେଵା” କିନ୍ତୁ ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର…
ଲେଖା: ଅମ୍ବିକା ପଟ୍ଟନାୟକ ଏକ ପ୍ରାଚୀନ ଅଳଙ୍କାର ଓଡ଼ିଆଣୀ ! “ଅଣ୍ଟାରୁ କାଢ଼ିଲେ ମାୟେ ରତ୍ନ ଓଡ଼ିଆଣୀ, ନାକରୁ କାଢ଼ିଲେ ମାୟେ କନେକ ବସଣୀ l” ବଳରାମ ଦାସ ବିରଚିତ “ଲଷ୍ମୀପୁରାଣ“, ମା’ ଲଷ୍ମୀଙ୍କ ଶ୍ରୀମନ୍ଦିର ପରିତ୍ୟାଗ ଆଗରୁ ଆଭୂଷଣ ତ୍ୟାଗ l “ଡମ୍ବରୁ ମଝାକୁ ଶୋଭା ଦିବ୍ୟଓଡ଼ିଆଣୀ, ଶ୍ରୀଅଙ୍ଗେ ଚନ୍ଦ୍ର ଚନ୍ଦନ ନେତ୍ର ଚାରୁ…