ଲେଖା: ଅଶୋକା ନାୟକ

ପୁରୀର ସାହିଯାତ। ସାହିଯାତ ଶୁଣିଦେଲେ ହିଁ ଲୋମ ଟାଙ୍କୁରି ଯାଏ। ଏହା ପୁରୀର ଅନନ୍ୟ ଏବଂ ଅଦ୍ୱିତୀୟ ପରମ୍ପରା। ସାହିଯାତ ହେଉଛି ସବୁଠାରୁ ପୁରାତନ, ବ୍ୟାପକ ଆଉ ଭବ୍ୟ ମୁକ୍ତାକାଶ ଯାତ୍ରା।

ଏହା ପୁରୀର ସାତ ସାହି ବୟାଳିଶ କନ୍ଦିର ଯାତ୍ରା। ଶ୍ରୀମନ୍ଦିର ଓ ସାତ ସାହିର ଯାଗାଘର ଏଥିରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରୁଥିବା ବେଳେ, ଛୋଟ ଛୁଆଙ୍କ ଠାରୁ ବୟସ୍କ ସମସ୍ତେ ଏହି ଯାତ୍ରାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅଂଶଗ୍ରହଣ କରନ୍ତି।


ଏହା କେବଳ ଆମୋଦଦାୟକ ଯାତ୍ରା ନୁହେଁ, ଏହି ଯାତ୍ରା ସହ ଶ୍ରୀମନ୍ଦିରର ନୀତି ମଧ୍ୟ ଜଡ଼ିତ। ତେଣୁ ଏହା ଆଧ୍ୟାତ୍ମିକତା ସହ ସଂସ୍କୃତି, ପରମ୍ପରା ଆଉ ରଣକୌଶଳର ସମ୍ମିଶ୍ରଣ ।

ଏଥିପାଇଁ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ ହୁଏ। ଯାଗା ଘରର ଯୁଆନ୍ ମାନେ ବୟସ୍କଙ୍କ ତତ୍ତ୍ଵାବଧାନରେ ପରିଶ୍ରମ କରନ୍ତି। ଉତ୍ତମ ଖାଦ୍ୟ, କଠୋର ପରିଶ୍ରମ, ସଂଳାପ ଅଭ୍ୟାସ, ଏକାଗ୍ରତା, ନୃତ୍ୟଶୈଳୀ ହେଉଛି ସାହିଯାତ ର ଅବିଚ୍ଛେଦ୍ୟ ଅଙ୍ଗ।

(Image Courtesy: Dr. Kumar Aurojyoti, Puri)

ରାବଣ, ପର୍ଶୁରାମ, ମହୀରାବଣ, ତ୍ରୀଶୀରା, ପଞ୍ଚଶୀରା, ସପ୍ତଶୀରା, ମେଢ଼  ଓ ନାଗାର ଓଜନିଆ ତାଟି ସକାଳୁ ବାନ୍ଧି ନିଜ ସାହିରେ ନୃତ୍ୟ ପରିବେଷଣ ସହ ପରିକ୍ରମା କରି, ପୁଣି ରାତିସାରା ଉଜାଗର ରହି ବାଦୀ ସାହିକୁ ଚାଲି ଚାଲି ଯାଇ ନୃତ୍ୟ ପରିବେଷଣ କରିବା ପାଇଁ ନିଷ୍ଠା, ଅଭ୍ୟାସ ଓ ଅନୁଶାସନର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଯେଉଁମାନେ ଏ ସବୁ ଚରିତ୍ର ପାଇଁ ବଛା ହୋଇଥାନ୍ତି, ସେମାନେ ହବିଷରେ ରୁହନ୍ତି।

ଏ ଯାତ୍ରାର ମୁଖ୍ୟ ଚରିତ୍ର ରାବଣକୁ ଦେଖିଲେ ଏବେ ବି ମନରେ ଭୟ ଜାତ ହୁଏ। ନାଗାର ଠାଣି ଆଉ ଚାହାଣି ସହ ବିଭିନ୍ନ ଦେବୀ ମେଢ଼ଙ୍କୁ ନାଚିବାର ଦେଖିବାର ଉନ୍ମାଦନାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ।

୧୦ ଦିନ ବ୍ୟାପୀ ହେଉଥିବା ସାହିଯାତ, ଶ୍ରୀରାମଙ୍କର ଜନ୍ମ ସହ ଆରମ୍ଭ ହୋଇ ଶେଷରେ ଶ୍ରୀରାମଙ୍କ ଅଭିଷେକରେ ସରିଥାଏ। 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago