Our Action

ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ

~ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ ~

୩୦ ଡିସେମ୍ବର ୨୦୨୪: ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମରେ ବହୁ ଜାକଜମକରେ ପାଳିତ ହୋଇଯାଇଛି ଓଡ଼ିଆ ଅସ୍ମିତାର ମହାପର୍ବ !

୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ ।
“ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଝରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି ସିନ୍ଧୁ ନୀରେ ।”

ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ। ସେହି ଅନନ୍ୟ ଐତିହାସିକ ସଭା ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନରେ ଆଣିଥିଲା ପ୍ରତ୍ୟୟ, ଆଶା, ସମ୍ଭାବନା, ସର୍ବୋପରି ଏକ ହୋଇ ଓଡ଼ିଶା ଭୂଖଣ୍ଡର ମର୍ଯ୍ୟାଦା ରକ୍ଷା ନିମନ୍ତେ ଆଗୁସାର ହେବାକୁ କରିଥିଲା ଅଭିପ୍ରେରିତ ! ସଞ୍ଚାର ହୋଇଥିଲା ନୂତନ ଆଶା ! ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶାକୁ ସମଗ୍ର ଦେଶରେ ସ୍ଵତନ୍ତ୍ର ଉତ୍କଳ ଭାବେ ପରିଚିତ କରାଇବା ଲକ୍ଷ୍ୟରେ ପ୍ରତିଜ୍ଞାବଦ୍ଧ ହୋଇଥିଲେ ଅଗଣିତ ଓଡ଼ିଆ !

ସେହି ମହାନ ଅଧିବେଶନର ୧୨୧ତମ ପୂର୍ତ୍ତିପାଳନ ପାଇଁ ଅଣ୍ଟାଭିଡ଼ିଛି ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ! ଆଉ ସେ ସ୍ରୋତରେ ସାମିଲ ହେଇଛନ୍ତି ପୁରୀସ୍ଥିତ ଉତ୍କଳ ସ୍ବାଭିମାନ ମଞ୍ଚ ଏବଂ ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମସ୍ଥ ମଧୁପୁର ମହାବିଦ୍ୟାଳୟର ଅଧ୍ୟାପକଅଧ୍ୟାପିକା ତଥା ଶିକ୍ଷାନବୀଶଗଣ !

ଆଜିର ଏଇ ମହାନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି:
୧. ମଧୁପୁର ମହାବିଦ୍ୟାଳୟରେ ଏକ ଆଲୋଚନାସଭା (Seminar) ।

୨. ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ “ଓଡ଼ିଆ ଅସ୍ମିତା ଓ କୁଳବୃଦ୍ଧ ମଧୁସୂଦନ“ ବିଷୟରେ ବକ୍ତୃତା ପ୍ରତିଯୋଗିତା।

୩. ଐତିହାସିକ ମଧୁପୁର ଗଡ଼ ରାଜବାଟୀରୁ ଭବ୍ୟ ଶୋଭାଯାତ୍ରାରେ ଏକ ପ୍ରଜ୍ଜ୍ଵଳିତ ଜ୍ୟୋତି ବାହାରି ଐତିହାସିକ କଲଣ ଗ୍ରାମରେ ଉକ୍ତ ଜ୍ୟୋତିକୁ ପାରମ୍ପରିକ ରୀତିରେ ଶଂଖ, ବେଦପାଠ, ହରିବୋଲ ହୁଳହୁଳି ଧ୍ୱନିରେ ସ୍ବାଗତ କରାଯାଇ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ।

୪. ମହାବିଦ୍ୟାଳୟ ପରିସରରେ ମଧୁପୁର ଗଡ଼ଜାତର ଆଦର୍ଶ ପ୍ରଜାପ୍ରେମୀ ରାଜା ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ସମେତ ଜୟୀ ରାଜଗୁରୁ, ମା’ ରମାଦେବୀ ଓ ଭାରତମଣି ଗୋପବନ୍ଧୁଙ୍କ ଆବକ୍ଷ ମୂର୍ତ୍ତିମାନ ସ୍ଥାପିତ ।

୫. ବକ୍ତୃତା ପ୍ରତିଯୋଗିତାରେ ଉତ୍କର୍ଷ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ !

ଆଜିର ଏଇ କାର୍ଯ୍ୟକ୍ରମରେ, ବିଶ୍ୱରେ ଓଡ଼ିଆ ବୋଲି ଆମକୁ ପରିଚୟ ଦିଆଇଥିବା ଓଡ଼ିଆ ଜାତି ଓ ଓଡ଼ିଶାର ଏକମାତ୍ର ଗୌରବାବହ ଅନୁଷ୍ଠାନ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତି ଦିବସ ପାଳନରେ ଯୋଗଦେଇ ନିଜକୁ ଧନ୍ୟ କରିଥିଲେ କଲଣ ତଥା ଆଖପାଖ ଅଞ୍ଚଳର ଓଡ଼ିଆଏ ।

#ଜୟ_ଉତ୍କଳସୂର୍ଯ୍ୟ_ମଧୁବାବୁ 

Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago