All Rights ReservedView Non-AMP Version
  • Homepage
  • କୋଥଳି
  • ହଜିଲା ଦିନର କଥା
ହଜିଲା ଦିନର କଥା

ସୁନାଫୁଲର ଦେଶେ

ଲେଖା: ଦେଵ ତ୍ରିପାଠୀ
ଫୁଲର ବଡ଼ ବଜାର କହିଲେ ଆମେ ଭୁବନେଶ୍ୱରକୁ ହିଁ ବୁଝୁ ! ଇଂରାଜୀ ନୂଆବର୍ଷ କିମ୍ବା ସେପରି କିଛି ଅବସରରେ ଏଠି କୁଆଡ଼େ କୋଟି କୋଟି ଟଙ୍କାର ଫୁଲ ବିକ୍ରି ହୁଏ ! ହେଉଥିବ ! କୃତ୍ରିମତାରେ ଭରା ସହରରେ କୃତ୍ରିମ ଫୁଲର ଚାହିଦା ଅବଶ୍ୟ ଖୁବ୍ ବେଶୀ ! ତେବେ ଅସଲି ଫୁଲର ଅସଲି ବଜାର କିନ୍ତୁ ବ୍ରହ୍ମପୁର ଅବା ଗଞ୍ଜାମ ।
ଗଞ୍ଜାମର ତେଲୁଗୁ ମାନଙ୍କ ପାଇଁ ଫୁଲର ମର୍ଯ୍ୟାଦା ଯାହା ତା’ର କାଣିଚାଏ ମଧ୍ୟ ଓଡ଼ିଆଏ ଅନୁଭବ କରି ପାରନ୍ତି ନାହିଁ ! ସୁନାର ଜିଲ୍ଲା ବୋଲି କୁହାଯାଉଥିବା ଗଞ୍ଜାମର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମିଳେ ନିର୍ଦ୍ଦିଷ୍ଟ ଏକ ଫୁଲ – ସୁନାର ଫୁଲ !
ଫୁଲଟିଏ ! ଅଭିଶପ୍ତ ! ଭ୍ରମର କେବେ ଚୁମେ ନାହିଁ ! ଶିବାଳୟରେ ତା’ର ସ୍ଥାନ ନାହିଁ ! ଦେବସେବାର ସୁଯୋଗ ମଧ୍ୟ ତା’କୁ କଦବା ମିଳେ ! ତଥାପି ସେ ଫୁଲ ସୁନାର ! ଅପୂର୍ବ ରଙ୍ଗ, କାନ୍ତି ମହକ ସେ ଫୁଲର ! ସୁବର୍ଣ୍ଣ ପୁଷ୍ପ ସେ !
ଦିଲ୍ଲୀ ରାଜପ୍ରାସାଦ। ସମ୍ରାଟଙ୍କ ଠାରୁ ଆରମ୍ଭ କରି ଅମାତ୍ୟ ସଭିଏଁ ଆଜି ଚିନ୍ତାଗ୍ରସ୍ତ ! ମହାରାଣୀ ସ୍ବପ୍ନ ଦେଖିଛନ୍ତି ଏକ ସୁବର୍ଣ୍ଣ ପୁଷ୍ପର, ଜଣେ ପରୀର ହାତରେ ! ସେ ଫୁଲର ମହକରେ ମହକୁଛି ରାଜପ୍ରାସାଦ ! ସେ ଫୁଲ ପାଇଁ ମହାରାଣୀ ମମତାଜ୍ ଅଳି କରିଛନ୍ତି ସମ୍ରାଟ ଶାହାଜାହାନଙ୍କ ନିକଟରେ । ରାଜାଜ୍ଞା ପାଇ ଚଉଦିଗ ଖେଦିଗଲେ ଡେଙ୍ଗୁରାବାଲାଏ । ଯିଏ ଆଣିଦେବ ସୁବର୍ଣ୍ଣର ପୁଷ୍ପ, ଧନଧାନ୍ୟ ସହିତ ଅଖଣ୍ଡ ସୌଭାଗ୍ୟର ଅଧିକାରୀ ହେବ ସେ ! ହେଲେ ସ୍ଵପ୍ନଫୁଲ ଅବା ବାସ୍ତବ ଦୁନିଆରେ କି ଉପଲବ୍ଧ ସତେ ! ସମ୍ରାଟ ଚିନ୍ତାଗ୍ରସ୍ତ !
ସଭିଙ୍କୁ ଆଚମ୍ବିତ କରି ଶେଷରେ ଆସି ପହଞ୍ଚିଲେ କନୌଜର ଯୁବ ସାଧବ ଜଣେ । ବଜ୍ରକଣ୍ଠରେ ଘୋଷଣା କଲା ସଂଗ୍ରହ କରି ଆଣିଦେବ ସୁବର୍ଣ୍ଣର ପୁଷ୍ପ, ଅଥବା ଜୀବନ ହାରିଦେବ ସମୁଦ୍ରରେ ଝାସଦେଇ ! ସଭିଙ୍କ ମୁହଁରେ ପ୍ରଶ୍ନବାଚୀ ! ସମ୍ରାଟ କିନ୍ତୁ ଥିଲେ କିଞ୍ଚିତ ଆଶ୍ବସ୍ତ !
ନିଜ ଶପଥରେ ଦୃଢ଼ ଥାଇ ମଧ୍ୟ ଶେଷକୁ ହାରିଗଲା ସାଧବପୁଅ ! ସମଗ୍ର ଆର୍ଯ୍ୟାବର୍ତ୍ତରେ କେଉଁଠି ପୁଷ୍ପର ସନ୍ଧାନ ନ ପାଇ ଝାସ ଦେଲା କଳିଙ୍ଗସାଗରରେ ! ବିଧିର ବିଧାନ ! ଆଖି ଖୋଲିଲା ବେଳକୁ ସେ ନିଜକୁ ଆବିଷ୍କାର କଲା କଳିଙ୍ଗ ମାଟିରେ, ଗଞ୍ଜାମର କେଳୁଆପଲ୍ଲୀରେ ! ଏକ ଅଜଣା ମହକରେ ମହକୁଛି ଚତୁର୍ଦିଗ ! ଉଲ୍ଲାସରେ ନାଚି ଉଠିଲା ମନ ! ରାଣୀଙ୍କ ସ୍ବପ୍ନର ସୁବର୍ଣ୍ଣପୁଷ୍ପ ଏବେ ହାତ ପାହାନ୍ତରେ ! ନିଜ ଭାଷାରେ ଫୁଲଟିର ନାମ ପଚାରନ୍ତେ ସ୍ଥାନୀୟ ନୋଳିଆ ଯୁବତୀ ବୁଝି ନ ପାରି ଉତ୍ତର ଦେଇଥିଲା ‘କେଓରା’ ଅର୍ଥାତ ‘କେଉଁଟା’ ? ସେହିଦିନୁ ସେ ସୁବର୍ଣ୍ଣ ପୁଷ୍ପର ନାମ ଆମ ଭାଷାରେ କେତକୀ ଏବଂ ହିନ୍ଦୀ ଭାଷାରେ ‘କେଓରା‘ !
ଶହ ଶହ ପୁଷ୍ପ ସଂଗ୍ରହ କରି ସାଧବପୁଅ ଫେରିଗଲା ଦିଲ୍ଲୀ ଦରବାରକୁ । ଭେଟିଦେଲା ମହାରାଣୀଙ୍କୁ ! ତିଆରି ହୋଇଥିଲା ସୁଗନ୍ଧିତ ଅତର ! ଅନ୍ତଃପୁର ହୋଇଯାଇଥିଲା ସ୍ବର୍ଗପୁରୀ ! ଇଏ ଥିଲା କିମ୍ବଦନ୍ତୀ ସେଇ ସୁବର୍ଣ୍ଣ ପୁଷ୍ପର !
କିମ୍ବଦନ୍ତୀରେ ଦିଲ୍ଲୀ ଯାଏଁ ଯାଇପାରିଥିବା ସୁବର୍ଣ୍ଣ ପୁଷ୍ପ କିନ୍ତୁ ଆଧୁନିକ ସମୟରେ ଯାଇପାରିଲା ଦୁବାଇ, ୟୁରୋପ, ସାରା ଦୁନିଆ ! ଫୁଲଟିଏ ମଧ୍ୟ ଦେଇପାରିଲା ଗଞ୍ଜାମ ମାଟିକୁ ଅନନ୍ୟ ପରିଚୟ, ବିଦେଶରେ, ଆନ୍ତର୍ଜାତୀୟ ବଜାରରେ !
Spread the love
admin

Next ଝୁଲଣଯାତ୍ରା (Jhulana Jatra) »
Previous « କନିଆଁ କାନ୍ଦଣା ଗୀତ
Leave a Comment
Share
Published by
admin
Tags: GoGanjamKetakiକଳିଙ୍ଗକେତକୀଗାରିମାମୟ ଗଞ୍ଜାମସୁନାର ଫୁଲ
6 years ago

    Related Post

  • ତଅପୋଇ
  • ହାଣ୍ଡିଧୁଡୁ଼କା
  • ଚିଠିପତ୍ର

Recent Posts

  • ଇତିହାସ

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago
  • ଭାଷା ଓ ସାହିତ୍ୟ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago
  • ଇତିହାସ

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago
  • ମହାମନିଷୀଗଣ

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago
  • ରାଜରାଜୁଡା କ୍ଷେତ୍ର

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago
  • ଅନ୍ୟାନ୍ୟ

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago
All Rights ReservedView Non-AMP Version
  • L