ଲେଖା: ଦେଵ ତ୍ରିପାଠୀ
କାଶୀନାଥ ପୂଜାପଣ୍ଡା । ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଏକ ଶ୍ରଦ୍ଧାଶୀଳ ସ୍ମରଣୀୟ ନାମ ।
ବାଳୁତ ବୟସରୁ କାଶୀନାଥ ଥିଲେ ସଙ୍ଗୀତମନସ୍କ । ମାମୁଁ ବଳଭଦ୍ର ହଜୁରୀ, ପୁରୀରେ ପ୍ରତିଷ୍ଠା କରିଥିବା ହଜୁରୀ ଥିଏଟରର ଆଖଡାଶାଳରେ କାଶୀନାଥଙ୍କ ଶୈଶବ ବିତିଥିଲା । ମାମୁଁ ପୁଅ ଭାଇ ରଘୁନାଥଙ୍କ ପ୍ରରୋଚନାରେ କାଶୀନାଥ ନବମ ଶ୍ରେଣୀରୁ ପାଠପଢା ଛାଡି ସଙ୍ଗୀତରେ ମାତି ଥିଲେ । ପିତାଙ୍କର ପୁତ୍ରର ସଙ୍ଗୀତ ଆସକ୍ତି ପ୍ରତି ସହମତି ନଥାଇ ମଧ୍ୟ ମା’ ଓ ଭିଣୋଇଙ୍କ ସମର୍ଥନ ଯୋଗୁଁ ତାଙ୍କୁ ମିଳିଥିଲା ସିଂହାରୀ ଶ୍ୟାମସୁନ୍ଦର କରଙ୍କ ପରି ପ୍ରଥିତଯଶା ସଙ୍ଗୀତ ଗୁରୁଙ୍କ ସାନ୍ନିଧ୍ୟ । ଆଉ ପଛକୁ ଫେରି ଚାହିଁ ନ ଥିଲେ କାଶୀନାଥ । ସଙ୍ଗୀତର ଆବେଗ, ମାୟା ଅବା ମୋହରୁ ମୁକୁଳି ନ ପାରି ସେ ଏକଦା କଲିକତାରେ ଚା’ ଦୋକାନରେ ଗୁଜରାଣ ମେଣ୍ଟାଉଥିଲେ । ତେବେ ଭାଗ୍ୟ ଖୋଲିଯାଇଥିଲା କଲିକତାରୁ ଫେରି କଟକରେ ସଙ୍ଗୀତ ଶିକ୍ଷା କରିବାରେ ।
ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସମେତ ହରିହର ରାଜଗୁରୁଙ୍କ ଠାରୁ ଓଡ଼ିଶୀ ସଙ୍ଗୀତ ଓ ମର୍ଦଳ ବାଦନ ତଥା କାଳିପଦ ମୁଖାର୍ଜୀ, ସୁଧୀର ମିତ୍ରଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ପରେ ସେ ପ୍ରୟାଗ ସଙ୍ଗୀତ ସମିତି, ଆହ୍ଲାବାଦରୁ ସଙ୍ଗୀତ ଶିକ୍ଷାକରି ସଙ୍ଗୀତ ପ୍ରଭାକର ଉପାଧୀ ଲାଭ କରିଥିଲେ । ସେ ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ । ସେ କଟକର ଉତ୍କଳ ସଙ୍ଗୀତ ସମାଜ ପରି ଅନୁଷ୍ଠାନ ସହିତ ଜଡିତ ରହି ସଙ୍ଗୀତକ୍ଷେତ୍ରରେ ନିରବଚ୍ଛିନ୍ନ ଓ ନିଃସ୍ୱାର୍ଥପର ଭାବେ ସାଧନାରତ ରହି ଓଡ଼ିଆ ସଙ୍ଗୀତ ଦୁନିଆରେ ଆଣିଥିଲେ ଅନେକ ବିବର୍ତ୍ତନ । ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେ ଗଢିଥିଲେ କେତେ କେତେ ନୂତନ ସାଧକଙ୍କୁ ।
ସଙ୍ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଗୁରୁ କାଶୀନାଥ ପୂଜାପଣ୍ଡା ମଣ୍ଡିତ ହୋଇଥିଲେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଆଦିଗୁରୁ ପଙ୍କଜଚରଣ ଦାସ ସମ୍ମାନ ପରି ଅସଂଖ୍ୟ ମାନସମ୍ମାନରେ ।
୧୯୨୧ ମସିହା ମାର୍ଚ୍ଚ ୧୫ ତାରିଖରେ ପୁରୀରେ ଭୂମିଷ୍ଠ ହୋଇଥିବା ଏହି ମହାନ ସଙ୍ଗୀତ ଶିଳ୍ପୀ ୨୦୦୯ ମସିହା ମାର୍ଚ୍ଚ ୨୮ ତାରିଖରେ ପରଲୋକ ଗମନ କରିଥିଲେ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago