ଲେଖା: ରବୀନ୍ଦ୍ର କୁମାର ରଣା
 
ଅଷ୍ଟଶମ୍ଭୁ ମନ୍ଦିର, କୁଆଲୋ, ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ । ପ୍ରାଚୀନ ଶୁଳ୍କୀବଂଶୀୟ ରାଜାମାନଙ୍କର ସ୍ଵର୍ଣ୍ଣିମ ଇତିହାସର ଅଧ୍ୟାୟ ବହନ କରେ କୋଦାଳକ ମଣ୍ଡଳ ବା ଆଜିର କୁଆଲୋ ଗ୍ରାମର ଅଷ୍ଟଶମ୍ଭୁ ମନ୍ଦିର

ଅଷ୍ଟମ-ନବମ ଶତବ୍ଦୀରେ ଶୁଳ୍କୀମାନଙ୍କ ରାଜଧାନୀ ଥିଲା କୋଦାଳକ ବା କୁଆଲୋ । ଓଡ଼ିଶାରେ ଭୌମକରମାନେ ଶାସନ କରୁଥିବା ସମୟରେ ଶୁଳ୍କୀମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ୱ କରୁଥିଲେ । ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ । ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି କନକେଶ୍ୱର, ସ୍ୱପ୍ନେଶ୍ୱର, ବାଲୁଙ୍କେଶ୍ଵର , କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ପଶ୍ଚିମେଶ୍ୱର, ବାଣେଶ୍ୱର ସିଦ୍ଧେଶ୍ଵର


ଗୋଟିଏ ବୃହତ ଆୟତାକାର ଚଟାଣର ମଝିରେ ମୁଖ୍ୟ ମନ୍ଦିର ହେଲା କନକେଶ୍ଵର । ମୁଖ୍ୟମନ୍ଦିରର ପଶ୍ଚିମପଟେ ଦୁଇ କୋଣରେ ବୈଦ୍ୟନାଥ ଓ ପଶ୍ଚିମେଶ୍ଵର ପରସ୍ପର ବିପରୀତ ମୁଖୀ ଦୁଇ ମନ୍ଦିର । ସେହିପରି ମୁଖ୍ୟ ମନ୍ଦିରର ପୂର୍ବ ଦୁଇ କୋଣରେ କପିଳେଶ୍ଵର ଓ ବାଲୁଙ୍କେଶ୍ଵର ମନ୍ଦିରଦ୍ଵୟ ପରସ୍ପର ବିପରୀତମୁଖୀ ଭାବେ ଦୁଇ ଅବସ୍ଥିତ । ଏଥିରୁ ସ୍ପଷ୍ଟ ଯେ ପ୍ରଥମେ ଏହା ଏକ ପଞ୍ଚାୟତନ ଶୈଳୀର ମନ୍ଦିର ଥିଲା । ମନ୍ଦିରର ପୂର୍ବ-ଉତ୍ତର କୋଣରେ ଗୋଟିଏ ଛୋଟ ମନ୍ଦିରରେ ବାଣେଶ୍ଵର ଓ ଅନ୍ୟ ଏକ ମନ୍ଦିରରେ ସ୍ଵପ୍ନେଶ୍ୱର, ସିଦ୍ଧେଶ୍ଵର ପୂଜା ପାଉଛନ୍ତି ।



ମୂଳ ମନ୍ଦିର କନକେଶ୍ୱରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ । ମନ୍ଦିରର ଦ୍ୱାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ୱ କାନ୍ଥରେ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ରହିଛି ବାକି ଦୁଇ ପାର୍ଶ୍ଵ ଭାଙ୍ଗି ଯାଇଥିବାରୁ ପାର୍ଶ୍ୱଦେବୀଙ୍କ ମୂର୍ତ୍ତୀ ଦେଖା ଯାଉନାହିଁ । ମୁଖ୍ୟ ମନ୍ଦିରର ପୂର୍ବଦିଗରେ ଏକ ସ୍ୱତନ୍ତ୍ର ଆସ୍ଥାନରେ ବାରଭୁଜା ମହିଷମର୍ଦ୍ଦିନୀ ମା’ ଦୁର୍ଗା ବିରାଜିତ । ଏହି ଦେବୀ କନକେଶ୍ୱରୀ ବା କନକଦୁର୍ଗା ଭାବେ ପୂଜା ପାଉଛନ୍ତି ଏବଂ ମଣ୍ଡପର ସାମ୍ନାରେ ଗଣେଶଙ୍କ ମୂର୍ତ୍ତୀ ସ୍ଥାପିତ । ବୋଧହୁଏ ମା’ କନକଦୁର୍ଗା ଓ ଗଣେଶ ମୁଖ୍ୟ ମନ୍ଦିରର ପାର୍ଶ୍ୱଦେବୀ ଭାବେ ପୂଜା ପାଉଥିଲେ । ମନ୍ଦିର ଭାଙ୍ଗି ଯିବାରୁ ଏବେ ଅଲଗା କରି ପୂଜା କରାଯାଉଛି ।



ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଦ୍ଵାରା ସଂରକ୍ଷିତ ଏହି ଅଷ୍ଟଶମ୍ଭୁ ମନ୍ଦିର ସ୍ଥାନଟି ବହୁତ ସୁନ୍ଦର । ମନ୍ଦିର ପରିସର ବହୁତ ବଡ଼ । ଗାଁଠାରୁ ଟିକେ ଦୂରରେ ଫାଙ୍କା ସ୍ଥାନରେ ମନ୍ଦିରଟି ଅବସ୍ଥିତ । ତାଳଚେରରୁ ସରାଙ୍ଗ ଏବଂ ସରାଙ୍ଗରୁ ୮ କି.ମି. ଦୂରରେ କୁଆଲୋ ଗ୍ରାମରେ ଏହି ଅଷ୍ଟଶମ୍ଭୁ ମନ୍ଦିର ଅବସ୍ଥିତ । ଏଠାକୁ ଯିବା ପାଇଁ ସବୁଦିନିଆ ରାସ୍ତାର ସୁବିଧା ରହିଛି । 

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

3 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

3 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

3 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 weeks ago