Our Action

ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ

~ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଦ୍ୱାରା ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ~
୨୪ ନଭେମ୍ବର ୨୦୨୪: ଅତୀତ, ଇତିହାସ ଓ ଐତିହ୍ୟ ପରସ୍ପର ସହିତ ସମ୍ପୃକ୍ତ ଓ ପରସ୍ପରର ପରିପୂରକ। ଇତିହାସକୁ ପଢ଼ିବା, ଜାଣିବା ଓ ଐତିହ୍ୟକୁ ଦେଖିବା ଓ ଦେଖାଇବା ଯେତିକି ମହତ୍ତ୍ୱପୂର୍ଣ୍ଣ ତା ଠାରୁ ଢେର ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ତାର ସୁରକ୍ଷା ଓ ସଂରକ୍ଷଣ।
ମହାଐତିହ୍ୟ କ୍ଷେତ୍ର କଟକ ସହରର ରାମଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ “ଗଜପତିଙ୍କ ଯୁଦ୍ଧ୍ୟାଭିଯାନ” ରୂପକ ଏକ ଐତିହାସିକ କୀର୍ତ୍ତିରାଜି ଯତ୍ନ ସହକାରେ ରହିଥିଲା। ମାତ୍ର ଏହାର ସୁରକ୍ଷା ଓ ସଂରକ୍ଷଣକୁ ନେଇ ମନରେ ସନ୍ଦେହ ବି ଜାତ ହେଲା। କାରଣ ଜଣେ ସ୍ଥାନୀୟ ନିବାସୀଙ୍କ କହିବାନୁଯାୟୀ ଏହି ଭଳି ଆଉ ଏକ ପ୍ରତିମା ରାମଗଡ଼ର ଗ୍ରାମଦେବତୀ ମଙ୍ଗଳା ଠାକୁରାଣୀଙ୍କ ଚଉତରାରେ ଥିଲା। ମାତ୍ର ସେଇ ମୂର୍ତ୍ତିଟି ଏବେ ଆଉ ସେଠାରେ ନାହିଁ।
ଏଣୁ, “ଗଜପତିଙ୍କ ଯୁଦ୍ଧ୍ୟାଭିଯାନ” ରୂପକ ଏହି ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଦୃଷ୍ଟିରୁ, ଦେଉଳ ପରିସରକୁ ଏହାର ସ୍ଥାନାନ୍ତରଣ ନିହାତି ରୂପେ ଆବଶ୍ୟକ ମନେହେଲା। ଗତକାଲି ପ୍ରଥମାଷ୍ଟମୀରେ ପୂଜକଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲୁ, ଆଉ ଆଜି ପବିତ୍ର କାଞ୍ଜି ଅଁଳାନବମୀରେ ସ୍ଥାନୀୟ ଗ୍ରାମବାସୀ ଓ ପୂଜକଙ୍କ ସହଯୋଗରେ ମୂର୍ତ୍ତିଟିକୁ ମନ୍ଦିର ଭିତରକୁ ସ୍ଥାନାନ୍ତର କରିଛୁ।
ଗର୍ଭଗୃହ ବାହାରେ, ଜଗନ୍ନାଥଙ୍କ ସମ୍ମୁଖରେ ଏହି ଦୁର୍ଲଭ ପ୍ରତିମାଟି ସ୍ଥାନାନ୍ତରିତ ହୋଇଥିବାରୁ, ଏହାର ସୁରକ୍ଷା ଓ ସଂରକ୍ଷଣ ନେଇ ମନରେ ଥିବା ଭୟ ଓ ସଂଶୟ ଏବେ ଦୂର ହୋଇଛି। ସ୍ଥାନାନ୍ତରଣ ନେଇ ଆମର ଆଗ୍ରହକୁ ସମ୍ମାନ ଦେଇଥିବାରୁ ତଥା ଏହି ମହତ କାମରେ ଆମକୁ ସହଯୋଗ କରିଥିବାରୁ ପୂଜକ ପପୁ ନନା ଓ ରାମଗଡ଼ ଗ୍ରାମବାସୀଙ୍କ ନିକଟରେ ଅନ୍ତରଙ୍ଗ କଳିଙ୍ଗଫାଉଣ୍ଡେସନ ପରିବାର ତରଫରୁ ଆମେ ଚିର କୃତଜ୍ଞ।
ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସଦା ସର୍ବଦା ତତ୍ପର ଥିବା ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଦ୍ୱାରା ରାମଗଡ଼ ଜଗନ୍ନାଥ ମନ୍ଦିର ପରିସରର ପ୍ରତିମୂର୍ତ୍ତି କୁ ସ୍ଥାନାନ୍ତରିତ କରିବାର ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ ।
Preservation and Protection of Heritage by Antaranga Kalinga Foundation
The Military Expedition of the Gajapati
Ramagarh
Ramagada
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago