Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ରାଜନୀତିକ କିମ୍ବା ପ୍ରାକୃତିକ ଓଡ଼ିଶାରୁ ନିଜକୁ ମୁକ୍ତ ରଖି ଉତ୍କଳୀୟ ଭିତ୍ତିଚିତ୍ର ପରମ୍ପରା କଥାଟିକୁ ଚର୍ଚ୍ଚା କଲେ, ମନେହୁଏ ଏହା ମହାଭାରତୀୟ ସ୍ରୋତ ବହନ କରୁଥିବା ନଦୀଟିଏ । ଏହାର ଏକଧାରା ଦକ୍ଷିଣ ଭାରତର କାଞ୍ଜିବରମ୍, ତାଞ୍ଜାଭୁର, ତିରୁମଲ୍ଲାଇ, ତ୍ରିପୁନ୍ତାକମ୍, ଵାରାଙ୍ଗଲ୍, ଆନେଗୁଣ୍ଡି, ତିରୁଭଲ୍ଲୁର୍, ବିଜୟନଗର, ତ୍ରିଚିଲାପଲ୍ଲୀ ଇତ୍ୟାଦି ମନ୍ଦିରର ଭିତ୍ତିଚିତ୍ର…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…

ଲେଖା: ମିହିର ପଟ୍ଟନାୟକ ଓଡ଼ିଆ ଘରେ ଅନେକ ପର୍ବରେ ଶୀଳ ଶୀଳପୁଆ ପୂଜା ହେବାର ପରମ୍ପରା ରହିଛି। ବିଶେଷ କରି ଷଠିଓଷା ଓ ବୁଧେଇଓଷା ପାଳନ ବେଳେ ଏହି ଦୁଇ ପାରମ୍ପରିକ ଶୀଳ ଶୀଳପୁଆ ପୂଜା ହୋଇଥାଏ। ଏପରିକି ଶ୍ରୀମନ୍ଦିରରେ ଶ୍ରୀ ଜୀଉମାନଙ୍କ ଜନ୍ମ ଉତ୍ସବ ବେଳେ ଷଷ୍ଠୀମାର୍କଣ୍ଡପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ। କେବେ ଭାବିଛନ୍ତି…

ତଥ୍ୟ ସଂଗ୍ରହ ଓ ଉପସ୍ଥାପନା: ଶିଶିର ସାହୁ ଓ ସନ୍ତୋଷ ପଟ୍ଟନାୟକ ଆବାହମାନ କାଳରୁ ସାମାଜିକ ଜୀବନରେ ଲୋକନୃତ୍ଯ, ଲୋକସଙ୍ଗୀତ ଓ ଲୋକବାଦ୍ୟ ଇତ୍ୟାଦିର ସର୍ବଦା ବିଶେଷ ଭୂମିକା ନେଇଆସିଛି । ଏ ଦିଗରେ ଗଞ୍ଜାମ ବହୁ ଆଗରେ ରହିଆସିଛି । ଗଞ୍ଜାମ ଜିଲ୍ଲାର ମୌଳିକ ନୃତ୍ୟାନୁଷ୍ଠାନ ରୂପେ ଦାସକାଠୀ ସୁପରିଚିତ । ଜିଲ୍ଲାର ଅନ୍ୟ …

ଲେଖା: ଦେଵ ତ୍ରିପାଠୀ ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଗଞ୍ଜାମରେ ଓଡ଼ିଆ ମାନଙ୍କ ଜାଗରଣ ତେଜିଉଠିଲା । ମାନ୍ଦ୍ରାଜ ସରକାର ଜନମତର ପ୍ରାବଲ୍ୟକୁ ସହ୍ୟ କରି ନପାରି ୧୮୮୩ ମସିହାରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ସ୍ଥାନ ଦେଲେ ଓଡ଼ିଆ ଭାଷାକୁ । ୧୮୯୦ ମସିହାରେ ସରକାରୀ ଅଫିସ ଓ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆଦେଶ ଦିଆଗଲା…

ଲେଖା: ଦେଵ ତ୍ରିପାଠୀ ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ପୋର୍ଟ ବ୍ଲେୟାର୍ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତମାଟିରେ ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। କିନ୍ତୁ, ବାସ୍ତବରେ ଏ ଘଟଣାର ବହୁପୂର୍ବରୁ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡ଼ାଇ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା ୧୯୩୦ ମସିହା ଜାନୁଆରୀ ୨୬ ତାରିଖରେ,…

ଲେଖା: ଦେଵ ତ୍ରିପାଠୀ ଆମେ ସାଧାରଣତଃ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁ ଓଡ଼ିଆ ଭାଷାର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାଷାକୋଷ ଭାବରେ ଜାଣୁ । କିନ୍ତୁ, ବାସ୍ତବରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶ ହେବାର ପ୍ରାୟ ୧୫ ବର୍ଷ ପୂର୍ବରୁ ହିଁ ପ୍ରକାଶ ପାଇଥିଲା ଶବ୍ଦ ତତ୍ତ୍ଵବୋଧ ଭାଷାକୋଷ । ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଦୀର୍ଘ…

ଲେଖା: ଦେଵ ତ୍ରିପାଠୀ ୧୮୮୭ ସାଲ ମେ ୨୫ ତାରିଖ । କଲିକତା ବନ୍ଦର । ସାର୍ ଜନ୍ ଲରେନ୍ସ (Sir John Lawrence) ନାମକ ଏକ ସୌଖିନ ଜାହାଜ ୧୪୦୦ ଜଣ ଯାତ୍ରୀ ୮୦ ଟନ୍ ପଣ୍ୟଦ୍ରବ୍ୟ ସହିତ ଯାତ୍ରା ଆରମ୍ଭ କଲା ବାଲେଶ୍ବର ଜିଲ୍ଲାର ଚାନ୍ଦବାଲି ବନ୍ଦର ଅଭିମୁଖେ ! ଜାହାଜରେ ଥିଲେ…

ଲେଖା: ଦେଵ ତ୍ରିପାଠୀ ଐତିହାସିକ ଷ୍ଟର୍ଲିଂଙ୍କ ମତରେ ସେତେବେଳେ ଭାରତବର୍ଷରେ ସର୍ବଶ୍ରେଷ୍ଠ ଲୁଣ ଆମ ଓଡ଼ିଶାରେ ହିଁ ମିଳୁଥିଲା, ଏବଂ ସର୍ବସାଧାରଣଙ୍କ ଦ୍ଵାରା ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା କାରଣରୁ ଓଡିଆଙ୍କ ଜୀବନ, ଜୀବିକା ଓ ଅର୍ଥନୀତିରେ ଏହାର ପ୍ରଭାବ ଥିଲା ଅତୁଳନୀୟ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଲବଣ ଆଇନ ଫଳରେ ଲୋକେ…

ଲେଖା: ଦେଵ ତ୍ରିପାଠୀ “ଜ୍ଞାନର ପେଡା ସଭିଙ୍କି ଲୋଡ଼ା, ସଭିଏଁ ଖାଇବେ ଥୋଡା ଥୋଡା ।” ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଯାହା ପ୍ରତି କବିବର ରାଧାନାଥ ରଚିଥିଲେ ଏପରି ପ୍ରଶସ୍ତିଗାନ, ସେ ଥିଲା ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟପତ୍ରିକା ‘ଉତ୍କଳ ମଧୁପ’। ୧୮୭୮ ମସିହା ଏପ୍ରିଲ ମାସରେ କଟକର କତିପୟ ଉତ୍ସାହୀ…