~ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟରେ ଜୀବନୀ ବହି ବଣ୍ଟନ ~
୧୭ ଜୁଲାଇ ୨୦୨୪: ନିକଟ ଇତିହାସରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଜନଜୀବନରେ ଆସିଛି କାଇଁ କେତେ ଜୁଆର ଭଟ୍ଟା । ଓଡ଼ିଶାର ସାମାଜିକ ଜୀବନ ଠାରୁ ସାଂସ୍କୃତିକ ସ୍ରୋତରେ ଆସିଛି ଅନେକ ମୋଡ଼ । କେତେ ବେଳେ ସ୍ୱାଧୀନତାର ସଙ୍ଗୀତରେ ବିଭୋର ମଣିଷ, ପୁଣି କେତେବେଳେ ସଂଘର୍ଷ ମୟ ସକାଳଟିଏ ଉଭା ବନ୍ୟା ବାତ୍ୟାକ୍ଲିଷ୍ଟ ସଂସାର ଆଗରେ । ମଣିଷ ତା’ ଭିତରେ ତିଆରି କରିଛି ନିଆରା ସଂସ୍କୃତି, ସଂସ୍କାର, ସଙ୍ଗୀତ, ନାଟକ, ସିନେମା, ବିଜ୍ଞାନର ପଟୁଆର । ଗତ କେଇ ଦଶନ୍ଧି ଓ ବିଗତ ଶତାବ୍ଦୀ ଦେଖିଛି ଅନେକ ପରୀକ୍ଷାନିରୀକ୍ଷା ସାହିତ୍ୟରେ, ସଙ୍ଗୀତରେ, ନାଟକରେ, ଜୀବନରେ, ଆଉ ତିଆରି ହୋଇଛନ୍ତି ବହୁ ମହାନ ବ୍ୟକ୍ତିତ୍ଵ । ସେମାନେ ରହିବେ ସବୁକାଳକୁ ଅମ୍ଳାନ । ପରମ୍ପରାର ପରୀକ୍ଷାଗାରରେ ଉତ୍ତୀର୍ଣ୍ଣ ଜଣେ ଜଣେ ସୃଜନଶିଳ୍ପୀ, ସ୍ଥାପତ୍ୟବିନ୍ଧାଣି, ନିର୍ବାକ କରି ରଖିବେ ନୂତନ ସମୟକୁ ।
ପ୍ରଥମ ଥର ପାଇଁ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ “ପୂଜ୍ୟପୂଜା” ନାମରେ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ମହାପୁରୁଷଙ୍କ ଅମର ଜୀବନଗାଥା ଉପସ୍ଥାପନା କରିବାର ପ୍ରୟାସ କରିଛି ! ସେ ଧାରାରେ ପାଦ ପକାଇଛନ୍ତି କେତେ କେତେ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ! ଓଡ଼ିଶା ରାଜ୍ୟରେ ପୂଜ୍ୟପୂଜାର ଏକ ନୂତନ ଧାରାର ପ୍ରବର୍ତ୍ତନ କରାଯାଇପାରିଛି ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ !
ତେବେ ଏତିକିରେ ଥମିଯାଇନି ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ପାଦ ! ବରଂ ଆମ ରାଜ୍ୟର ମହାପୁରୁଷଙ୍କ ସାଧନା ଓ ସଂଗ୍ରାମର କାହାଣୀ ସବୁକୁ କୋମଳମତି ଶିଶୁଙ୍କୁ ପରଷିଦେବାର ଲକ୍ଷ୍ୟରେ ହାତକୁ ନେଇଛି ଏକ ନୂତନ ପଦକ୍ଷେପ !
ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ପଞ୍ଚାୟତ ସ୍ଥିତ ସାତଭାୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରଙ୍ଗ କଳିଙ୍ଗ (Antaranga Kalinga) ପକ୍ଷରୁ #ଜାତୀୟଗୌରବ #କୁଳବୃଦ୍ଧ, #ସାହିତ୍ୟପିତା #ବ୍ୟାସକବି, #ପଣ୍ଡିତ ନୀଳକଣ୍ଠ, ମହାବୀର #ସୁରେନ୍ଦ୍ର_ସାଏ, ନେତାଜୀ ଆଦି ଓଡ଼ିଆ ଯୁଗପୁରୁଷଙ୍କ ୧୭୧୪ ଖଣ୍ଡ ଜୀବନୀ ପୁସ୍ତକ ବଣ୍ଟନ କରାଯାଇଅଛି। ଫାଉଣ୍ଡେସନ ତରଫରୁ ଦେବ ତ୍ରିପାଠୀଙ୍କ ନେତୃତ୍ୱରେ ଉକ୍ତ ପୁସ୍ତକ ବଣ୍ଟନ କରାଯାଇଅଛି ।
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…
~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
View Comments
The article is good and informative. The site is
useful and user-friendly.