ଲେଖା: ଦେଵ ତ୍ରିପାଠୀ
ଦିନ ପରେ ଦିନ, ମାସ ପରେ ମାସ, ଋତୁ ପରେ ଋତୁ, ବର୍ଷ ପରେ ବର୍ଷ ଯାଉଛି, କିନ୍ତୁ ଉତ୍କଳ ଜନନୀଙ୍କ ଦୁଃଖରେ କ’ଣ ଯବନିକା ପଡ଼ିବ ନାହିଁ ? ଦେଶମାତୃକାର ଅବସ୍ଥାରେ କ’ଣ ପରିବର୍ତ୍ତନ ଘଟିବ ନାହିଁ ? ଉନ୍ନତିର ସମ୍ଭାବନା ସୁଦୂର ପରାହତ । ସେଥିପାଇଁ କବି ବୁଝିଛନ୍ତି, କେବଳ ଅତୀତକୁ ସ୍ମରଣ କଲେ ହେବ ନାହିଁ, ଜାତିକୁ ଜାଗ୍ରତ କରିବାକୁ ହେବ । ଫେରାଇ ଆଣିବାକୁ ହେବ ଅତୀତର ହୃତଗୌରବ, ମୃତଗୌରବ, ଶୃତଗୌରବ । ସେଥିପାଇଁ ସେ ଦେଶବାସୀଙ୍କୁ ଶୁଣାଇଛନ୍ତି ଆଗ୍ନେୟ ଉଦବୋଧନ:
“ଅଙ୍ଗେ ଅଙ୍ଗେ ବହ ନବ ତେଜ,
ସଙ୍ଗେ ସଙ୍ଗେ ମୋହ ମନୁ ତେଜ
ଅମ୍ବର ଚୁମ୍ବିତ କଣ୍ଠେ ଗାଅ,
ଜନନୀର ଜୟ ସଙ୍ଗୀତ” ।
ଦୁର୍ଭାଗ୍ୟ ! ଏପର୍ଯ୍ୟନ୍ତ ସେହି ମହାନ ଜାତୀୟତାବାଦୀ କବିଙ୍କ ଭାବପୂର୍ଣ୍ଣ ଅଗ୍ନିବର୍ଷୀ କବିତା ସମ୍ଭାର ପୁରାତନ ପତ୍ରପତ୍ରିକାର ପୃଷ୍ଠା ମାନଙ୍କରୁ ଆସି ପୁସ୍ତକ ଆକାରରେ ସଙ୍କଳିତ ହୋଇ ଆମ୍ଭମାନଙ୍କ ନିକଟରେ ପହଞ୍ଚିପାରିଲା ନାହିଁ, ଅଥଚ ଏକଦା କଟକରେ ପ୍ରେସଟିଏ ସ୍ଥାପନା କରି ସେ ଛାପିଥିଲେ କେତେ କେତେ ଯୋଗଜନ୍ମା ସାହିତ୍ୟ ସାଧକଙ୍କ କାଳଜୟୀ କୃତିସବୁକୁ ।
ଓଡ଼ିଶା ମାଟିରେ ନୂତନ ନାଟକର ଆବଶ୍ୟକତାକୁ ଅନୁଭବ କରି ନିଜେ ନାଟକ ରଚନା କରିବା ସଙ୍ଗେ ସଙ୍ଗେ କାଳଜୟୀ ଗଳ୍ପ ଉପନ୍ୟାସ ଗୁଡିକୁ ନାଟ୍ୟରୂପ ଦେବାର ଆବଶ୍ୟକତା ଅନୁଭବ କରିଛନ୍ତି ନାଟ୍ୟରଥୀ ଗୋବିନ୍ଦଚନ୍ଦ୍ର ଶୂରଦେଓ । ଜନତାକୁ ନାଟକ ଅଭିମୁଖୀ କରାଇ ପରେ ପରେ ପେସାଦାର ମଞ୍ଚରେ ମଞ୍ଚସ୍ଥ କରାଇଛନ୍ତି ବ୍ୟାସକବିଙ୍କ ‘ପେଟେଣ୍ଟ ମେଡିସିନ’, ‘ଲଛମା’ ଠାରୁ ଆରମ୍ଭ କରି କାଳିଦାସଙ୍କ ମେଘଦୂତର ନାଟ୍ୟରୂପ ତଥା ସେକ୍ସପିୟରଙ୍କ ଅନୁଦିତ ନାଟକମାନ । କଟକ ମାଟିରେ ପଇସା ଦେଇ ନାଟ୍ୟାଭିନୟ ଦେଖିବାକୁ ଜନତାର ବ୍ୟାକୁଳତା ଓଡ଼ିଆ ନାଟ୍ୟ ଜଗତରେ ଆଣିଥିଲା ନୂତନ ସମ୍ଭାବନା ।
ନାଟକ ରଚନା ସହିତ, ଚିତ୍ରସଜ୍ଜା, ମଞ୍ଚସଜ୍ଜା, ନାଟ୍ୟ ନିର୍ଦ୍ଦେଶନା, ସଙ୍ଗୀତ ସଂଯୋଜନା, ଅଭିନୟ, ଅଭିନେତାମାନଙ୍କର ବେଶସଜ୍ଜା ଇତ୍ୟାଦି ନାଟକର ସମସ୍ତ ବିଭାଗରେ ବିଚକ୍ଷଣ ଭାବରେ ସଫଳ ହୋଇ ସେ ସୃଷ୍ଟି କରିଥିଲେ କିମ୍ବଦନ୍ତୀ । କୁହାଯାଏ ଲଛମାର ସଫଳ ଅଭିନୟ ଦେଖି ଭାବାବେଗରେ କାନ୍ଦି ପକାଇଥିଲେ ସ୍ବୟଂ ବ୍ୟାସକବି
ଶତାଧିକ ନାଟକ ଓ ପ୍ରହସନ ରଚନା ଓ ଅଭିନୟ ସହିତ ଲୀଳାଯାତ୍ରାର ସ୍ବର୍ଗ ଗଞ୍ଜାମ ମାଟିର ଯାବତୀୟ ଲୋକନୃତ୍ୟ, ଲୀଳା, ସୁଆଙ୍ଗ ଆଦିକୁ କଟକ ମାଟିରେ ଅଭିନୀତ କରାଇ ସେସବୁକୁ ଲୋକପ୍ରିୟ କରାଇଥିଲେ ଶୂରଦେଓ । ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ନାଟ୍ୟରଥୀ ଗୋବିନ୍ଦଚନ୍ଦ୍ର ଶୂରଦେଓ ହିଁ ପ୍ରଥମ ।
ଓଡ଼ିଶା ମାଟିରେ କେତେଗୁଡ଼ିଏ ରାସଲୀଳା ଦଳ ଗଢିବା ପାଇଁ ପ୍ରେରଣାଦାୟୀ ଥିଲେ ଶୂରଦେଓ । ମୋହନସୁନ୍ଦର ଦେବ ଗୋସ୍ୱାମୀଙ୍କୁ ଓଡ଼ିଆ ଭାଷାରେ ପ୍ରଥମ କଥାଚିତ୍ର ପ୍ରସ୍ତୁତ କରିବାକୁ ପ୍ରେରଣା ଦେଇଥିଲେ ସେ । ସେ ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ, କବିମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ, କବିଚନ୍ଦ୍ର କାଳୀଚରଣ ଇତ୍ୟାଦିଙ୍କ ସାହିତ୍ୟ ସାଧନାରେ ପଥପ୍ରଦର୍ଶକ । ତେବେ ଏ ସମସ୍ତ କାର୍ଯ୍ୟ ଭିତରେ ହିଁ ତାଙ୍କ ରଚନାମାନ ଥିଲା ଜାତୀୟତାରେ ଉଦବୁଦ୍ଧ । ଅସଂଖ୍ୟ ଜାତୀୟତାପୂର୍ଣ୍ଣ ସଙ୍ଗୀତ, କାବ୍ୟକବିତା ଲେଖି ସେ ମଧ୍ୟ ବାଣ୍ଟିଚାଲିଥିଲେ ସଂଗ୍ରାମର ବାର୍ତ୍ତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେ ମଧ୍ୟ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ବହୁ ସାହିତ୍ୟରଥୀଙ୍କ କୃତିର ପ୍ରକାଶନ ନିମନ୍ତେ ଶୂରଦେଓ ମଧ୍ୟ ଥିଲେ ସର୍ବଦା ଆଗୁସାର, ମାତ୍ର ନିଜ ସାହିତ୍ୟକୃତିଗୁଡିକ ପ୍ରତି ଥିଲେ ବେପରୁଆ ।
ଶ୍ରୀକାକୁଲମ ଜିଲ୍ଲାର ତରଳାଗଡ ରାଜବଂଶର ଦାୟାଦ, ଲୀଳାଯାତ୍ରାର ସଂସ୍କାରକ ତଥା ମହାନ ସାହିତ୍ୟସାଧକ ନାଟ୍ୟରଥୀ ଗୋବିନ୍ଦଚନ୍ଦ୍ର ଶୂରଦେଓ ୧୮୮୪ ମସିହା ଅପ୍ରେଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୩୯ ମସିହା ଜୁନ ୧୫ ତାରିଖ ରଜସଂକ୍ରାନ୍ତିରେ ପରଲୋକ ଗମନ କରିଥିଲେ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

7 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago