Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ…

ଲେଖା: ନିରଞ୍ଜନ ସାହୁ “ନିଜର ଜନନୀ ଓ ଜନ୍ମଭୂମି ଏ ଦୁହେଁ ସ୍ଵର୍ଗ ଅପେକ୍ଷା ବଡ଼ ଅଟନ୍ତି। ଆମ୍ଭମାନଙ୍କ ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ତାହାଙ୍କର ଡାକ ନ ଶୁଣି ଆମ୍ଭେମାନେ କି ନିଶ୍ଚିତ ହୋଇ ରହିପାରୁ ? ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଅଭାବ ମୋଚନ ନ…

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ଯେଉଁ ମୁଷ୍ଟିମେୟ ଅଧ୍ୟାପକଙ୍କ ବ୍ୟକ୍ତିତ୍ବ, ଆନ୍ତରିକ ନିଷ୍ଠା, ଗଭୀର ଜ୍ଞାନ ଓ ବଳିଷ୍ଠ ନେତୃତ୍ବ ପ୍ରଭାବରେ ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ବିଭାଗର ସମ୍ମାନ ରକ୍ଷା ହୋଇପାରିଛି, ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଡ. କୁଞ୍ଜବିହାରୀ ତ୍ରିପାଠୀ । ବିଶ୍ବାସ ଓ ଆଚରଣରେ ସେ ଥିଲେ ଯଥାର୍ଥ ଶିକ୍ଷକ। ଓଡ଼ିଆ ଭାଷାର ଇତିହାସ,…

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହା ମାର୍ଚ୍ଚ ମାସ ୨୦ ତାରିଖ। ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡିରେ ଲୁଣମରା ଅଭିଯାନ । ଶହ ଶହ ସତ୍ୟାଗ୍ରହୀଙ୍କ ମେଳରେ ଜଣେ ୧୮ ବର୍ଷର ବାଳକ । ଇଂରେଜ ଫଉଜର ସାମନା କରି ଗିରଫ ହୋଇଗଲେ। ଜେଲଦଣ୍ଡ ଭୋଗିଲେ ଏକ ବର୍ଷ ପାଇଁ, କଟକ ଜେଲ୍’ରେ ସହବନ୍ଦୀ ଥିଲେ ହରେକୃଷ୍ଣ…

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ରଚନାକାଳ ~ ବିଭିନ୍ନ ସମାଲୋଚକଗଣ ସେମାନଙ୍କ ସନ୍ଦର୍ଭ ମାନଙ୍କରେ ପ୍ରମାଣିତ କରି ସାରିଛନ୍ତି ଯେ, ମାଦଳାପାଞ୍ଜି ଏକ ପର୍ଯ୍ୟାୟକ୍ରମିକ ରଚନା । ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଶବ୍ଦମାନଙ୍କର ବ୍ୟବହାର (ସମୟକ୍ରମେ) ଏଥିରେ ଦେଖିବାକୁ ମିଳିଥାଏ । ତେବେ ଏହା ନିଶ୍ଚିତ ଯେ, ଏହା ଏକ ପ୍ରାଚୀନତମ ଗଦ୍ୟ…

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନକୁ କେହି ଅସ୍ବୀକାର କରି ପାରିବେ ନାହିଁ । ଶ୍ରୀମନ୍ଦିର ରୀତିନୀତି, ସେବା ପୂଜାବିଧି, ଗଜପତି ମହାରାଜାମାନଙ୍କର ରାଜ୍ୟ ଶାସନ ବିବରଣୀ, ସମକାଳୀନ ସାମାଜିକ ଓ ରାଜନୈତିକ ଚିତ୍ର, କିଛି…

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ବହୁ ପ୍ରାଚୀନ କାଳରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଶ୍ରୀଜଗନ୍ନାଥ ମନ୍ଦିରର ବିବରଣୀ ସକାଶେ ଉପାଦାନ ରୂପେ ବ୍ୟବହୃତ। ଏହା ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏ କଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି।…

ଲେଖା: ଦେଵ ତ୍ରିପାଠୀ କର୍ମଵୀର ଗୌରୀଶଙ୍କର ଓ ଉତ୍କଳ ଦୀପିକାର ନିରବଚ୍ଛିନ୍ନ ସାଧନା ଏ ମାଟିରୁ ବଙ୍ଗଳା ଭାଷାଭାଷୀଙ୍କର ଓଡ଼ିଆମାରଣ ଚକ୍ରାନ୍ତର ପଣ୍ଡ ହୋଇଥିଲା ସତ ! ତେବେ ଓଡ଼ିଆଙ୍କ ମାନସିକତାରେ ବସା ବାନ୍ଧି ସାରିଥିଲା ବଙ୍ଗଳା ଭାଷା ! ଓଡ଼ିଆଙ୍କ ଦୈନନ୍ଦିନ ଜୀବନ ଓ ଚଳଣିରେ ଥିଲା ବଙ୍ଗାଳୀପଣ ! କର୍ମଵୀରଙ୍କ ସାଧନାର ଫଳସ୍ବରୂପ…

ଲେଖା: ଦେଵ ତ୍ରିପାଠୀ ୧୮୭୦ ସନ୍, ସରକାରୀ ବିଦ୍ୟାଳୟ, ବାଲେଶ୍ଵର ସହର । ନଅଙ୍କ ଦୁର୍ଭିକ୍ଷର ବହୁ ପୂର୍ବରୁ ଓଡ଼ିଶା ମାଟିରେ ଚାଲି ଆସୁଥିବା ଓଡ଼ିଆ ଭାଷା ବିରୋଧର ଚକ୍ରାନ୍ତକାରୀଗଣ ଜନ୍ ବୀମ୍ସଙ୍କ ଉପଚାରରେ ଜୋକ ମୁହେଁ ଲୁଣ ପରି ଧରାଶାୟୀ ହୋଇପଡ଼ିଥିଲେ ! ଲୌହପୁରୁଷ କର୍ମଵୀର ଗୌରୀଶଙ୍କରଙ୍କ ନିର୍ଘାତ ମସୀମାଡରେ ଭାଜି ଯାଇଥିଲା ଶତ୍ରୁ…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ତୁଳସୀ ମୁଣ୍ଡା ବା…