ଲେଖା: ରବୀନ୍ଦ୍ର କୁମାର ରଣା

ସୋମବଂଶୀ ରାଜାମାନଙ୍କ ଦ୍ଵାରା ଅଷ୍ଟମ ଶତବ୍ଦୀରେ ନିର୍ମିତ ଏହି ପ୍ରାଚୀନ କୋଶଳେଶ୍ୱର ମନ୍ଦିର ସୋନପୁର ଜିଲ୍ଲାର ବୈଦ୍ୟନାଥଠାରେ ତେଲନଦୀ କୂଳରେ ଅବସ୍ଥିତ । ଐତିହାସିକ ମାନଙ୍କ ମତରେ ଏହି ମନ୍ଦିରର ନିର୍ମାଣ ସମୟ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀ । ରାଜା ମହାଭବଗୁପ୍ତଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇ ଥିଲା ।


ମନ୍ଦିରରେ ପ୍ରାଚୀନ ମାତଙ୍ଗୀ ମହାଲକ୍ଷ୍ମୀଙ୍କର ମୂର୍ତ୍ତୀ ପୂଜିତ । ମାତଙ୍ଗୀ ମହାଲକ୍ଷ୍ମୀ ସୋମବଂଶୀ ରାଜା ମାନଙ୍କର ଗୃହଦେବୀ । ମନ୍ଦିରର ଆଧିକାଂଶ ଭାଗ ଭଗ୍ନପ୍ରାୟ, ଯେତିକି ଅଂଶ ଅଛି ସେଥିରେ ଥିବା ବିଶାଳ ଆକାରର ପ୍ରାଚୀନ ମୂର୍ତ୍ତୀସବୁ ଏବେବି ଜୀବନ୍ତ । ମନ୍ଦିରର ମୂର୍ତ୍ତୀଗୁଡିକ ମନଲୋଭା । ମୁଖଶାଳାରେ ନାଗକନ୍ୟା, ପରୀକନ୍ୟା, ଗଣେଶ, କାର୍ତ୍ତିକେୟ, ଶିବ, ପାର୍ବତୀ, ମହାକାଳୀ ଆଦି ବହୁ ଦେବାଦେବୀଙ୍କ ବିଶାଳ ଆକାରର ମୂର୍ତ୍ତୀ ଦେଖିବାକୁ ମିଳେ । ମନ୍ଦିରଟି ଚୂନପଥରରେ ତିଆରି ତେଣୁ ଦୀର୍ଘ ବର୍ଷ ହେଲା ପାଣିପାଗର ପ୍ରଭାବରେ ମନ୍ଦିରର ପଥରଗୁଡି଼କ ଖାଇଗଲାଣି, ସତେ ଯେମିତି ମନ୍ଦିରଟି ମାଟିଇଟାରେ ତିଆରି ହେଲାପରି ଲାଗୁଚି ।


କେତେକ ଐତିହାସିକଙ୍କ ମତରେ ଏହି କୋଶଳେଶ୍ୱର ମନ୍ଦିର ପୂର୍ବରୁ ସେଠାରେ ଥିବା ଏକ ଭଗ୍ନ ବୌଦ୍ଧପୀଠର ଢାଞ୍ଚା ଉପରେ ନିର୍ମାଣ କରାଯାଇଥିଲା । ସେ ଯାହାବି ହେଉ ଏହି ମନ୍ଦିରର କାନ୍ଥରେ ଖୋଦିତ ମୂର୍ତ୍ତୀଗୁଡିକ ବହୁତ ବଡ଼ ଏପରିକି ୪ ଫୁଟ ବା ୫ ଫୁଟ ଉଚ୍ଚତାର ହେବ । ଏତେ ବଡ଼ ବଡ଼ ମୂର୍ତ୍ତୀ ଓଡିଶାର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ ।



ସୋନପୁର ବଲାଙ୍ଗୀର ରାସ୍ତାରେ ସୋନପୁର ଠାରୁ ୧୫ କି.ମି. ଦୂରରେ ତେଲନଦୀ କୂଳରେ ଗ୍ରାମୀଣ ପରିବେଶରେ ଏଇ କୋଶଳେଶ୍ୱର ମନ୍ଦିର ଅବସ୍ଥିତ । ନବମ ଶତାବ୍ଦୀ କିମ୍ବା ତା’ ପୂର୍ବରୁ ଓଡ଼ିଶାରେ ଦେଖିବାକୁ ମିଳୁଥିବା ହାତଗଣତି କେତୋଟି ମନ୍ଦିର ଭିତରେ ଅନ୍ୟତମ ଏଇ ମନ୍ଦିର । କୋଶଳେଶ୍ୱର ମନ୍ଦିର ଭଳି ପ୍ରାଚୀନ କିର୍ତ୍ତୀ ଗୁଡିକର ସୁରକ୍ଷା ବ୍ୟବସ୍ଥା ପାଇଁ ASI ବିଶେଷ ଧ୍ୟାନ ଦେବା ଉଚିତ । 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago