Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ସେ ଥିଲେ ସତ୍ୟର ସନ୍ଧାନୀ, ସତ୍ୟର ସାଧକ, ସତ୍ୟ ଅନ୍ୱେଷଣ ପାଇଁ ଉତ୍ସର୍ଗୀକୃତ ତାଙ୍କର ଆଜନ୍ମମୃତ୍ୟୁ ଜୀବନ, ସେ ଥିଲେ ବହୁବିଧ ପ୍ରତିଭାର ଅଧିକାରୀ, ଆମ ରାଜ୍ୟର ପ୍ରଥମ ଲିପିତତ୍ତ୍ୱବିଦ୍, ପ୍ରତ୍ନତତ୍ତ୍ୱବିଦ୍, ଐତିହାସିକ, ଗବେଷକ, ନାଟ୍ୟକାର, ପ୍ରାବନ୍ଧିକ, ସଙ୍ଗଠକ, ସମ୍ପାଦକ ତଥା ମୁକ୍ତିସଂଗ୍ରାମୀ ଉତ୍କଳରତ୍ନ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ I…

~ ବ୍ରଜସୁନ୍ଦର ଦାସ ~ ଲେଖା: ଅମୃତେଶ ଖଟୁଆ “ଅଶରୀରୀ, ସଞ୍ଜ ପବନ ବଂଶଧାରା ନଈ ସେପାରିରୁ ବହି ଆଣୁଛି ତୁମରି ବାଣୀ – ‘ବାବା ସରି ନାହିଁ ତ।’ ନିର୍ଜନ ଏହି ଦି’ ତାଲାର କୋଠରୀ। କାହାର ଏ ସ୍ଵର? ପୁଣି ବାଜୁଛି କାନରେ, ‘ବାବା ସରିନାହିଁ ତ।’ ତୁମେ ତେବେ ଅଛ? କାଲିପରି…

ଉପସ୍ଥାପନା: ଦେଵ ତ୍ରିପାଠୀ ପଲ୍ଲୀଜୀବନ ର ନିଖୁଣ ଗାଥା ତଥା ପଲ୍ଲୀପ୍ରକୃତିର ଅପୂର୍ବ ବର୍ଣ୍ଣନା ଖୋଜିବସିଲେ ସର୍ବାଗ୍ରେ ମନେ ପଡ଼ନ୍ତି ପଲ୍ଲୀକବି ନନ୍ଦକିଶୋର । ଆମ ରାଜ୍ୟର ପାଣିପବନ, ଗ୍ରାମ୍ୟଜୀବନ ଆଦିକୁ ଯେଭଳି ସରଳ ଭାଷା ଓ ଛନ୍ଦରେ ରୂପାୟିତ କରିଯାଇଛନ୍ତି ପଲ୍ଲୀକବି ତାହା ସତରେ ବିରଳ ! ପାଠକର ମନରେ ଅପୂର୍ବ ଆବେଗ ସୃଷ୍ଟି…

~ କବିଶେଖର ଚିନ୍ତାମଣି ମହାନ୍ତି ~ ଲେଖା: ଅମୃତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ, ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି, ମନ ମଧ୍ୟେ ପଶି ଯାଉଅଛି ଖେଳି।” (ଘୁମୁସର କାବ୍ୟ ) ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା…

ଲେଖା: ଦେଵ ତ୍ରିପାଠୀ ~ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ~ ଭଦ୍ରକ । ଜିଲ୍ଲା ସମ୍ମିଳନୀ । ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ସନ୍ଥମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ । ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ: “ଉଡାଇ ନିଶାଣ, ବଜାଇ ଭେରୀ ଜଗାଇ ବିପୁଳ ପୁଲକ କମ୍ପ, ମନ୍ତ୍ରପୂତ…

ଲେଖା: ଦେଵ ତ୍ରିପାଠୀ ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ ‘ଚଉରାଶି’ ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ, ଦକ୍ଷିଣରେ ଗିଲେଇଗଡ ଏବଂ ଉତ୍ତର ଓ ପୂର୍ବରେ ପ୍ରାଚୀନଦୀ ପ୍ରବାହିତ । ଏଇ ନଦୀକୂଳରେ ବରାହୀ ଦେଉଳ ସମେତ ଅମରେଶ୍ୱର ମନ୍ଦିର, ପିତାପଡା ମନ୍ଦିର, ରାମେଶ୍ବର ମନ୍ଦିର, ଲଳିତ…

~ ସମ୍ବଲପୁର ହିତୈଷିଣୀ ~ ଲେଖା: ଅମୃତେଶ ଖଟୁଆ ବାମଣ୍ଡାଧିପ ବାସୁଦେବ ସୁଢଳଦେବ! ସେତେବେଳେ ତାଙ୍କର ଶାସନ କାଳ ଥିଲା ଉଜ୍ଜୟିନୀର ବିକ୍ରମାଦିତ୍ୟଙ୍କ ପରି ସ୍ଵର୍ଣ୍ଣିମ ଓ ଚିରନ୍ତନ ସ୍ମରଣୀୟ! ସାହିତ୍ଯ ଆଲୋଚନା ସହ ରାଜ୍ଯରେ ପ୍ରଭୂତ ସମୁନ୍ନତି ଫଳେ ପ୍ରଧାନପାଟ ଜଳପ୍ରପାତଠାରୁ ନେଇ ବିବିଧ ସ୍ଥଳରେ ବୈଦ୍ୟୁତିକ ଶକ୍ତିର ପରିଚାଳନାର ଶୁଭଲଗ୍ନ ହେଲା! ଓଡ଼ିଆ…

ଲେଖା: ଦେଵ ତ୍ରିପାଠୀ ବଡ଼ଦେଉଳର ଦେବଦାସୀ ନୃତ୍ୟକୁ ନେଇ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି, ପୋତିଛନ୍ତି “ଓଡ଼ିଶୀ” ମହଦୃମର ବୀଜ I ଓଡ଼ିଶୀ ନୃତ୍ୟକୁ ନେଇ ସେ କରିଛନ୍ତି ବହୁ ପରୀକ୍ଷା ନିରୀକ୍ଷା I ଓଡ଼ିଶୀରେ ସେ ଆରମ୍ଭ କରିଛନ୍ତି ଦଶାବତାର “ଗ୍ଲାନିସଂହାର” ନାମରେ; ଓଡ଼ିଶୀ ନୃତ୍ୟରେ ସେ ପ୍ରଣୟନ କରିଛନ୍ତି “ଗତିବିଳାସ ପଲ୍ଲବୀ” ନାମକ…

ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ବିଚକ୍ଷଣ ଓଡ଼ିଆ ବୈଜ୍ଞାନିକ । ବିଜ୍ଞାନର ନିରବଚ୍ଛିନ୍ନ ଗବେଷଣା ଓ ଅଧ୍ୟାପନାରୁ ସେ ଜୀବନରେ ପାଇଥିଲେ ମହତ୍ତର ଉପଲବ୍ଧି । ମାତ୍ର ବିଜ୍ଞାନର କରାମତି ତଥା ମାନବ ଜୀବନରେ ବିଜ୍ଞାନର ଭୂମିକା ଓ ଉପାଦେୟତା ବାବଦରେ ଓଡିଆଏ ଅବଗତ ନ ଥିବା ସେ ଅନୁଭବ କରିଥିଲେ । କଳାସାହିତ୍ୟ…

ଲେଖା: ଦେଵ ତ୍ରିପାଠୀ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରଥିପୁର ଗଡ଼ । ଗଙ୍ଗ ଓ ଗଜପତି ରାଜତ୍ୱର ଗୌରବମୟ ଇତିହାସ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଶାଳ ଭୂଖଣ୍ଡ ଏବେ ବି ଅନେକ ପୁରାତନ ଗଡ଼ ଓ କଟକମାନଙ୍କୁ ଧାରଣ କରି ପ୍ରାଚୀନ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଗଜପତି…