ଲେଖା: ରବୀନ୍ଦ୍ର କୁମାର ରଣା
ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଲ୍ଲିକୋଟ ପର୍ବତମାଳାର ଅଗ୍ରଭାଗରେ ମା’ ସିଂହସିନୀ ପୀଠ । ଓଡ଼ିଶାର ଅନେକ ଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ । ମନ୍ଦିରର ପରିବେଶ ଅତ୍ୟନ୍ତ ଶାନ୍ତିଦାୟକ ।
ମନ୍ଦିରଟି ନୂତନ ହେଲେ ମଧ୍ୟ ଗଠନଶୈଳୀ ମନୋମୁଗ୍ଧକର । ମନ୍ଦିରର ଚତୁଃପାର୍ଶ୍ୱରେ ବଣଭୋଜି ପାଇଁ ଉପଯୁକ୍ତ ସ୍ଥାନ ଅଛି । ଏହା ସମେତ ଦୂରରୁ ଆସୁଥିବା ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ସରକାରଙ୍କ ପକ୍ଷରୁ ପାନ୍ଥନିବାସ ନିର୍ମାଣ କରାଯାଇଛି ।
ସିଂହସିନୀ ପୀଠ ପୋଲସରା ବଜାର ଠାରୁ ପ୍ରାୟତଃ ୨୫କି.ମି. ଦୂରରେ ଅବସ୍ଥିତ ଏବଂ ଯଦି କୌଣସି ବ୍ୟକ୍ତି କୋଦଳା ଠାରୁ ଯାଆନ୍ତି ତେବେ କୋଦଳା ଠାରୁ ମଧ୍ୟ ୨୩କି.ମି. ଦୂର । ତେବେ ଯେଉଁପଟେ ଗଲେ ମଧ୍ୟ ୨୦/୨୨କି.ମି. ଜଙ୍ଗଲ ଅତିକ୍ରମ କରିବାକୁ ପଡିବ । କିନ୍ତୁ ଓଡିଶା ସରକାରଙ୍କ ଦ୍ୱାରା ଯାତ୍ରୀ ମାନେ ଯିବା ପାଇଁ ଉଚ୍ଚ ମାନର ସଡ଼କ ନିର୍ମାଣ କରାଯାଇଛି ।
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…