Physical Address
Sai Samarpanam, Satya Vihar, Bhubaneswar
ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ରଥଯାତ୍ରା ଠାରୁ ୪ଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ ! ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ…
ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ଓଡ଼ିଆଙ୍କର ଚଳନ୍ତି ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ, ଅଦ୍ଭୁତ ମାନବୀୟ ଲୀଳା ତାଙ୍କର ! ସ୍ନାନପୂର୍ଣ୍ଣିମାରେ ପ୍ରଭୁ ୧୦୮ ସୁବାସିତ ଗରା ଜଳରେ ସ୍ନାନମଣ୍ଡପରେ ସ୍ନାନକରି ଜ୍ବରରେ ପଡନ୍ତି ଓ ୧୫ ଦିନ ଧରି ଅଣସର ଘରେ ରହି ପ୍ରଭୁ ଗୁପ୍ତନୀତିରେ ସେବା ପାଆନ୍ତି, ସେ ମଧ୍ୟରୁ “ଫୁଲୁରିଲାଗି” ନୀତି…
ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଆମ ଗଜପତି ଠାକୁର ରାଜାଙ୍କର ଦୈନନ୍ଦିନୀ ପାଇଁ ପ୍ରଚଳିତ ଥିଲା ସ୍ଵତନ୍ତ୍ର ଶବ୍ଦ । ଆଜିକାଲି ରଜା-ପ୍ରଜାଙ୍କ ମଧ୍ୟରେ ସେମନ୍ତ କିଛି ଭେଦ ରହିଯାଇନାହିଁ କିନ୍ତୁ ଆଗକାଳରେ ଏମନ୍ତ ନଥିଲା । ଆଗେ ସନାତନୀମାନେ ରାଜାଙ୍କୁ ଦେଵତାସମ ମାନ୍ୟ କରୁଥିଲେ ଏଵଂ ଏଥିପାଇଁ ସାଧାରଣଜନଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ…
ଲେଖା: ଶ୍ରୀପୁରୁଷୋତ୍ତମ କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରାଧାଦାମୋଦର ବେଶ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ବା ବାଳଭୋଗ ନାମରେ ପରିଚିତ। ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା,…
ଲେଖା: ସନ୍ତୋଷ ପଟ୍ଟନାୟକ ~ ମାରଦା ମନ୍ଦିରର ଅନନ୍ୟ ଗାଥା ~ ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ…
ଲେଖା: ମିହିର ପଟ୍ଟନାୟକ ଓଡ଼ିଆ ଘରର ସବୁ ପର୍ବପର୍ବାଣୀ ଜଗନ୍ନାଥଙ୍କ ସହ ଯୋଡି ହୋଇରହିଛି। ଯାହା ଘରେ ଘରେ ପର୍ବ ହୋଇ ପାଳନ ହୁଏ ସେଇଟା ଟିକେ ନିଆରା ଢଙ୍ଗରେ ନୀତି ହୋଇ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ। କିନ୍ତୁ ମାଣବସା ଗୋଟିଏ ଏମିତି ପର୍ବ ଯାହା ଶ୍ରୀମନ୍ଦିର ନୀତି ସହ କୌଣସି ସମ୍ପର୍କ ରଖେନାହିଁ।…
ଲେଖା: ଋଷିରାଜ ପଟ୍ଟନାୟକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ସେବାୟତ ପୁରୀର ନୁହନ୍ତି। ଯେମିତି ପୁରୀ ବାହାରେ ରହିଛନ୍ତି ବଡ଼ଠାକୁରଙ୍କ ଘଣ୍ଟସେବକ । ସମଗ୍ର ଭଟ୍ଟିମୁଣ୍ଡା ହେଉଛି ସେବକମାନଙ୍କ ଆସ୍ଥାନ। ବର୍ଷସାରା ଶାଳରେ କଂସା-ବାସନ ତିଆରି କରି ଏମାନେ ବିକ୍ରୟ କରିଥା’ନ୍ତି । ଓଡ଼ିଶାର ଏକାଧିକ ଗ୍ରାମ ଯଥା – କଣ୍ଟିଲୋ, ରେମୁଣା, ଭୁବନ ଓ ତରଭା ଆଦି…
ଲେଖା: ମିହିର ପଟ୍ଟନାୟକ ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କ ବିଶେଷ ବେଶ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କୁ ନେଇ ୨ଟି ବେଶ ପରିକଳ୍ପନା କରାଯାଇଛି। ଭାଦ୍ରବ ମାସରେ ପ୍ରଳମ୍ବାସୁର ବଧ ବେଶ ଭଳି କାର୍ତ୍ତିକ ମାସରେ ହରିହର ବେଶରେ ସଜ୍ଜିତ ହୁଅନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର। କାର୍ତ୍ତିକ ମାସରେ ହେଉଥିବା ନୀତି ରାଧାଦାମୋଦର ବେଶ ଭଳି ପ୍ରାୟତଃ ଦିଶୁଥିବା…
ଲେଖା: ଦେଵ ତ୍ରିପାଠୀ ବିରୂପା ନଦୀକୂଳରେ ଯେଉଁ ମହିୟସୀ ନାରୀଙ୍କ ଆତ୍ମୋତ୍ସର୍ଗ ଯେ ସ୍ବାଧୀନ ତଥା ସ୍ବର୍ଣ୍ଣିମ ଉତ୍କଳ ଗଠନ ପାଇଁ ଅଭିପ୍ରେରିତ କରିଥିଲା, ସମ୍ପୃକ୍ତ ଅଞ୍ଚଳଟି ଓଡ଼ିଶାର ଭୋୖଗୋଳିକ ମାନଚିତ୍ରରେ ଗର୍ବିତ ସ୍ଥାନ ଅଧିକାର କରି ନଥିଲେ ମଧ୍ୟ ରାଜ୍ୟର ମହାର୍ଘ ଇତିହାସ ସହିତ ଚକଡା଼ପୋଥି ଏବଂ ମାଦଳାପାଞ୍ଜିରେ ପାଇଥିଲା ଗୌରବାବହ ସମୁଜ୍ଜ୍ୱଳ ପରିଚୟ…
ସୁଜଳା, ସୁଫଳା, ଶଶ୍ୟ-ଶ୍ୟାମଳା ସମନ୍ବିତ ସୁବର୍ଣ୍ଣ ଓଡିଶା ସାମ୍ରାଜ୍ୟ କ୍ରମଶଃ ଦରିଦ୍ରତା ଓ ପରାଧୀନତାର ଶୀକାର ହେବାକୁ ଯାଉଥିଲା। ଅର୍ଥନୈତିକ ସଙ୍କଟର ଫଳସ୍ୱରୂପ ଉକ୍ତ ସମୟରେ ଅନେକ ମଠ, ମନ୍ଦିର ଉପଯୁକ୍ତ ପ୍ରୋତ୍ସାହନ ପାଇପାରି ନଥିଲା। ହୁଏତ ପ୍ରୋତ୍ସାହନ ଅଭାବରୁ ଅତିବଡ଼ିଙ୍କ ଭାଗବତର ଏକାଦଶ ସ୍କନ୍ଦ ରଚନା ଅନେକ ବିଳମ୍ବ ହୋଇଥାଇପାରେ . .