ଲେଖା: ନିରଞ୍ଜନ ସାହୁ

“ଚରମ ପତ୍ର ଦେଲି ଭଗବାନ
ଚରମ ପତ୍ର ଘେନ ! ଆଗାମୀ ଚବିଶ ଘଣ୍ଟା ଭିତରେ ,
ଆଗାମୀ କାଲିର ଏଇ ପ୍ରଭାତରେ
ଖାଲି କର ତମେ ଗୋଲକ ସିଂହାସନ
ଘେନ ଭଗବାନ, ଚରମ ପତ୍ର ଘେନ ।

ସୂର୍ଯ୍ୟର ମେରୁଦଣ୍ଡ ଉପାଡ଼ି
ଈଶ୍ୱର ଶିରେ ପିଟି
ଉଠିବି ସେଦିନ ସୌର ସିଡି ରେ
ଉଲ୍କାର ଫୁଲ ଫୁଟି।”

ଭଗବାନଙ୍କୁ ଚରମପତ୍ର ଦେବା କବି। ସେହି ଭଗବାନଙ୍କର ଚରମପତ୍ର ପାଇ ସେ ବୈକୁଣ୍ଠ ଲୋକକୁ ଯାତ୍ରା କରିଛନ୍ତି ୨୦୨୦ ମସିହା ଫେବୃଆରୀ ୨ ତାରିଖରେ ।

କବି ରବି ସିଂ, ଓଡ଼ିଆ ସାହିତ୍ୟର ଯଶଶ୍ୱୀ ଏବଂ ବିପ୍ଳବୀ କବି। ପଥପ୍ରାନ୍ତର କବିତା, ଚରମପତ୍ର, ଲାଲ ପାଗୋଡାର ପ୍ରେତ, ଭ୍ରୂକୁଟୀ, ବିଦୀର୍ଣ୍ଣ, ଅପ୍ରତିକର କବିତା, ଜ୍ଵଳାର ମାଳା, କ୍ଷତ, ବିଷବାଣୀ, ଦୁର୍ଗମଗିରି, ଝଡ, ବନ୍ୟା, ସର୍ବହରା, ଅନ୍ୟାୟର ଚର୍ଯ୍ୟାପଦ ଇତ୍ୟାଦି କାବ୍ୟର କବି, କବି ରବି ସିଂ। ଅନ୍ଧକାରର ସଙ୍ଗୀତ, ବିରସ କଷଣି, ନାୟକ ଆମ ସମୟର, ବୋତଲ ଭୁତ, ପୂର୍ବକ୍ଷଣ ଇତ୍ୟାଦି ପୁସ୍ତକର ଅନୁବାଦକ କବି ରବି ସିଂ।

ଅତିବଡି ଜଗନ୍ନାଥ ଦାସ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନପ୍ରାପ୍ତ କବି ରବି ସିଂ।

ଓଡ଼ିଆ ସାହିତ୍ୟର Vladimir Mayakovsky କବି ରବି ସିଂ। ବୈପ୍ଳବିକ ଓ ବାମପନ୍ଥୀ ଚିନ୍ତାଧାରାର ସୁପରିଚିତ ସଂଗ୍ରାମୀ, କବି ରବି ସିଂ।

ଏ କବିତାର ସ୍ରୋତରେ କିନ୍ତୁ ସେଦିନ ପଡ଼ିଗଲା ପୂର୍ଣ୍ଣଛେଦ। ପ୍ରଗତିଶୀଳତାର ଭାବ ଓ ସମାଜର ଧରାବନ୍ଧା ନୀତି ନିୟମ ପ୍ରତି ବିଦ୍ରୋହୀ ନିସଙ୍ଗ ପଦାତିକ ରବି ସିଂ ସତରେ ଚାଲିଗଲେ ଆମକୁ ନିସଙ୍ଗ କରିଦେଇ । ଉତ୍କଳ ଭାରତୀ ହରେଇଦେଲେ ତାଙ୍କ ବିଦ୍ରୋହୀ ପୁଅକୁ।

ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ଅନ୍ତରଙ୍ଗ କଳିଙ୍ଗ ଏହି ମହାନ କବିଙ୍କୁ ଦଣ୍ଡବତ କରୁଛି।

Kabi Rabi Singh © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago