admin

admin

ଗ୍ରାମଦେବତୀ ମାଜଣା

ଲେଖା: ଅରବିନ୍ଦ ମହାନ୍ତି ଶାରଳା ଦାସ ଚଣ୍ଡୀପୁରାଣ କହେ ଗ୍ରାମଦେବତୀଙ୍କ ଉତ୍ପତ୍ତି କଥା। ମହିଷାସୁର ବିନାଶ କାରଣେ ମହାମାୟୀଙ୍କ ଶରୀରରୁ ସୃଷ୍ଟି ହୁଅନ୍ତି ଅସଂଖ୍ୟ ଦେବୀ। ସଭିଏଁ ଏକାବେଳେ ମାଡ଼ି ବସନ୍ତି ମହିଷାସୁରକୁ। କିନ୍ତୁ ମହିଷାସୁର ଛିଞ୍ଚାଡି ଦିଅନ୍ତେ ଦେବୀମାନେ ନାନା ସ୍ଥାନରେ ଭୂପତିତ ହୁଅନ୍ତି ଓ ତାଙ୍କର ହସ୍ତ, ପଦ ଆଦି ଭଗ୍ନ ହୋଇଯାଏ।…

ପର୍ଦ୍ଦାକଳା

ଲେଖା: ଦେଵ ତ୍ରିପାଠୀ ଭୁବନେଶ୍ୱରରୁ କଣ୍ଟିଲୋ ଯିବା ରାସ୍ତାରେ ପଡ଼େ ଧଳାପଥର ବୋଲି ଗାଁଟିଏ । ଶାନ୍ତ ସୁଧାର ଗାଁଟି ଦିନେ ଥିଲା ଏକ ଅପୂର୍ବ ସୂକ୍ଷ୍ମକଳାର ଏନ୍ତୁଡ଼ିଶାଳ । ସେ କଳା ଫୁଟିଉଠୁଥିଲା ଘରର ଦୁଆର ଝରକାରେ ଝୁଲୁଥିବା ସୁଦୃଶ୍ୟ ପର୍ଦ୍ଦା କିମ୍ବା ଓଡିଆଙ୍କ ପ୍ରିୟ ପରିଧାନ ଲୁଙ୍ଗିଗାମୁଛାରେ । ତନ୍ତକୁ ଜୀବିକା ଭାବରେ…

ନୀଳଗିରିର ପଥୁରିବାସନ

ଲେଖା: ଦେଵ ତ୍ରିପାଠୀ ଏ ଓଡ଼ିଆ ଜାତି ଦିନେ ଥିଲା କଳାର ପୂଜାରୀ । ଏ ଜାତିର କଳାସ୍ଥାପତ୍ୟ ଥିଲା ବିଶ୍ୱରେ ଅଦ୍ୱିତୀୟ । କେବଳ ଚିତ୍ରକଳା କିମ୍ବା ଚାରୁକଳା ନୁହେଁ, ଶିଳ୍ପକଳାରେ ମଧ୍ୟ ଏ ଜାତି ଥିଲା ସିଦ୍ଧହସ୍ତ । ବେତ ବାଉଁଶଠାରୁ ମାଟିପଥର ପର୍ଯ୍ୟନ୍ତ ସବୁଥିରେ ଏଇ ଓଡ଼ିଆଶିଳ୍ପୀର କଳାନୈପୁଣ୍ୟ ଥିଲା ସୁସ୍ପଷ୍ଟ…

ଭିଏତନାମରେ ଭାରତମଣି 

ଲେଖା: ଦେଵ ତ୍ରିପାଠୀ ଭିଏତନାମରେ ଭାରତମଣି ! ଶିରୋନାମା ପଢି ଆଚମ୍ବିତ ହେବା ସ୍ୱାଭାବିକ I ମାତ୍ର ଇଏ ଆମ ପାଇଁ ଗୌରବର କଥା ନିଶ୍ଚୟ I ସତୁରୀ ଦଶକ ।  ହୋଚିମିନ୍ ମହାନଗରୀ । ଭିଏତନାମ ।  ବିପ୍ଳବର ସମୟ ! ଭୟ, ଆତଙ୍କ, ହତାଶା, ହାହାକାର, ହିଂସା, ଦ୍ୱେଷ, ବିଭୀଷିକା, ଅତ୍ୟାଚାରର କାଳିମା…

କେନ୍ଦୁଝର ଓ ମୟୂରଭଞ୍ଜ

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା । ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ । ନଈପାଣି ଚହଲାନ୍ତି, ଖେଳନ୍ତି, ଗାଧାନ୍ତି !  ଦିନେ କିନ୍ତୁ କୌଣସି କାରଣରୁ ଦୁଇଭାଇଙ୍କ ଭିତରେ କଥା କଟାକଟି ହେଲା, ପରେ ବିବାଦ ଓ ଶେଷକୁ ଘନଯୁଦ୍ଧ…

ଡ଼ଙ୍ଗାଭସା

ଲେଖା: ଦେଵ ତ୍ରିପାଠୀ କାର୍ତ୍ତିକ ପୂର୍ଣ୍ଣିମା । କଟକରୁ କୋଚିନ୍ ସୁରଟରୁ ମିରଟ ଯେଉଁଠାରେ ବି ଆମେ ଓଡ଼ିଆଏ ଆସ୍ଥାନ ଜମାଇ ସାରିଛେ, ସବୁଠି ଆବାଳ-ବୃଦ୍ଧ-ବନିତା, ରାତି ନ ପାହୁଣୁ ବିଛଣା ଛାଡି, ଆଖପାଖ ନଦୀନାଳ, ଗାଡିଆପୋଖରୀରେ (ଏପରିକି ଚୁଆପାଣିରେ) ବୁଡ ପକାଇ ସୋଲ ତିଆରି ଖେଳଣା ଡଙ୍ଗା (କ୍ଵଚିତ କଦଳୀବାହୁଙ୍ଗା ଡଙ୍ଗା)ରେ ଦୀପ ଜାଳି…

ଭାଇଜିଉଁତିଆ ଓଷା

ଲେଖା: ଦେଵ ତ୍ରିପାଠୀ ଚମ୍ପାବତୀ ନଗରୀର ମହାମନ୍ତ୍ରୀ ବୀରସେନ ଓ କମଳାଙ୍କ ପୁତ୍ର ମଦନସୁନ୍ଦର ଏକଦା ଘୋଡାଚଢି ଫେରୁଥିବା ସମୟେ ତୃଷାତୁର ହୋଇ ଜଳପାନ ଆଶାରେ ରାଜଉଦ୍ୟାନରେ ପହଞ୍ଚିଲେ । ଉଦ୍ୟାନସ୍ଥ ପୋଖରୀ କୂଳରେ ରାଜଜେମା ବସି ଫୁଲଗୁନ୍ଥୁଥିବା ରାଜଜେମା ଅରୁଣାଙ୍କୁ ଦେଖି ମନ୍ତ୍ରୀପୁଅଙ୍କ ମନେ ହେଲା ସତେ ଯେମିତି ମର୍ତ୍ତ୍ୟରେ ଉଇଁଛି ସରଗର ଶଶି…

ରଘୁ ଦିବାକର

ଲେଖା: ଦେଵ ତ୍ରିପାଠୀ ଦିନ ଥିଲା, ରଣପୁର ଆଦି ଗଡ଼ଜାତ ଅଞ୍ଚଳ ଅନ୍ଧାରୀ ମୁଲକ ଭାବେ କୁଖ୍ୟାତ ଥିଲା, ସେଠାକାର ଅଧିବାସୀ ନିଜ ଅଧିକାର ବିଷୟରେ ଥିଲେ ଅନଭିଜ୍ଞ, ତେଣୁ ରାଜା ଏବଂ ତାଙ୍କ ଅମାତ୍ୟମାନଙ୍କ ଦ୍ଵାରା ସେମାନେ ହେଉଥିଲେ ଅତ୍ୟାଚାରିତ । ସେପରି ଏକ ଦୁର୍ବିସହ ସମୟରେ ରଣପୁର ର ପ୍ରପୀଡ଼ିତ ପ୍ରଜାଙ୍କ ତ୍ରାଣକର୍ତ୍ତା…

ଓଡ଼ିଶାର ରାମଲୀଳା

ଲେଖା: ଦେଵ ତ୍ରିପାଠୀ ଓଡିଶାରେ ବୋଦ୍ଧଧର୍ମର ବିଲୟ, ତାନ୍ତ୍ରିକଧର୍ମର ଅଭ୍ୟୁଦୟ ଓ ଭକ୍ତିଧର୍ମର ଆତ୍ମପ୍ରକାଶ ପରେ ‘ଆଧ୍ୟାତ୍ମିକ ମନୋରଞ୍ଜନ’ର ମାଧ୍ୟମ ଭାବରେ ପରିପ୍ରକାଶ ପାଇଥିଲା ସୁଲଳିତ ପଦାବଳୀ ସମ୍ବଳିତ ସାଙ୍ଗୀତିକତାରେ ଉଛ୍ୱସିତ “ଲୀଳା” ଯୁଗର ମହାର୍ଘ ପରମ୍ପରା । ଲୋକନାଟକର ସଶକ୍ତ ଶାଖା ରୂପେ ଏହି ଲୀଳାଯୁଗର ପ୍ରବର୍ତ୍ତକ ଥିଲେ ଭକ୍ତିଯୁଗର ଉଦ୍ଗାତା ଅତିବଡ଼ି ଜଗନ୍ନାଥ…

ଗୁରୁ ବିଶ୍ୱନାଥ ଦାଶ

ଲେଖା: ଦେଵ ତ୍ରିପାଠୀ ଆମ ମାଟିର ସଂସ୍କୃତି, ପରମ୍ପରା, ଲୋକକଳା ଆଦି ବୁଡି ଯାଉଥିବା ଦେଖି ଆମେ ଓଡ଼ିଆଏ ଯେ କେତେ ଛାତି ଫଟାଇ କାନ୍ଦିବାର ଅଭିନୟ କରୁ, ସଂସ୍କୃତିର ଦାହ ସଂସ୍କାର କରୁ କରୁ କୁମ୍ଭୀର ଲୁହ ଝରାଇ ନିଜ ଓଡ଼ିଆମିର ପରିଚୟ ଦେଉ ! ସଂସ୍କୃତି, ଐତିହ୍ୟକୁ ଅଣଦେଖା କରିବାର ଦୋଷଟି ସରକାର…