ଲେଖା: ଶିଶିର ସାହୁ ମନୋଜ
କଏବାର ଏକ ଲୁପ୍ତପ୍ରାୟ ଓଡ଼ିଆ ଶବ୍ଦ ଯାହାର ବହୁଳ ଵ୍ଯଵହାର ପ୍ରାଚୀନ ପଦ୍ଯଗୁଡି଼କରେ ହେଉଥିଲା ।
ସ୍ତୁତିପାଠ, ଜୟଜୟକାର, ଯଶୋଗାନ ଅର୍ଥରେ ଏଇ ଶବ୍ଦର ଵ୍ଯଵହାର ସାରଳା ମହାଭାରତରେ ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ । ଯଥା:
“ଯାତ୍ରାଵେଳେ କଏବାର କରନ୍ତିଟି ନାରୀ”
(ସାରଳା ମହାଭାରତ, ବିରାଟ ପର୍ଵ)
ପୁଣି ସ୍ତୁତିପାଠକ ଵା ଭାଟମାନଙ୍କୁ ମଧ୍ୟ କଏବାର କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।
ବୋଧହୁଏ ଏ ଶବ୍ଦଟି “କହେ ବାର ବାର”ର ସଂକ୍ଷିପ୍ତିକରଣ ରୂପ ହୋଇଥିଵ । କାରଣ କାହାର ଜୟଜୟକାର କଲାଵେଳେ ଲୋକେ ବାରମ୍ବାର ତାହା କହିଥାନ୍ତି ।
(କହେ ବାର ବାର > କଏବାର ବାର > କଏବାର)
ତେଵେ ହିନ୍ଦିଭାଷାରେ ମଧ୍ୟ कई बार, कई तरह, कई आदमी, कई दफा ଆଦି କହିଲା ଵେଳେ ଗୋଟିଏ कई ଶବ୍ଦ ଅନେକ ଅର୍ଥରେ ପ୍ରୟୋଗ ହୋଇଥାଏ ।
ତାହେଲେ କ’ଣ ଓଡ଼ିଆ ଶବ୍ଦ କଏବାରଟା ହିନ୍ଦିଭାଷାରୁ ଆସି ଚଳୁଅଛି ?
ନା !
କାରଣ ‛କଈ’ ଶବ୍ଦ ମୂଳତଃ ଏକ ପ୍ରାକୃତ ଶବ୍ଦ ଯାହାର ସଂସ୍କୃତ ସମଦ୍ଧୃତ ରୂପ ହେଉଛି ‛କତି’ ! ପୁଣି ଓଡ଼ିଆ ଭାଷାର ‛କେତେ’ ସର୍ଵନାମ ମଧ୍ୟ ଏହି କତି ଶବ୍ଦ ସହ ସମଦ୍ଧୃତ । କେତେ ଶବ୍ଦଟି ମଧ୍ୟ ଅନେକ ପରିମାଣ ଅର୍ଥରେ ଵ୍ଯଵହାର ହୁଏ । ଯଥା: କେତେ ବଡ଼ ହେଇଗଲୁଣି ତୁ ଆଉ କ’ଣ ଚିହ୍ନିବୁ ନା ମାନିବୁ ଆମକୁ !
ତେଣୁ ସମ୍ଭଵତଃ ମୂଳ ପ୍ରାକୃତ କଈ ଶବ୍ଦ ଓଡ଼ିଶାରେ କଏ ହୋଇଥିଲା ଓ କଏବାର ରୂପେ ଚଳୁଥିଲା । ଅଵଶ୍ଯ ଆମ ଜଗତସିଂହପୁର ଜିଲ୍ଲାରେ ଏ ଶବ୍ଦ “କେତେଥର” ଅର୍ଥରେ ଵ୍ଯଵହୃତ ହୋଇଥାଏ । ଏଠାରେ ମଧ୍ୟ କଏ ଶବ୍ଦଟି କେତେ ଶବ୍ଦରୁ ଆସିଥାଇପାରେ ଏଵଂ କେତେ ଶବ୍ଦରେ ‛କେ’ରୁ ଏକାର ଲୁପ୍ତ ହୋଇ, ‛ତେ’ରୁ ‛ତ’ ଵର୍ଣ୍ଣ ଲୁପ୍ତ ହୋଇ ତାହା କଏ ହୋଇଥାଇପାରେ । ଯେହେତୁ ଉଭୟ ଶବ୍ଦରେ କେତେ ଶବ୍ଦର ଭୂମିକା ଦୃଶ୍ୟହୁଏ ତେଣୁ ହୁଏତ ଓଡ଼ିଆ ଭାଷାର ଏ ଶବ୍ଦରେ ଥିଵା କଏ, କେତେ ଶବ୍ଦର ପରିଵୃତ୍ତରୁ ସୃଷ୍ଟ ହୋଇଥିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗେ ।
© ଶବ୍ଦଭେଦ
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…