ଲେଖା: ରବୀନ୍ଦ୍ର କୁମାର ରଣା
ଟିକରପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଭୀମଝର ଏକ ସୁନ୍ଦର ଜଳପ୍ରପାତ । ଖରାଦିନେ ଏହାର ପାଣି ଶୁଖିଯାଏ । ଜଳପ୍ରପାତଟି ଛୋଟ ହେଲେ ମଧ୍ୟ ଏହାର ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର । ବଣଭୋଜି କରିବା ପାଇଁ ସୁନ୍ଦରସ୍ଥାନଟିଏ ।
ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ ଏହି ସ୍ଥାନକୁ ଯିବା ପାଇଁ ଅନୁଗୁଳରୁ ଟିକରପଡ଼ା ରାସ୍ତାର ପୁରୁଣାକୋଟରୁ ୫କି.ମି. ଦୂର, ଏଠାକୁ ଚାରିଚକିଆ ଯାନରେ ଯାଇହେବ, କିନ୍ତୁ ନରସିଂହପୁରର ପ୍ରଗଳା ପୀଠରୁ ଘଞ୍ଚ ଜଙ୍ଗଲ ଭିତରେ ଏହି ସ୍ଥାନର ଦୂରତା ୧୭କିମି । ଏହି ରାସ୍ତାଟି ଚଳପ୍ରଚଳ ରାସ୍ତା, ଅନ୍ୟ ଜୀବଜନ୍ତୁ ମଧ୍ୟ ରାସ୍ତାରେ ଦୃଶ୍ୟମାନ ହୋଇପାରନ୍ତି । ଏଠାକୁ କେବଳ ଦୁଇ ଚକିଆ ଯାନ ଯାଇ ପାରିବ। ମାଟିରାସ୍ତା, ଯିବା ବାଟରେ ୫୦ ଫୁଟ ଓସାରର ଆଣ୍ଠୁଏ ପାଣି ଥିବା ଏକ ଝରଣାକୁ ବି ଅତିକ୍ରମ କରିବାକୁ ପଡିବ । ଏହି ୧୭ କି.ମି. ମଧ୍ୟରେ ମାତ୍ର ୨ଟି ଛୋଟ ଛୋଟ ଗାଁ । ଏହିଭଳି ଏକ ବିପଦପୂର୍ଣ୍ଣ ରାସ୍ତାରେ ଭୀମଝର ଜଳପ୍ରପାତ ବୁଲିଯିବାକୁ ହେଲେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…