Search Results for ଉତ୍କଳ ସାହିତ୍ୟ

ତୁହିଟି କି

ସୌରଭିତ ସୃଷ୍ଟି: କବୀ ଅପର୍ଣ୍ଣା ଦେବୀ ଶ୍ରୀମତୀ ଅପର୍ଣ୍ଣା ଦେବୀ, ଆମ ସାହିତ୍ୟରେ ଜଣେ ଅନାଲୋଚିତ କବୀ ପ୍ରତିଭା। ପ୍ରାକ-ସ୍ଵାଧୀନତା କାଳରେ ଜନ୍ମିତ ଏହି ପ୍ରତିଭା ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ଅନେକ ଗଳ୍ପ, କାବ୍ୟ, ଉପନ୍ୟାସ, କବିତା ରଚନା କରି । ଆଜି ଓଡ଼ିଶାର ପାଲାଗାୟକଗଣ ପାଲା ପରିବେଷଣ କରିବା ସମୟରେ ତାଙ୍କରି କାବ୍ୟର…

ଐତିହ୍ୟର ଦେବୀ ଶ୍ରୀବିରଜା (Maa Biraja Jajpur)

ଲେଖା: ସୁକାନ୍ତି ସାହୁ ପୁରାଣ ଶାସ୍ତ୍ର ମାନଙ୍କ ମଧ୍ୟରେ ମତ୍ସ୍ୟ ପୁରାଣ, ସ୍କନ୍ଧ ପୁରାଣ, କାଳିକା ପୁରାଣ ଓ ଦେବୀ ଭାଗବତ ଇତ୍ୟାଦି ଗ୍ରନ୍ଥରେ ଏକଶହ ଆଠଗୋଟି ତନ୍ତ୍ରପୀଠର ନାମ ସମ୍ପର୍କରେ ସୂଚନା ଅଛି। କିନ୍ତୁ ତନ୍ତ୍ରସାର ଗ୍ରନ୍ଥରେ ଭାରତବର୍ଷରେ ଏକାବନ ଗୋଟି ତନ୍ତ୍ରପୀଠର ପ୍ରାଧାନ୍ୟ ସ୍ଵୀକାର କରାଯାଇଛି। ଏହି ଏକାବନ ଗୋଟି ତନ୍ତ୍ରପୀଠର ଐତିହାସିକ…

ଭିକାରୀ ଚରଣ ପଟ୍ଟନାୟକ

ଲେଖା: ନିରଞ୍ଜନ ସାହୁ “ବାବୁ ଭିକାରୀ ଚରଣ, ବହି ଖଣ୍ଡିକ ପାଇଲି। ରୋଗ ଶଯ୍ୟାରେ ଏକା ନିଃଶ୍ବାସରେ ଶେଷ କଲି। ସମାଜକୁ ଦଶ ନଖରେ ବିଦାରି ପକେଇଛୁ ।”     ଏହା ଥିଲା ବ୍ୟାସକବି ଫକୀରମୋହନଙ୍କ ମନ୍ତବ୍ୟ, ‘ସଂସାର ଚିତ୍ର‘ ନାଟକ ପଢ଼ିବା ପରେ। ତେବେ କିଏ ଏହି ଭିକାରୀ ଚରଣ ? ପୁତ୍ର କନ୍ୟା…

ଦାସିଆ ଅଜା

~ ଦାସିଆ ଅଜା ~ ଲେଖା: ଅମୃତେଶ ଖଟୁଆ “କେହି ନ ଜାଣିବେ କେହି ନ ଦେଖିବେ ନ କାନ୍ଦିବେ ଥରେ କେହି, ଚାଲିଯିବି ଏକା ଏତିକି ମାଗୁଣି ତୁମ୍ଭ ନାମ ଗାଇ ଗାଇ।” (ଦାସିଆ ଅଜା) ସମଗ୍ର ଓଡ଼ିଆ ମାଟିରେ ସେ ଥିଲେ ଦଶ ପଇସାର ରଜା, ଦାସିଆ ଅଜା । ନୂଆଗାଁର ତତ୍କାଳୀନ…

ରାଜର୍ଷି ବିକ୍ରମଦେବ ବର୍ମା

~ ସାହିତ୍ୟସମ୍ରାଟ ରାଜର୍ଷି ବିକ୍ରମଦେବ ବର୍ମା ~ ଲେଖା: ଅମୃତେଶ ଖଟୁଆ “ଏହିଭଳି ଜଣେ ଯଦି ଥାଆନ୍ତା ଉତ୍ତରେ ନିଶରେ ହାତ ପକାଇ ବୁଲୁଥା’ନ୍ତି ମୁହିଁ, ଧନ୍ୟ ହେ ବିକ୍ରମ ଦେବ ପଣ୍ଡିତ ରଜନ ମହାରାଜ ଜୟପୁର ଉତ୍କଳ ଭୂଷଣ, ତୁମ୍ଭର କବିତ୍ଵ ରାଧାମାଧବ ନାଟକ, ପଢ଼ି ଜ୍ଞାନ କରେ ମୋର ଜୀବନ ସାର୍ଥକ।” (ଉତ୍କଳ…

ସାର୍ ବାସୁଦେବ ସୁଢଳଦେବ 

ରାଜପ୍ରବୀର, ନବ ଉତ୍କଳରେ ଅଗ୍ରଗଣ୍ୟ ହେବାରେ ସୁରଭାରତୀ ସମୁପାସକ ହେଉଛନ୍ତି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ। ଅନ୍ଧାରୀ ଶାସକମାନଙ୍କ ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ କବଳିତ ଓ ଅତ୍ୟାଚାରିତ ପ୍ରଜାମାନେ ନିର୍ଯ୍ୟାତନା ସହୁଥିଲେ, ତତ୍କାଳୀନ ରାଜ୍ୟ ବାମଣ୍ଡା ରାଜା ସୁଢଳଦେବ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଯେଉଁ ବିକାଶ ଘଟାଇଲେ, ତାହା ସେ ସମୟରେ ବିରଳ ନିଦର୍ଶନ . .

ସଂସ୍କାରକ ଶ୍ରୀବତ୍ସ ପଣ୍ଡା

~ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ~ ଲେଖା: ଅମୃତେଶ ଖଟୁଆ “ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି, ପାଆନ୍ତୁ ସଂସ୍କାର କରି ସତ୍ବର, କେହି ମୂଢ଼ମତି କଲେ ହେଁ ଆପତ୍ତି ଅବଶ୍ୟ ସହାୟ ହେବେ ଈଶ୍ୱର।” ମୁକ୍ତିମଣ୍ଡପ ବିରୋଧରେ ଅନ୍ଧପରାଏ ସକଳେ ଯେତେବେଳେ ଥାଆନ୍ତି ତୂଷ୍ଣୀଭୂତ, ଏକା ସେତେବେଳେ ଏହି ‘ନିବେଦନ’ ସ୍ଵରରେ ଛଳନାକ୍ତ ରକ୍ଷଣଶୀଳତାକୁ…

ପଣ୍ଡିତ ଗୋବିନ୍ଦ ରଥ

ଲେଖା: ନିରଞ୍ଜନ ସାହୁ ~ ସଂଗ୍ରାମୀ ସାରସ୍ଵତସାଧକ ପୁସ୍ତକପ୍ରକାଶକ ଖାଣ୍ଟି ଓଡ଼ିଆ ପଣ୍ଡିତ ଗୋବିନ୍ଦ ରଥ ~ ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ସମୟରେ ଓଡ଼ିଶାରେ ବ୍ରିଟିଶ ଶାସନର ଏକ ଘଟଣା। ଅଖଣ୍ଡ କ୍ଷମତାର ଅଧିକାରୀ କମିଶନର ମାନେ। ଥରେ କଟକର କମିଶନର କାର୍ଯ୍ୟକ୍ରମ ରଖିଥିଲେ ବାଙ୍କୀ ବାଟେ ଖୋର୍ଦ୍ଧା ଯିବା ପାଇଁ। କଟକରୁ ବାଙ୍କୀ…

ଭକ୍ତଚରଣ ଦାସ

ସଂସାର ଅଳିକ । ସାରା ଜଗତ ମିଥ୍ୟା, ସମସ୍ତ  ଜାଗତିକ ପଦାର୍ଥ ଅନିତ୍ୟ। ଜୀବନ ଯୌବନ କ୍ଷଣସ୍ଥାୟୀ । ଘୋର ଜଞ୍ଜାଳମୟ ଏ ଭବସାଗର। ଚଉରାଅଶୀ ଆଙ୍ଗୁଳ ଚର୍ମ ଘେରି ରହିଥିବା ଏ ଦେହ ଭିତରଟା ନାରଖାର। ଧନ ସମ୍ପତ୍ତି ମୂଲ୍ୟହୀନ, କିନ୍ତୁ ଘୋର ଆସକ୍ତି ମଣିଷର ଏଇଥିପାଇଁ । ଏହାହିଁ ଚିରନ୍ତନ ସତ୍ୟ ! ଏସବୁକୁ ଭଲ ଭାବରେ ହୃଦୟଙ୍ଗମ କରି ଜୀବନ ପ୍ରତି ଅନାସକ୍ତ ଭାବ ଉଦ୍ଦ୍ରେକ ହୋଇଥିଲା ଜଣେ ମହାନ୍ ଓଡ଼ିଆ କବିଙ୍କର . .