ଲେଖା: ଅମ୍ବିକା ପଟ୍ଟନାୟକ
~ ସାହିତ୍ୟିକ ଚନ୍ଦ୍ରଶେଖର ରଥ ~
“ନୀଳକଣ୍ଠ ତ୍ରିପାଠୀ ୟାପ ପଣ୍ଡିତ ! ମାତ୍ର କି ପଣ୍ଡିତ ସେ ? ସେଇଟା କଣ ଜାଣେ ?… କାହାକୁ ଭଲା ଜଣା ଅଛି?.. ଏ ପରା ଚକ୍ରକୂଟ ମାୟା l ପଣ୍ଡିତ ଅପଣ୍ଡିତ ସମସ୍ତେ ଅଠାକାଠିର ଶୁଆ l ଅଳ୍ପ ବହୁତ ସମସ୍ତେ କାଣ୍ଡିଆ ଅଠାରେ ଲାଗିଚେ l ମରିବା ପଛେ ସେ ଅଠା ଆମକୁ ନ ଛାଡ଼େ l.. ନ ଛାଡ଼ୁ ହେ l କଣ ହୋଇଯିବ ସେଇଠୁ? ବ୍ୟାସ ପରାଶର ତ ଆମ ଆଗରୁ ଯାଇଛନ୍ତି l ସହସ୍ରକୋଟି ଜୀବ ଯାଇଛନ୍ତି, ଯିବେ, ଆମେ ମଧ୍ୟ ଗଲାଠୁ କଣ ହୋଇଗଲା ? (ଆଲୋଡନ ସୃଷ୍ଟିକାରୀ ଉପନ୍ୟାସ “ଯନ୍ତ୍ରାରୁଢ଼“ରୁ ଉଦ୍ଧୃତ l)
17 ଅକ୍ଟୋବର 1929 ରେ ବଲାଙ୍ଗୀରର ମାଳପଡ଼ାରେ ଜନ୍ମିତ ସାହିତ୍ୟିକ ଚନ୍ଦ୍ରଶେଖର ରଥ ଓଡ଼ିଆ ସାହିତ୍ୟରେ ଏକ ବିସ୍ମୟପୂର୍ଣ୍ଣ ଅଥଚ ସଂଭ୍ରାନ୍ତ ଶ୍ରଦ୍ଧାପୂର୍ଣ୍ଣ ନାମ l ବାଲ୍ୟକାଳରୁ ସଂସ୍କୃତ ବେଦ ଉପନିଷଦ, ରାମାୟଣ, ଭାଗବତ ପ୍ରଭୃତି ଶାସ୍ତ୍ର ଆଲୋଚନା ସହ ପରିଚୟ ଓ ପରିଣତ ବୟସରେ ଇଂରେଜୀ ଅଧ୍ୟୟନ ଓ ଅଧ୍ୟାପନା ତାଙ୍କୁ ପ୍ରଦାନ କରିଥିଲା ଭାଷା ଚୟନ ଓ ପ୍ରୟୋଗରେ ନିପୁଣତା l କେତେବେଳେ ବନ୍ୟ ନିର୍ଝରିଣୀ ପରି ଉଚ୍ଛଳ ତ କେତେବେଳେ ମହାସାଗର ପରି ମନ୍ଦ୍ର ଗମ୍ଭୀର l
ସାହିତ୍ୟଜଗତରେ ବିଳମ୍ବରେ ପ୍ରବେଶ କିନ୍ତୁ ସାହିତ୍ୟିକ ଚନ୍ଦ୍ରଶେଖର ରଥ ପ୍ରବେଶ “ଅଶ୍ୱାରୋହୀ”, “ସମ୍ରାଟ” ସଦୃଶ l ନିଜ ଛାପ ଛାଡ଼ି ଯାଇଛନ୍ତି କବିତା, ଉପନ୍ୟାସ, କ୍ଷୁଦ୍ରଗଳ୍ପ, ସାମାଜିକ, ଆଧ୍ୟାତ୍ମିକ, ତାତ୍ତ୍ୱିକ ନିବନ୍ଧ/ପ୍ରବନ୍ଧ, ଇଂରାଜୀରୁ ଓଡ଼ିଆ, ଓଡ଼ିଆରୁ ଇଂରାଜୀ, ସଂସ୍କୃତରୁ ଓଡ଼ିଆ ଅନୁବାଦ, ସାରଗର୍ଭକ ବକ୍ତୃତା ଏବଂ ଅତି ଭୌତିକ ଜଗତର ଅବତାରଣା, ଏ ସବୁ କ୍ଷେତ୍ରରେ l
Thesis, Antithesis, Synthesis ନିଜ ଉପନ୍ୟାସ ତ୍ରୟୀ ସୁନ୍ଦର ପରିସ୍ଫୁଟନ କରିଛନ୍ତି l ୧. “ଯନ୍ତ୍ରାରୂଢ଼” ରେ ଆମେ ଦେଖୁ ମାନବିକ ଓ ଆଧ୍ୟାତ୍ମିକ ମୂଲ୍ୟରେ ଉବୁଟୁବୁ ଚରିତ୍ର l ୨. “ଅସୁର୍ଯ୍ୟ ଉପନିବେଶ”ରେ ଦେଖୁ ଏଇ ସବୁର ବିସର୍ଜନ l ୩. “ନବ ଜାତକ” ରେ ଦେଖୁ ଏକ ଭାବତୀତ ଅତୀନ୍ଦ୍ରିୟତାର ଉନ୍ମେଷ l
“ମୁଁ ସତ୍ୟଧର୍ମା କହୁଛି” ଭାବଗର୍ଭକ ପ୍ରବନ୍ଧ ରଚନାର ଏକ ଅନୁପମ ନିଦର୍ଶନ l ମାନବିକତାର ଜୟଗାନ, ନିଜ ଅନ୍ତର୍ବୋଧ ଦର୍ଶନ ପ୍ରଭୃତି ମଞ୍ଜୁଳଭାବେ ବର୍ଣ୍ଣିତ l “ମୃତ୍ୟୁ ଆରପାରିରୂ ସଙ୍କେତ” ରହସ୍ୟମୟ ଅତିଭୌତିକ ଜଗତ ଉପରେ ଏକ ଗବେଷଣାତ୍ମକ ରଚନା l Spirit Calling, Planchet ପ୍ରେତ ଆବାହନ ଉପରେ ବିଶେଷ ଅନୁସନ୍ଧାନ l
ଗଳ୍ପ ସମୂହ ମଧ୍ୟ ଆବେଦନ ଧର୍ମୀ ତାହା “ସମ୍ରାଟ” ହେଉ କି “ଅଶ୍ୱାରୋହୀ” l ଛତ୍ରେ ଛତ୍ରେ ମନୁଷ୍ୟର ଚରିତ୍ର, ପ୍ରକୃତି, ଦୁର୍ବଳତା, ଭଲ ଗୁଣ ମାର୍ମିକ ଭାବେ ଉପସ୍ଥାପିତ l କୁଶଳୀ କାରିଗର ଯେପରି ଦୁଗ୍ଧରୁ କ୍ରମେ କ୍ରମେ ଅନେକ ଦୁଗ୍ଧ ଜାତୀୟ ମିଷ୍ଟାନ୍ନ ପ୍ରସ୍ତୁତ କରେ, ରଥ ମହାଶୟ ସେପରି ପ୍ରବନ୍ଧ -ଉପନ୍ୟାସ -ଗଳ୍ପ – କବିତା – ନିବନ୍ଧ -ଅନୁବାଦ ସର୍ଜନା ସମୟରେ ସୃଷ୍ଟି କରିଛନ୍ତି ହୃଦୟର ସମସ୍ତ ଆବେଗ, ପ୍ରାଣୋଛଳ ଭକ୍ତି, ଅନ୍ତର କୋହ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣେ ଭାକ୍ତିକ ନିବେଦନ “ରଥସପ୍ତକ” l
ବିଦଗ୍ଧ ସମାଲୋଚକ/ପାଠକଙ୍କ ମତରେ କେବଳ “ରଥସପ୍ତକ ” ଶ୍ରୀଯୁକ୍ତ ରଥ ମହାଶୟଙ୍କୁ ଓଡ଼ିଆ ସାହିତ୍ୟରେ ଅମର କରି ରଖିବ l
ପ୍ରଜାତନ୍ତ୍ର ବିଷୁବ ମିଳନ, ଧରିତ୍ରୀ ସାହିତ୍ୟ, ରାଜ୍ୟ ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, Hutch Cross word Book Award, ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, D. Litt. ଆଦି ସମ୍ମାନରେ ଭୂଷିତ ହେଲେହେଁ “ସମ୍ମାନ” ପ୍ରତି ସେ ଥିଲେ ନିର୍ଲିପ୍ତ ଓ ଉଦାସୀନ l ସେଥିପାଇଁ “ପଦ୍ମଶ୍ରୀ” ସମ୍ମାନ ପାଇବା କଥା ଶୁଣି ସେ କେବଳ ମାତ୍ର ସ୍ମିତହାସ୍ୟ ହିଁ କରିଥିଲେ l
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 months ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 months ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago