ଲେଖା: ଅମ୍ବିକା ପଟ୍ଟନାୟକ
ଶ୍ରୀଜଗନ୍ନାଥଙ୍କ ବର୍ଷକୁ ପାଞ୍ଚଥର ସୁନାବେଶ ହୁଏ l ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ଦୋଳପୂର୍ଣ୍ଣମୀ ଓ ବାହୁଡା଼ ପରବର୍ତ୍ତୀ ହରିଶୟନ ଏକାଦଶୀରେ ରଥ ଉପରେ l ପ୍ରଥମ ଚାରୋଟି ସୁନାବେଶ ରତ୍ନସିଂହାସନ ଉପରେ ଆସୀନ ଓ ଶେଷଟି ରଥାରୋହୀ ଭାବେ l
କିମ୍ବଦନ୍ତୀ ଅଛି, ଦିଗବିଜୟ ପରେ ଗଜପତି କପିଳେନ୍ଦ୍ର ଦେବ ସତର ଗୋଟି ହାତୀ ଉପରେ ସୁନା ଓ ଅନ୍ୟାନ୍ୟ ଧନରତ୍ନ ନେଇ ଆସିଥିଲେ l ଉତ୍କଳ ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ହିଁ ଏ ଦିଗବିଜୟର ମୂଳ କାରଣ ମନେ କରି ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ “ପୁଣ୍ଡରୀକ ଗୋପ” ଶାଢ଼ୀ ଅର୍ପଣ କରିଥିଲେ ଏବଂ ଆନିତ ଧନ ସମ୍ପଦରେ ମହାପ୍ରଭୁଙ୍କ ଅଙ୍ଗ ଅଳଙ୍କାର ଆଦି ପ୍ରସ୍ତୁତ କରି “ସୁନାବେଶ”ର ଆୟୋଜନ କରିଥିଲେ l
ଶ୍ରୀମନ୍ଦିରସ୍ଥ ଜୟବିଜୟ ଦ୍ଵାରରେ ଖୋଦିତ ଏକ ଲିପି ଏ ବିଷୟରେ ସବିସ୍ତାର ତଥ୍ୟ ପ୍ରଦାନ କରେ – “ଶ୍ରୀ ଵୀର ପ୍ରତାପ କପିଳେଶ୍ୱର ନବକୋଟ କର୍ଣ୍ଣାଟ କଳବରଗେଶ୍ୱର ଗଜପତି ଗୌଡ଼େଶ୍ୱର ଦେବ ମହାରାଜଙ୍କ ବିଜେ ରାଇଜେ ସମସ୍ତ 42 ଶ୍ରାହୀ ଧନୁ ସୁକଳ ସପ୍ତମୀ ରବିବାରେ ଶ୍ରୀଜଗନ୍ନାଥ ଦେବଙ୍କ ପଦ୍ମପାଦକୁ ଭକ୍ତି ନିମିତ୍ୟେ କପିଳେଶ୍ୱର ରଜାଏ ସେବା କରିଦିଲେ ରତ୍ନ ତୋଡ଼ରମାଳା ଶ୍ରୀଭୁଜର ରତ୍ନ ଶଙ୍ଖ ଚକ୍ର ଦୁଇ ପ୍ରମେଶ୍ୱରଙ୍କ ମଣହିଁକି ସୁନା ଯୋଗାଡ଼ ଏମାନ ଆଣି ପ୍ରବେଶ କଲେ ହାସିକ ମହାପାତ୍ର ଜମସର ମହାପାତ୍ର ବିଶେଶ୍ୱର ମହାପାତ୍ର କରମୁ ମହାପାତ୍ର ନାଥ ମହାପାତ୍ର ଏତେ ଲୋକ ପ୍ରବେଶ କଲେ ନନ୍ଦି ମହାପାତ୍ର ଅଧିକାରେ ମାଜଣା ମଣ୍ଡପ ଚଉଦ ଶତ ପ୍ରକରଣ ଭୋଗରାଗର ସମସ୍ତନ୍ତୀ ଖୋଇଦେଲି l ପ୍ରମାଣେ ଲାଗି କରାଇଲେ ରତ୍ନ ମୁକୁଟ 8 କାଣଫୁଲ ଯୋଡ଼ା ତୁଙ୍ଗଲ 4 ବୋଡ଼କା ନିର୍ସଦା କରି ଯୋଡ଼ 84 ହୀରା ମାଣିକ ବିଚିତ୍ର ମାଳ 2 ନନା ନାଏକ ମୁଦି 12 ମୁକୁତା ଜାଉଳି 8 ମୁକୁତା ବଡ଼ କଣ୍ଠି ମାଳ 4 ମାଣିକ ସୁତା ମା 8 ମରକତ ଜାଉଳି 8 ମରକତ ମୁକୁତା ମା 5 ନାନା ରତ୍ନ କୁପଦ୍ରକ 4 ମରକ୍ତ ନିସରସରେ ମାନିକସୁଆ ପଦସରି 4 ମୁକୁତା ତୀସରା ଭତୁରି 2 ଏକା ରତ୍ନହାରେ ଏକ ମୁକୁତା ତୋଢ଼ର 2 ପାଦପଲବ 2 ନାନା ନାଏକ ବାଉଟି ଯୋଡ଼ା 1ହୀରାମାନିକି ବଳା ଜୋ 3 ଜାଲି ତୋଢ଼ର . .“
ଗଜପତି କପିଳେନ୍ଦ୍ରଦେବଙ୍କ ବୟାଳିଶ ଅଙ୍କ ଅର୍ଥ ରାଜତ୍ୱର ଶେଷ ଦିଗରେ ସମ୍ଭବତଃ ୧୪୬୦ ଖ୍ରୀଷ୍ଟାବ୍ଦ l “ଦୁଇ ପ୍ରମେଶ୍ୱରଙ୍କ ମଣହିଁକୁ ସୁନା ଯୋଗାଡ଼” ଅର୍ଥ ମା ସୁଭଦ୍ରାଙ୍କ ପାଇଁ ବୋଧେ ପରେ ହୋଇ ଥିବ l
ଏକ ପ୍ରକାର ମାଳାର ନାମ “ତୋଡ଼ରମାଳା”, ଅଭିନଵ ଗୀତଗୋବିନ୍ଦରେ ଗଜପତି ପୁରୁଷୋତ୍ତମ ଦେବଙ୍କୁ ସମ୍ବୋଧନ କରା ହୋଇଛି “ରିପୁ ରାଜ ତୋଡ଼ର ମଲ୍ଲ ବିଷମ ସମର ନିଃଶଙ୍କ”, ଭାରତ ଇତିହାସରେ ଜଣେ ପ୍ରମୁଖ ବ୍ୟକ୍ତି ଆକବରଙ୍କ ଅର୍ଥମନ୍ତ୍ରୀ ତୋଡ଼ରମଲ l ଏ ତିନୋଟିରେ କିଛି ସମ୍ପର୍କ ଅଛି କି? ଗବେଷଣା ସାପେକ୍ଷ l
(କୃତଜ୍ଞତା: ଶ୍ରୀ ସୁରେନ୍ଦ୍ର ମହାନ୍ତି “ଓଡ଼ିଆ ସାହିତ୍ୟର ଆଦି ପର୍ବ’)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago