ଲେଖା: ଅମ୍ବିକା ପଟ୍ଟନାୟକ
~ ଗର୍ଭଣା ସଂକ୍ରାନ୍ତି ~
ଓଡ଼ିଆରେ ଗୋଟେ ଢ଼ଗ ଅଛି..
“ଆଗେ ବୁଣ ପଛେ ବୁଣ,
ଗର୍ଭଣାକୁ ଟୁଣ ଟୁଣ l”
କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାରେ ଅକ୍ଷିତୃତୀୟା ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇ ଚାଷ କାମର ଅୟମାରମ୍ଭ ଶୁଭାୟ ଭବତୁ କରା ଯାଇଥାଏ l ଏଵେ ସିନା ଉନ୍ନତ ବିହନ, ଜଳ ସେଚନ କରି ଅଧିକାଂଶ ଜାଗାରେ ଦୋ ଫସଲି ତିନ ଫସଲି କରା ଯାଉଛି l ଆଗେ ତ ଏକ ଫସଲି ଥିଲା l ସେଥିପାଇଁ ପ୍ରବାଦ ଥିଲା “ଚାଷୀ ହୁଡ଼ିଲେ ବରଷେ” l
ଏଇ ଧାନ ଫସଲ ଯାହା ଅକ୍ଷି ତୃତୀୟାରେ ବିହନ ଅନୁକୂଳ ହୋଇଥାଏ,ରୁଆ ବଛା ସରିଲେ କ୍ରମଶଃ ଧାନଗଛ ବୃଦ୍ଧି ପାଇ ଆସ୍ତେ ଆସ୍ତେ ଧାନ ଶସ୍ୟ ବାହାରି ଆସେ l ସେଇ ଶସ୍ୟ କିନ୍ତୁ ଫାଙ୍କା ଥାଏ l “ତୁଳା ସଂକ୍ରାନ୍ତି” ବେଳକୁ ସେ ଶସ୍ୟ ଭିତରେ କ୍ଷୀର ପରି ଅର୍ଦ୍ଧ ତରଳ ଦ୍ରବ୍ୟ ଥାଏ ଯାହାକୁ “କ୍ଷୀର ଢ଼ୋକିବା” କୁହାଯାଏ l ଧାନର ଗର୍ଭସଞ୍ଚାର ହେତୁ ଓଡିଶାରେ ଏଇ ସଂକ୍ରାନ୍ତି “ଗର୍ଭଣା ସଂକ୍ରାନ୍ତି” ନାମରେ ପାଳିତ l
ଏ ଦିନ କୃଷିଜୀବି ଭାଇ ମାନେ ମହା ଆନନ୍ଦରେ ମା’ ଲଷ୍ମୀଙ୍କ ପୂଜା କରି ଧାନବିଲକୁ ଯାଇ ଲଷ୍ମୀଙ୍କ ପ୍ରତୀକ ଧାନ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରନ୍ତି ଏବଂ ଆଶା କରନ୍ତି ଯେ ଏ ବର୍ଷ କୃପାକରି ମା ଉତ୍ତମ ଶସ୍ୟ ପ୍ରଦାନ କରିବେ l
ନାନା ରକମ ସୁଖାଦ୍ୟ ପ୍ରସ୍ତୁତ ହୁଏ l ହାତୀ ଭଳିଆ ସ୍ୱାସ୍ଥ୍ୟବାନ ପିଲାଟି ମଧ୍ୟ ମା’ର ଆଖିରେ କଙ୍କି ପରି ଦୁର୍ବଳ, ହାତଗୋଡ଼ କାଠି l ଏଣୁ ମା’ମାନେ ଚେଷ୍ଟା କରନ୍ତି “ଗର୍ଭଣା ସଂକ୍ରାନ୍ତି”ରେ ମୋ ପିଲାଟି ଗର୍ଭ ପୁରାଇ ଖାଇ ଥାଉ ଫଳରେ ବର୍ଷ ଯାକ ପିଲା ଆଉ ଖାଇବା ନେଇ ଗୋଳମାଳ ନ କରି ସୁନାପିଲା ପରି ପେଟ ପୁରାଇ ଖାଇନେବ l
ଓଡିଶାର ଏକାନ୍ତ ଆପଣାର ପର୍ବ ଏଇ ଗର୍ଭଣା ସଂକ୍ରାନ୍ତି l
Image: Bandhan Dalai
#ଆମ ସଂସ୍କୃତି ଆମ ପରମ୍ପରା
Tula Garbhana Sankranti Ambika Patnaik
Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago