ଲେଖା: ରବୀନ୍ଦ୍ର କୁମାର ରଣା

ଗଙ୍ଗବଂଶୀ ରାଜାମାନଙ୍କ ଦ୍ଵାରା ୧୩ଶ ଶତାବ୍ଦୀରେ ନିର୍ମିତ ସିରୁଳୀ ମହାବୀର ମନ୍ଦିର ଏକ ସୁନ୍ଦର ଓ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ମନ୍ଦିରର ନିର୍ମାଣ ସମ୍ପର୍କରେ ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ଯ ମନ୍ଦିରର ପୂଜାରୀଙ୍କ ତଥ୍ଯ ଅନୁସାରେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମଦେବ ତ୍ରୟୋଦଶ ଶତାବ୍ଦୀରେ ସିରୁଳୀ ମହାବୀର ମନ୍ଦିର ନିର୍ମାଣ କରିଥିଲେ ।

ମୁଖ୍ୟ ମନ୍ଦିର ବହୁତ ଉଚ୍ଚ ନ ହେଲେ ବି ବିମାନ, ଜଗମୋହନ, ନାଟମନ୍ଦିର, ଭୋଗମଣ୍ଡପ ଆଦିକୁ ନେଇ ମନ୍ଦିର ପରିସର ବହୁତ ବଡ । ୧୦ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ହନୁମାନଙ୍କର ବିଶାଳ ଭୀମକାୟ ମୂର୍ତ୍ତି ଏଠାରେ ଦେଖିବାକୁ ମିଳେ । ଗୋଟିଏ ହାତରେ ଗନ୍ଧମାର୍ଦ୍ଧନ ପର୍ବତକୁ ଟେକି ଧରିଥିବା ବେଳେ ଅନ୍ୟ ହାତରେ ଏକ ଛୋଟ କଟୁରୀ ଧରି ଭୟଙ୍କର ମୁଦ୍ରାରେ ମହାବୀର ହନୁମାନ ବିରାଜିତ ।

(Image Courtesy: thesassygirl.org)

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା, ଏଠାରେ ପୂଜିତ ମହାବୀର ହନୁମାନଙ୍କର ଦୁଇ ନେତ୍ର ଗୋଟିଏ ଦିଗକୁ ନାହିଁ ।  ବାମନେତ୍ରରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନୀଳଚକ୍ରକୁ ଚାହିଁଥିବା ବେଳେ ଡାହାଣ ନେତ୍ରରେ ସର୍ବଦା ଲଙ୍କାକୁ ସତର୍କ ଦୃଷ୍ଟିରେ ଚାହିଁଛନ୍ତି । ଗୋଟିଏ ନେତ୍ରରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ ନେତ୍ରରେ ସେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଇଥିବା ପ୍ରତିଜ୍ଞା ଯାହାକି ସେ ବିଭୀଷଣଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ପାଳନ କରୁଛନ୍ତି । ମହାବୀରଙ୍କର ଏଭଳି ବିଗ୍ରହ ସମଗ୍ର ପୃଥିବୀରେ କେଉଁଠାରେ ନାହିଁ ।


ସିରୁଳୀ ମହାବୀର ମନ୍ଦିର ପ୍ରତିଷ୍ଠା ନେଇ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି । ତାହା ହେଉଛି ପ୍ରଥମେ ମହାବୀର, ଜଗନ୍ନାଥଙ୍କ ମନ୍ଦିରର ପଶ୍ଚିମପଟେ ପୂଜା ପାଉଥିଲେ, କିନ୍ତୁ ରାତିରେ ମହାବୀରଙ୍କ ଘୁଙ୍ଗୁଡ଼ିରେ ମା’ ଲକ୍ଷ୍ମୀଙ୍କର ନିଦ୍ରା ଭଙ୍ଗ ହେବାରୁ ମା’ ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କୁ ଅଭିଯୋଗ କଲେ । ତେଣୁ ପ୍ରଭୁଙ୍କ ଆଜ୍ଞାରେ ମହାବୀର ସେଠାରୁ ଅଢେଇ ପାଦ ଦୂର ଯାହାକି ପୁରୀରୁ ୨୪ କି.ମି. ଦୂରରେ ସିରୁଳୀ ଠାରେ ରହି ପୂଜା ପାଉଛନ୍ତି ଓ ବାମ ନେତ୍ର ରେ ପ୍ରଭୁଙ୍କ ନୀଳଚକ୍ରକୁ ଚାହିଁ ରହିଛନ୍ତି ।


ସିରୁଳୀ ମହାବୀର ମନ୍ଦିର ପରିସରରେ ରାମାୟଣର କଥାବସ୍ତୁକୁ ଆଧାର କରି ଅନେକ ମୂର୍ତ୍ତି ଓ ଚିତ୍ର କରାଯାଇଛି । ମନ୍ଦିର ପରିବେଶ ମଧ୍ୟ ବହୁତ ସୁନ୍ଦର । ପୁରୀରୁ ଏହି ସ୍ଥାନକୁ ଭଲ ରାସ୍ତା ନାହିଁ । ପୁରୀ ତୋଟାସାହି ଛକରୁ ଡ଼ାହାଣକୁ ଗ୍ରାମୀଣ ରାସ୍ତାରେ ଗଲେ ସିରୁଳୀ ମହାବୀର ମନ୍ଦିର ପଡ଼ିଥାଏ । 

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

5 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

6 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

1 week ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago