Our Action

ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

~ କଟକରେ ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ~
୨୯ ଜୁନ ୨୦୨୪ : “ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ-ଉତ୍କଳ କଳବର୍ଗେଶ୍ୱର, ଅଭୟତି ଭୂତଭୈରବ, ଦୁଃସହ ଦୁଃଶାସନ, ଅନିନରଣେ ରାଉତରାଏ, ଅତୁଳବଳୀ ପରାକ୍ରମ ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୁଳ ଧୂମକେତୁ, ବୀରାଧିବୀରବର ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି କପିଳେନ୍ଦ୍ର ଦେବଙ୍କର ଜୟ ହେଉ . . .!”
“ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ” ସାମାଜିକ ଅନୁଷ୍ଠାନ ତରଫରୁ ଓଡ଼ିଆ ଅସ୍ମିତାର ନବ ଜାଗରଣ ଉଦ୍ଦେଶ୍ୟରେ ଏକ ଉଦ୍ୟମ ଆରମ୍ଭ ହୋଇଛି l ଆମ ଓଡ଼ିଆ ଜାତିର ମଉଡ଼ମଣୀ ହେଲେ ଶ୍ରୀଜଗନ୍ନାଥ, ଆଉ ଓଡ଼ିଆ ଅସ୍ମିତାର ପ୍ରତୀକ ହେଲେ ଗଜପତି  କପିଳେନ୍ଦ୍ର ଦେବ, ଯିଏକି ଆଜକୁ ୫୮୦ ବର୍ଷ ପୂର୍ବେ ଓଡ଼ିଶା ନାମରେ ଏକ ରାଜ୍ୟ ଆମକୁ ସମର୍ପି ଦେଇଥିଲେ l
ଦିନ ଥିଲା କଟକ ବାରବାଟୀରୁ ରାଜ୍ୟ ଶାସନ କରି ଆଗଙ୍ଗା ଗୋଦାବରୀ ଏକ ବିରାଟ ଭୂଖଣ୍ଡର ଅଧିପତି ରୂପେ ଗଜପତି ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ l କୁହାଯାଏ, ଦାକ୍ଷିଣାତ୍ୟ ବିଜୟ ପରେ ଦକ୍ଷିଣ ଭାରତର ବିଭିନ୍ନ ରାଜା ମହାରାଜାଙ୍କ ଦ୍ୱାରା ଦାନରେ ମିଳିଥିବା ସୁନା, ରୁପା, ହୀରା, ନୀଳା ଆଦି ଧନରତ୍ନ ୧୬ ଗୋଟି ହାତୀ ପିଠିରେ ଲଦି କଟକ ଫେରିଥିଲେ, ଆଉ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସମସ୍ତ ଧନ ରତ୍ନ ସମର୍ପି ଦେଇ, ନିଜକୁ ଜଗନ୍ନାଥଙ୍କ ସେବକ ବା ରାଉତ ରୂପେ ପରିଚୟ ଦେଇଥିଲେ l ତାଙ୍କର ଏଇ ଅବଦାନ ଯୋଗୁ ଶ୍ରୀମନ୍ଦିର ଗର୍ଭଗୃହରେ ତଥା ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ ଆଜିବି ସମ୍ପନ୍ନ ହେଉଛି l ଆନ୍ଧ୍ର ପ୍ରଦେଶ ସୀମାଞ୍ଚଳମ୍ ସ୍ଥିତ ଶ୍ରୀବରାହ ନୃସିଂହ ମନ୍ଦିର ଗାତ୍ରରେ ଗଜପତି କପିଳେନ୍ଦ୍ର ଦେବଙ୍କ ୯ ଗୋଟି ଓଡ଼ିଆ ଶିଳାଲିପି ସହିତ ୪୦ରୁ ଉର୍ଦ୍ଧ୍ୱ ଓଡ଼ିଆ ଶିଳାଲିପି ଦେଖିବାକୁ ମିଳେ l
ଅତଏବ ଆମ ଗୌରବୋଜ୍ୱଳ ଇତିହାସ ଓ ଅସ୍ମିତାର ପ୍ରତୀକ ଗଜପତି କପିଳେନ୍ଦ୍ର ଦେବଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବୀରଭୂମି କଟକ ମାଟିରେ ସ୍ଥାପନ କରିବା ଉଦ୍ଦେଶ୍ୟରେ ଆମେ ଏଇ ପ୍ରୟାସ ଆରମ୍ଭ କରିଛୁ l ଆମର ଏହି ପ୍ରୟାସକୁ ସଫଳ କରିବା ନିମନ୍ତେ ଆମେ କଟକର ତତ୍କାଳୀନ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ୍ ଭାରଦ୍ୱାଜ ମହୋଦୟ, କଟକର ମହାନଗରପାଳ ଶ୍ରୀଯୁକ୍ତ ସୁବାସ ସିଂହ ମହୋଦୟ, କଟକର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ମହୋଦୟ, ତଥା ବାରବାଟୀ କଟକର ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋଶ ମହୋଦୟାଙ୍କୁ ଭେଟି ନିବେଦନପତ୍ର ସହିତ ଭୁବନେଶ୍ୱରର କପିଳେଶ୍ଵର ମନ୍ଦିର ଗାତ୍ରରେ ଥିବା ଗଜପତିଙ୍କ ପ୍ରତିମୂର୍ତ୍ତିର ଏକ ଛବି ଅର୍ପଣ କରିଛୁ l ମାନ୍ୟବର ଜନପ୍ରତିନିଧିଗଣ ଏ ଦିଗରେ କାର୍ଯ୍ୟ କରିବେ ବୋଲି ନିଜର ସମ୍ମତି ଜଣାଇଛନ୍ତି l
ଆମର ଏହି ଉଦ୍ୟମକୁ ଆହୁରି ପ୍ରଖର କରିବା ଉଦ୍ଦେଶ୍ୟରେ ଆମେ ଏକ ଦସ୍ତଖତ ଅଭିଯାନ ଗତ ଦୋଳପୂର୍ଣ୍ଣମୀରୁ ଆରମ୍ଭ କରିଛୁ l ଯଦ୍ୱାରା ପ୍ରତି ଓଡ଼ିଆ ନିକଟରେ ଏଇ ବାର୍ତ୍ତାଟି ପହଞ୍ଚି ପାରିବ l ପରବର୍ତ୍ତୀ ସମୟରେ ଏହି ସମ୍ମିଳିତ ଦସ୍ତଖତକୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳଙ୍କ ନିକଟକୁ ପଠାଇବାର ଯୋଜନା ରଖିଛୁ l କଟକ ବ୍ୟତୀତ କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର କବି ଜୟଦେବଙ୍କ ପୀଠରେ ମଧ୍ୟ ସ୍ଵାକ୍ଷର ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଛି l
ଆମେ ଓଡ଼ିଆ, ଛତ୍ରପତି ଶିବାଜୀ ମହାରାଜଙ୍କୁ ଜାଣିଛୁ, ମହାରଣା ପ୍ରତାପ, ପୃଥ୍ଵୀରାଜ ସିଂହ ଚୌହାଣ ଆଦି ମହାନ ନରପତିଙ୍କୁ ଜାଣିଛୁ ଏବଂ ତାଙ୍କ ବିଷୟରେ କିଛି ପଢ଼ିଛୁ, ହେଲେ ଦୁଃଖର କଥାହେଲା ଏଇ ମାଟିର ଅଧିକାଂଶ ଲୋକ ଗଜପତି କପିଳେନ୍ଦ୍ର ଦେବଙ୍କୁ ବିଶେଷଭାବେ ଜାଣନ୍ତି ନାହିଁ; କାରଣ ତାଙ୍କ ବିଷୟରେ ଆମ ଇତିହାସ ବହିରେ ବେଶି କିଛି ପଢ଼ା ଯାଇନାହିଁ l ଆଦୌ ଦୁଃଖ କରିବାର ନାହିଁ, ଆମ ଉତ୍ତର ପୀଢ଼ିଙ୍କୁ ଓଡ଼ିଆ ଜାତିର ବୀର ପୁରୁଷଙ୍କ ବିଷୟରେ ଅଧିକରୁ ଅଧିକ ଅବଗତ କରାଇବା ନିମନ୍ତେ ପାଠ୍ୟ ପୁସ୍ତକରେ ବିଷୟମାନ ସ୍ଥାନୀତ କରିବା ପାଇଁ ମଧ୍ୟ ସରକାରଙ୍କ ନିକଟରେ ଦାବୀ ରଖିବୁ l
ଗଜପତି କପିଳେନ୍ଦ୍ର ଦେବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନର ଏହି ଅଦମ୍ୟ ଉଦ୍ୟମରୁ ହିଁ ଓଡ଼ିଆ ଅସ୍ମିତା ଜାଗରଣର ଏକ ପ୍ରତୀକାତ୍ମକ ଆନ୍ଦୋଳନର ଅୟମାରମ୍ଭ ହେଲା ବୋଲି ଜାଣ l
Spread the love
Antaranga Kalinga

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

12 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

14 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

19 hours ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago