ଲେଖା: ନିରଞ୍ଜନ ସାହୁ
~ ଓଡ଼ିଆ କବିତାର ଯାଦୁଗର ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~
“ଦେବଶିଶୁ ଚଳେ ନରକର ଅଭିସାରେ
ଭଗବାନ ତୁମେ ନିଦ୍ରିତ କେଉଁଠାରେ?
ନିରଞ୍ଜନ ମୁଁ ଆସିଥିଲି ପରା, ଆନନ୍ଦ ବିତରଣେ,
ବାଣ୍ଟିବି ବୋଲି ଅମୃତ ଏହି ପୃଥିବୀର କଣେ କଣେ ?”
ଡ. ମାୟାଧର ମାନସିଂହ । ଚଳିତ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ ଜଣେ ଅନନ୍ୟ ସ୍ରଷ୍ଟା। କାବ୍ୟ, କବିତା, ନାଟକ, ପ୍ରବନ୍ଧ, ସମାଲୋଚନା, ଜୀବନୀ, ପାଠ୍ୟପୁସ୍ତକ ଆଦି ସାହିତ୍ୟର ବିବିଧ ବିଭାଗକୁ ନେଇ ତାଙ୍କର ସୃଷ୍ଟିଜଗତ ଗଠିତ। ଏହି ସୃଷ୍ଟିଜଗତର ପ୍ରତ୍ୟେକ ପୃଷ୍ଠା ମାନସିଂହୀୟ ସ୍ଵାତନ୍ତ୍ର୍ୟରେ ଭାସ୍ଵର। ଗତାନୁଗତିକତା ପ୍ରତି ସେ କେବଳ ନିସ୍ପୃହ ନୁହଁନ୍ତି, ଅନେକାଂଶରେ ତା’ ବିରୋଧରେ ସ୍ବର ଉତ୍ତୋଳନ ବି କରିଛନ୍ତି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିଜପାଇଁ ନୂତନ ପଥ ପ୍ରସ୍ତୁତ କରିବା ମାନସିଂହ ବ୍ୟକ୍ତିତ୍ଵର ଏକ ବିଶିଷ୍ଟ ଦିଗ ।
ପ୍ରେମକବିତାର କବି ହିସାବରେ କବି ହିସାବରେ ତାଙ୍କର ଯେତିକି ସ୍ଵୀକୃତି ରହିଛି,ତା ଅପେକ୍ଷା ଅଧିକ କିନ୍ତୁ ରହିଛି ଓଡ଼ିଆ ସାହିତ୍ୟ ପାଠକଙ୍କର ଆବଶ୍ୟକତା। ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କୌଣସି କବି ନିଜର ପ୍ରେମ ଜୀବନକୁ ଏତେଟା ମାଦକଭରା ଭାଷା ଓ ଖୋଲା ହୃଦୟ ନେଇ ପ୍ରକାଶ କରିନାହାନ୍ତି। ଫଳରେ ସେ ସମୟର ଦୁର୍ଗମ ଅଞ୍ଚଳ ‘ନନ୍ଦଳା’ର ଅଭାବକ୍ଲିଷ୍ଟ ଯୁବକ ମାୟାଧର ହଠାତ ଓଡ଼ିଶାର କେବଳ ଯେ ଜଣେ ବିଶିଷ୍ଟ କବି ହୋଇଗଲେ ନୁହେଁ, ନୂତନ ପୀଢ଼ି ପାଠକର ହୃଦୟ ସିଂହାସନରେ ଏକେଶ୍ଵର ହୋଇ ବିରାଜିତ ହେଲେ।
ଓଡ଼ିଆ ପାଠକମାନଙ୍କର ଅଜସ୍ର ଶ୍ରଦ୍ଧା ଫଳରେ ମାୟାଧର ମାନସିଂହ କବି ଭାବରେ ପରିଚିତ ଓ ପ୍ରତିଷ୍ଠିତ ହୋଇଛନ୍ତି ସତ୍ୟ; କିନ୍ତୁ ଏକ ନିର୍ଦ୍ଦିଷ୍ଟ ଭାବର କବିତା ଉପରେ ଅତ୍ୟଧିକ ଗୁରୁତ୍ଵ ଆରୋପ କରିବା ଫଳରେ, ତାଙ୍କର ଅନ୍ୟାନ୍ୟ ଭାବଧାରାର କବିତା ଗୁଡ଼ିକ ଅବହେଳାର ଶରବ୍ୟ ହୋଇଛି। ଅତ଼଼ଃ ଏ ଭଳି ଜଣେ ପ୍ରଥିତଯଶା ସାହିତ୍ୟକାରଙ୍କର ସୃଷ୍ଟି ବୈଚିତ୍ର୍ୟ ପାଠକ ଦୃଷ୍ଟିରେ ଧରାପଡିନାହିଁ। ମାନସିଂହଙ୍କ କବିତା ର ମୂଳଭିତ୍ତି ହେଲା ଇହଜଗତ ପ୍ରତି ତାଙ୍କର ଆସକ୍ତି, ମାନବପ୍ରୀତି, ଦେଶପ୍ରୀତି, ରୂପପ୍ରୀତି, ସତ୍ୟ-ଶିବ-ସୁନ୍ଦରର ଆରାଧନା।
ଓଡ଼ିଆ ସାହିତ୍ୟରେ ପ୍ରଥମ ସନେଟ୍ ‘କ୍ରୁଶ’ ଏକଶତ ସନେଟର ସମାହାର, ଯାହା ଆଧିଭୌତିକ ଚେତନାରେ ପ୍ରତିଫଳିତ। ‘ସିନ୍ଧୁ ଓ ବିନ୍ଦୁ’ ଦାର୍ଶନିକ ଚିନ୍ତନର ପରିପ୍ରକାଶ। ତାଙ୍କର ସୃଷ୍ଟିଜଗତ ଭିନ୍ନ ଭିନ୍ନ କଳ୍ପନା, ଭାବନା, ଦହନ, ଭାରତୀୟ ଧର୍ମଦର୍ଶନର ସ୍ଵାକ୍ଷର ବହନକରେ ।
ଓଡ଼ିଆ ସାହିତ୍ୟର ଚିନ୍ତାନାୟକ, କବିତାର ଯାଦୁଗର, ସମାଲୋଚକ, ପ୍ରାବନ୍ଧିକ, ବିଶିଷ୍ଟ ଶିକ୍ଷାବିତ ମାୟାଧର ମାନସିଂହଙ୍କ ଅସଲ ପରିଚୟ ଏବେ ମଧ୍ୟ ଅନେକ ମାତ୍ରାରେ ଅନୁଦ୍ଘାଟିତ ।
ଆଜି ଓଡ଼ିଶାର ଏହି ମହାନ ବ୍ୟକ୍ତିତ୍ଵ ତଥା ସାହିତ୍ୟରଥୀଙ୍କୁ ଆମେ ଓଡ଼ିଆ ଭକ୍ତିପୂତ ପ୍ରଣାମ ଜଣାଉଛି ଓ ଆଶା କରୁଛି ମାୟାଧର ମାନସିଂହ ଆଉଥରେ ଧରାବତରଣ କରନ୍ତୁ, ଯାହା ଫଳରେ ଆମର ସାହିତ୍ୟ ହେବ ଆହୁରି ରୁଦ୍ଧିମନ୍ତ, ଆମ ଶୂନ୍ୟତାର ବିଲୋପ ଘଟିବ ।
ସେଇ ଅନନ୍ୟ ସ୍ରଷ୍ଟା ୧୯୦୫ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୭୩ ମସିହା ଅକ୍ଟୋବର ୧୧ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ସେଇ ମହାନ ସାହିତ୍ୟରଥୀଙ୍କୁ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ଦଣ୍ଡବତ ।
#ସାହିତ୍ୟଭାସ୍କର Sahitya Bhaskar Dr. Mayadhar Mansingh
© Niranjan Sahu
Spread the love
admin

View Comments

  • ମାନସିଂହୀୟ ସାହିତ୍ୟ ସ୍ଵତନ୍ତ୍ର । ପ୍ରେମିକ କବି ବୋଲି ସମ୍ବୋଧନ କରି ଆମେ ସମସ୍ତେ ସଂକୁଚିତ କରି ଦେଇଛନ୍ତି ତାଂକୁ । ତାଂକ ସାହିତ୍ୟର ମୂଲ୍ୟାୟନ ହୋଇ ନାହିଁ ଏ ପର୍ଯ୍ୟନ୍ତ , ଏହାହିଁ ସାଧାରଣ ଲୋକଙ୍କ ମନରୁ ଦୂର କରିବା ଉଚିତ ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago