Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଭଗଵାନ । ତାଙ୍କୁ ଜଗତଯାକରେ ଅନେକ ନାମରେ ଡକାଯାଇଥାଏ ଏଵଂ ଭାରତରେ ତ ଭଗଵାନ ଶବ୍ଦର ଅନେକ ତତ୍ସମ, ତଦ୍ଭଵ ଓ ଦେଶଜ ପ୍ରତିଶବ୍ଦ ରହିଛି । ନିମ୍ନରେ “ଭଗଵାନ”ଙ୍କର କେତେକ ଶାସ୍ତ୍ରୀୟ ନାମର ଉଲ୍ଲେଖ କରାଗଲା… ଦେଵ, ଈଶ୍ଵର, ଯଜ୍ଞଭାଗ, ନଭଶ୍ଚର, ତ୍ରିଦିଵେଶ, ଵିଶ୍ଵାଧାୟସ, ଦୈତ୍ଯାରି, ନିଲିମ୍ପ, ଦନୁଜଦ୍ଵିଷ,…

ଲେଖା: ଶିଶିର ସାହୁ ମନୋଜ “ନେ + ଅନ = ନୟନ”, ଏହି ନୟନ ଶବ୍ଦ ଏହିପରି ଦ୍ଵନ୍ଦ୍ଵ ସମାସ ଦ୍ଵାରା ଠିକ୍ “ଜାୟା+ପତି = ଦମ୍ପତି” ଭଳି ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ତେଵେ କଳ୍ପଦ୍ରୁମ, ଵାଚସ୍ପତ୍ଯ ଓ ଶବ୍ଦସାଗର ଆଦି ଅଧିକାଂଶ ସଂସ୍କୃତ ଶବ୍ଦକୋଷରେ ନୟନ ଶବ୍ଦର ନିରୁକ୍ତି…

ଉପସ୍ଥାପନା: ଶିଶିର ସାହୁ ମନୋଜ ହିଆ ଶବ୍ଦଟି ଓଡ଼ିଆଭାଷାର ପ୍ରାଚୀନ ଶବ୍ଦ ମଧ୍ୟରୁ ଅନ୍ଯତମ ଏଵଂ ଏହା ପୁରାତନ ସାହିତ୍ୟରେ ବହୁଳ ଭାବରେ ଵ୍ଯଵହୃତ ହୋଇଛି । ପ୍ରାଚୀନ ପ୍ରାକୃତ ଭାଷାରେ “ହୃଦୟ” ପାଇଁ “ହିଅଅ” ଓ “ହିଅୟ” ଶବ୍ଦ ଚଳୁଥିଲା । ଓଡ଼ିଆ ଭାଷାରେ ସେଇ ପ୍ରାକୃତ ଶବ୍ଦରୁ ହିଆ ଶବ୍ଦ ହୋଇଥିଵା ଵେଳେ…

ଲେଖା: ଶିଶିର ସାହୁ ମନୋଜ ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ଯେତେବେଳେ ନ’ଅଙ୍କ ଦୂର୍ଭିକ୍ଷର କରାଳ କାୟାରେ କବଳିତ ହୋଇ ଅର୍ଦ୍ଧାଧିକ ଓଡ଼ିଆଙ୍କୁ ହରାଇ ନିଜ ସ୍ଥିତି ସୁରକ୍ଷିତ ରଖିବାର ପ୍ରୟାସରତ ଥିଲା, ସେତେବେଳେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷା ପାଇଁ କନ୍ଧମାଳ ଭଳି ନିଘଞ୍ଚ ଜଙ୍ଗଲ ଓ ସୁଉଚ୍ଚ…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ ଗୋଟାଏ ଶବ୍ଦର ଅର୍ଥ ଓ ରୂପ ସ୍ଥାନ ଵିଶେଷରେ ଭିନ୍ନ ଭିନ୍ନ ହୋଇଥାଇପାରେ । ପଶ୍ଚିମ ଓଡ଼ିଶାରେ ଖୁଚା ଶବ୍ଦର ଵିଭିନ୍ନ ଅର୍ଥ ଏହାର ଜ୍ଵଳନ୍ତ ଉଦାହରଣ । ଖୁଚା ଶବ୍ଦର କେତେକ ଅଞ୍ଚଳରେ ଅର୍ଥ କଚ୍ଛା ଏଵଂ ବହୁତ ସମ୍ଭଵ ଏହା କଚ୍ଛା ଶବ୍ଦର ସମ୍ବଲପୁରୀ ରୂପ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ଗଉଡ଼ଶ୍ରେଣୀୟ ଗ୍ରାମସେଵକଙ୍କୁ ‛ନରିହା’ କୁହାଯାଉଥିଲା ଏଵଂ ଏ ଶବ୍ଦର ଓଡ଼ିଆ ମାନକୀକରଣ ‛ନରିଆ’ ସାହିତ୍ୟରେ ମଧ୍ୟ ଵ୍ୟଵହୃତ ହୋଇଛି । ରାଜାମାନଙ୍କ ନଅରକୁ ପାଣି ବୁହାଇବା ଗଉଡ଼କୁ ପଶ୍ଚିମ ଓଡିଶାରେ ନରିଆ ଓ ପୂର୍ଵାଞ୍ଚଳରେ ପାଣିଆଁ ଗଉଡ଼ କୁହାଯାଉଥିଲା…

ଲେଖା: ଶିଶିର ସାହୁ ମନୋଜ ନବେ ଦଶକର ଛୁଆ ନିଶ୍ଚୟ ଏଇ ଖେଳ ଖେଳିଥିବେ । ଗାଆଁରେ ଆଜି ବି ପିଲାଏ ଏ ଖେଳ କାଁ ଭାଁ ଖେଳିଥାଆନ୍ତି । ଢେଙ୍କାନାଳରେ ଏ ଖେଳକୁ “ବାଘଛେଳି ଖେଳ” କୁହାଯାଏ । କେଉଁଠି କେଉଁଠି ବାଘବଜାରି ମଧ୍ୟ କୁହାଯାଇଥାଏ । ବଡ଼ ଗୋଡ଼ିକୁ ବାଘ ଓ ଛୋଟ…

ଲେଖା: ଶିଶିର ସାହୁ ମନୋଜ “ଦାରୁ” ଭାରୋପୀୟ ଭାଷାପରିଵାରର ଶବ୍ଦ ନା ଏକ ଆଷ୍ଟ୍ରୋଏସୀୟ ଶବ୍ଦ ? ଖଡି଼ଆ, ମୁଣ୍ଡା ଓ ହୋ ଆଦି ଜନଜାତୀୟ ଭାଷାରେ ଗଛକୁ ଦାରୁ କୁହାଯାଏ ବୋଲି କିଛି ଲୋକ ଭାଵନ୍ତି ଏହି ଦାରୁ ଶବ୍ଦଟି ଜନଜାତୀୟ ମୂଳର ଶବ୍ଦ ହୋଇଥିଵ । ତେବେ ଋକଵେଦ ଓ ମହାଭାରତ ଇତ୍ଯାଦି…

ଉପସ୍ଥାପନା: ଶିଶିର ସାହୁ ମନୋଜ ସ୍ଵର୍ଗଲୋକରେ ବସନ୍ତକ ଗନ୍ଧର୍ବର ସୁରେଖା ଅପ୍ସରା ପ୍ରତି ଅନୁରାଗ ଉତ୍ପନ ହେଲା । ଦିନେ ଯେବେ ସେ ଦିହେଁ ପରସ୍ପର ପ୍ରୀତି ବାର୍ତ୍ତାଳପରେ ନିମଗ୍ନ ଥିଲେ ଦେବରାଜ ଇନ୍ଦ୍ର ସୁରେଖା ଅପ୍ସରାକୁ ନୃତ୍ୟ ହେତୁ ସ୍ମରଣ କଲେ । ବସନ୍ତକର କାନ୍ତା ବିନା ବିରହ ବେଦନା ଅସହ୍ୟ ହେଲାରୁ ସେ…

ଲେଖା: ଶିଶିର ସାହୁ ମନୋଜ ବ୍ରେକ୍’ର ଆଵିଷ୍କାର କିଏ କରିଥିଲା ପଚାରିଲେ ଲୋକେ କହିଵେ ପାଶ୍ଚାତ୍ୟ ଦେଶର ଲୋକେ କିନ୍ତୁ ଆମ ଦେଶର ବହୁତ ଅଳ୍ପ ଲୋକଙ୍କୁ ଜଣାଥିଵ ଯେ ଶ୍ରୀମନ୍ଦିରର ରଥଗୁଡି଼କରେ ସହସ୍ରାଧିକ ଵର୍ଷ ଆଗରୁ ରହିଆସିଛି ଏହି ବ୍ରେକ୍ ଵ୍ଯଵସ୍ଥା । ରଥରେ ଥିଵା ଏହି ବ୍ରେକ୍’କୁ ଆମ ଭାଷାରେ କୁହାଯାଏ ହଡ଼ିକାଠ…